Advertisment

NCERT Recruitment 2024: ଗ୍ରାଜୁଏସନ୍‌ ସହିତ ଏହି ସବୁ ଦକ୍ଷତା ଥିଲେ NCERTରେ ଚାକିରି

NCERT ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ NCERT ର ପ୍ରକାଶନ ବିଭାଗ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପୂରଣ ହେବ।

ncert recruitment assistant editor proof reader dtp operator vacancy

ncert recruitment assistant editor proof reader dtp operator vacancy

Advertisment

ନ୍ୟାସ୍‌ନାଲ୍‌ କାଉନ୍‌ସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ୍‌ ଟ୍ରେନିଂ (NCERT) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ NCERT ର ପ୍ରକାଶନ ବିଭାଗ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପୂରଣ ହେବ।

Advertisment

ତେବେ ଏହି ନିଯୁକ୍ତି ପାଇଁ ଆବେଦନ ଅଫ୍‌ଲାଇନ୍‌ରେ ହେଉଥିବା ବେଳେ ଏହା ସ୍ଥାୟୀ ନୁହେଁ। ଏହି ପଦବୀରେ ନିଯୁକ୍ତି ଚୁକ୍ତି ଆଧାରରେ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୭୦ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NCERTର ଅଫିସିଆଲ୍ ୱେବ୍‌ସାଇଟ୍ https://ncert.nic.inକୁ ଯାଇ ଯାଞ୍ଚ କରିପାରିବେ। ଯେଉଁମାନେ ଏହାର ବିଜ୍ଞାପନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ NCERT Recruitment 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ୦୧ ଫେବୃଆରୀ ୨୦୨୪ ରେ ସକାଳ ୧୦ ରୁ ଅପରାହ୍ନ ୩ ଟା ମଧ୍ୟରେ ପଞ୍ଜୀକରଣ
  • ୨ ଏବଂ ୩ ଫେବୃଆରୀ ୨୦୨୪ରେ ସ୍କିଲ୍ ଟେଷ୍ଟ୍

ଖାଲି ପଦବୀ:

  • ସହକାରୀ ସମ୍ପାଦକ – ୬୦ଟି ପୋଷ୍ଟ (ଇଂରାଜୀ ୨୫ଟି, ହିନ୍ଦୀ ୨୫ଟି ଏବଂ ଉର୍ଦ୍ଦୁ ୧୦ଟି )
  • ପ୍ରୁଫ୍ ରିଡର୍ – ୬୦ଟି ପୋଷ୍ଟ (ଇଂରାଜୀ ୨୫ଟି, ହିନ୍ଦୀ ୨୫ଟି ଏବଂ ଉର୍ଦ୍ଦୁ ୧୦ଟି )
  • DTP ଅପରେଟର – ୫୦ଟି ପୋଷ୍ଟ (ଇଂରାଜୀ ୨୦ଟି, ହିନ୍ଦୀ ୨୦ଟି ଏବଂ ଉର୍ଦ୍ଦୁ ୧୦ଟି)
Advertisment

ଶିକ୍ଷାଗତ ଯୋଗ୍ୟତା:

ସହକାରୀ ସମ୍ପାଦକ –

  • ଗ୍ରାଜୁଏସନ୍‌ ସହିତ ପୁସ୍ତକ ପ୍ରକାଶନ କିମ୍ବା ଯୋଗାଯୋଗ କିମ୍ବା ସାମ୍ବାଦିକତାରେ ପିଜି ଡିପ୍ଲୋମା
  • ଏହା ସହିତ ସମ୍ପୃକ୍ତ କାର୍ଯ୍ୟରେ ଅତି କମରେ ପାଞ୍ଚ ବର୍ଷର ଅଭିଜ୍ଞତା

ପ୍ରୁଫ୍ ରିଡର୍ –

  • ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁରେ ଗ୍ରାଜୁଏସନ
  • ଏକ ବର୍ଷର ଅଭିଜ୍ଞତା

DTP ଅପରେଟର୍ –

  • ଗ୍ରାଜୁଏସନ ସହିତ DTP ରେ ଏକ ବର୍ଷର ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ କୋର୍ସ
  • ସମ୍ପୃକ୍ତ କାର୍ଯ୍ୟରେ ଅତି କମ୍‌ରେ ୩ ବର୍ଷର ଅଭିଜ୍ଞତା

ବୟସ ସୀମା:

  • ସହକାରୀ ସମ୍ପାଦକ – ସର୍ବାଧିକ ୫୦ ବର୍ଷ
  • ପ୍ରୁଫ୍ ରିଡର୍ – ସର୍ବାଧିକ ୪୨ ବର୍ଷ
  • DTP ଅପରେଟର୍ – ସର୍ବାଧିକ ୪୫ ବର୍ଷ

ଦରମା:

  • ସହକାରୀ ସମ୍ପାଦକ - ୮୦,୦୦୦ ଟଙ୍କା
  • ପ୍ରୁଫ୍ ରିଡର୍ - ୩୭,୦୦୦ଟଙ୍କା
  • ଡିଟିପି ଅପରେଟର - ୫୦,୦୦୦ ଟଙ୍କା

କିପରି କରିବେ ଆବେଦନ:

  • ଦିଲ୍ଲୀର NCERT କାର୍ଯ୍ୟାଳୟକୁ ଯାଇ ୦୧ ଫେବୃଆରୀ ୨୦୨୪ ରେ ସକାଳ ୧୦ ଟାରୁ ୩ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ।
  • ଏହା ପରେ ଆପଣଙ୍କୁ ୦୨ ଓ ୦୩ ଫେବୃଆରୀରେ ସ୍କିଲ୍ ଟେଷ୍ଟ୍ ପାଇଁ ଏଠାରେ ହାଜର ହେବାକୁ ପଡିବ।

ଠିକଣା:

ପ୍ରକାଶନ ବିଭାଗ, NCERT, ଶ୍ରୀ ଅରୋବିନ୍ଦ ମାର୍ଗ, ନୂଆଦିଲ୍ଲୀ – ୧୧୦୦୧୬

NCERT Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ