Advertisment

ସରକାରୀ କମ୍ପାନୀରେ ପୂରଣ ହେବ ଇଞ୍ଜିନିୟର ପଦବୀ, ତୁରନ୍ତ କରନ୍ତୁ ଆବେଦନ

NALCO ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଯାଇଛି। ଜାଣନ୍ତୁ ଆବେଦନର ଶେଷ ତାରିଖ ଓ ଅନ୍ୟାନ୍ୟ ସୂଚନା।

ଅଦ୍ୟତନ ହୋଇଛି
Nalco recruitment for graduate engineer trainee

Nalco recruitment for graduate engineer trainee

Advertisment

ଭାରତ ସରକାରଙ୍କ ନବରତ୍ନ କମ୍ପାନୀ ମଧ୍ୟରୁ ନ୍ୟାସ୍‌ନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍, ନାଲ୍‌କୋ(NALCO) ଗ୍ରାଜୁଏଟ୍ ଇଞ୍ଜିନିୟର ଟ୍ରେନିଂ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ତଥା ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ ଆବେଦନ ଜାରି କରିଛି। ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ nalcoindia.comକୁ ଯାଇ ପୋଷ୍ଟ୍‌ଗୁଡିକ ପାଇଁ ଅନ୍‌ଲାଇନ୍ ଆବେଦନ କରିପାରିବେ। ତେବେ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୧ରୁ ଆରମ୍ଭ ହୋଇଥିବା ବେଳେ ପ୍ରାର୍ଥୀମାନଙ୍କୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ଆବେଦନ କରିବାର ସୁଯୋଗ ଦିଆଯାଇଛି।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ମୋଟ ୧୮୯ଟି ପଦବୀ ପୂରଣ ହେବ। ଏଥିରେ ସିଭିଲ୍‌ର ୭ଟି ପୋଷ୍ଟ୍‌, ଇନଷ୍ଟ୍ରୁମେଣ୍ଟେସନ୍‌ର ୩୨, କେମିକାଲ୍‌ର ୧୪, ମେକାନିକାଲ୍‌ର ୫୮, ଇଲେକ୍ଟ୍ରିକାଲ୍‌ର ୪୧, କେମେଷ୍ଟ୍ରୀର୍ ୧୩, ମାଇନିଂର ୧୦ ଏବଂ ମେଟାଲର୍ଜୀର ୧୪ଟି ପୋଷ୍ଟ୍‌ ରହିଛି।

ଜରୁରୀ ଶିକ୍ଷାଗତ ଯୋଗ୍ୟତା:

ସମ୍ପୃକ୍ତ ବିଷୟଗୁଡ଼ିକରେ ଇଞ୍ଜିନିୟରିଂ କିମ୍ବା ଟେକ୍ନୋଲୋଜିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଥିରେ ପ୍ରାର୍ଥୀଙ୍କ ଅତିକମ୍‌ରେ ୬୫% ମାର୍କ ରହିବା ଉଚିତ। ତେବେ, କେମେଷ୍ଟ୍ରୀ ପୋଷ୍ଟଗୁଡିକ ପାଇଁ ୬୫ ପ୍ରତିଶତ ସ୍କୋର ସହିତ MSc କେମେଷ୍ଟ୍ରୀ ଡିଗ୍ରୀ ରହିବା ଉଚିତ। ଏହା ସହିତ ପ୍ରାର୍ଥୀଙ୍କ ପାଖରେ GATE 2022 ସ୍କୋର କାର୍ଡ ଥିବା ଉଚିତ।

Advertisment

ବୟସ ସୀମା:

ଏହି ସବୁ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୧୧ ସେପ୍ଟେମ୍ବର ୨୦୨୨ ସୁଦ୍ଧା ୩୦ ବର୍ଷ ହେବା ଉଚିତ।

ଚୟନ ପ୍ରକ୍ରିୟା:

GATE ପରୀକ୍ଷାରେ ପ୍ରାପ୍ତ ମାର୍କ ଏବଂ ବ୍ୟକ୍ତିଗତ ସାକ୍ଷାତକାରରେ ପ୍ରଦର୍ଶନ ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ପ୍ରାର୍ଥୀମାନେ ମଧ୍ୟ ଏହି ଲିଙ୍କ୍ https://mudira.nalcoindia.co.in/iorms/UploadData/Advertisement/637953215749365659_Final%20Adv%2004082022%20get%20ADVT.pdf କୁ ଯାଇ ବିଜ୍ଞପ୍ତିରୁ ସବୁ ସୂଚନା ପାଇ ପାରିବେ।

Advertisment
Govt Jobs NALCO Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ