Apple IPhone
ବାହାରିବ ଏକ ଲକ୍ଷ ନିଯୁକ୍ତି । ଆଉ ଏହି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଆପଲ ଆଇଫୋନ୍ କମ୍ପାନୀ । ବର୍ତ୍ତମାନ ବଜାରରେ ସବୁଠାରୁ ଦାମୀ ମୋବାଇଲ ଫୋନ ଭାବେ ଲୋକେ ଆପଲ ଆଇ ଫୋନ୍କୁ ହିଁ ବୁଝନ୍ତି । ଆଉ ସେହି ଆଇ ଫୋନ୍ ପ୍ରସ୍ତୁତ କରିବା ପାଇଁ କର୍ଣ୍ଣାଟକରେ ହେଉଛି ବଡ଼ ପ୍ଲାନ୍ । ଏହି ପ୍ଲାନ୍ ଯଦି ସଫଳ ହୁଏ ତେବେ ପ୍ରାୟ ଏକ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଏବଂ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମିଳିତ ଭାବେ ଯୋଜନା କରିଛନ୍ତି ଯେ, ରାଜ୍ୟରେ ୩୦୦ ଏକର ଜମିରେ ନିର୍ମାଣ ହେବ ଆପଲ ଆଇଫୋନ୍ କମ୍ପାନୀ । ଏଠାରେ ଆପଲ ଫୋନ୍ ଗୁଡ଼ିକୁ ଆସେମ୍ବଲ କରାଯିବ । ଯାହାଫଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ମୁଖ୍ୟମନ୍ତ୍ରୀ ବୋମାଇ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ଆପଲ ଫୋନ୍ ତିଆରି ହେବ । ଏହାଦ୍ୱାରା ଏକ ଲକ୍ଷ ନିଯୁକ୍ତି ସୁଯୋଗ ମିଳିବା ସହ କର୍ଣ୍ଣାଟକ ରାଜ୍ୟ ପାଇଁ ଏହା ଏକ ବଡ଼ ଉପଲବ୍ଧିବ ହେବ । ଅନ୍ୟପଟେ ଆପଲ୍ର ଏକ ସପ୍ଲାୟର ଗ୍ରୁପ୍ ହୁନ୍ ହେ ଟେକ୍ନୋଲୋଜି ଗ୍ରୁପ୍ର ଚେୟାରମ୍ୟାନ୍ ୟଙ୍ଗ ଲିଉ, ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଏହାସହ କର୍ଣ୍ଣାଟକ ଆଇଟି ମନ୍ତ୍ରୀ ସିଏନ୍ ଅଶ୍ୱଥ୍ ନାରାୟଣଙ୍କ ସହ ଏକ ବୈଠକ କରିଛନ୍ତି । ତାଙ୍କ ସହ ଏନେଇ ଆଲୋଚନା ମଧ୍ୟ କରିଛନ୍ତି ।
ଖାଲି ସେତିକି ନୁହେଁ, ମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚେୟାରମ୍ୟାନ୍ଙ୍କ ସହ ଆସିଥିବା ଏକ ଟିମ୍ କ୍ଷେତ୍ର ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677852177.jpg)