ITBP Medical Officer Recruitment 2024 Apply for 345 posts
ମେଡିକାଲ୍ ଅଫିସର୍ ଚାକିରି କରିବାର ସ୍ୱପ୍ନ ଅନେକ ଦେଖନ୍ତି। ଆପଣଙ୍କର ଯଦି ଏମିତି ସ୍ୱପ୍ନ ଥାଏ ତେବେ ଏହି ସୁଯୋଗ ହାତଛଡା କରନ୍ତୁ ନାହିଁ। ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) ଏହି ସୁଯୋଗ ନେଇ ଆସିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ଏହି ନିଯୁକ୍ତି ମାଧ୍ୟମରେ ITBPରେ ଗ୍ରୁପ୍ A ପଦବୀ ପୂରଣ ହେବ। ଏହା ମାଧ୍ୟମରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ BSF, CRPF, ITBP, SSB ଏବଂ ଆସାମ ରାଇଫଲ୍ସରେ ପ୍ରାର୍ଥୀ ନିଯୁକ୍ତ ହେବେ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୩୦୦ରୁ ଅଧିକ ପଦବୀ ପୂରଣ ହେବ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ITBPର ଅଫିସିଆଲ୍ ୱେବ୍ସାଇଟ୍ recruitment.itbpolice.nic.inକୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ITBP Doctor Recruitment 2024 Apply for 345 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୬ ଅକ୍ଟୋବର ୨୦୨୪
- ଅନ୍ଲାଇନ୍ ଆବେଦନ ଶେଷ – ୧୪ ନଭେମ୍ବର ୨୦୨୪
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଖାଲି ପଦବୀ:
- ସୁପର ସ୍ପେଶାଲିଷ୍ଟ ମେଡିକାଲ୍ ଅଫିସର୍ (ସେକେଣ୍ଡ୍ ଇନ୍ କମାଣ୍ଡ) – ୦୫ଟି ପୋଷ୍ଟ୍
- ସୁପର ସ୍ପେଶାଲିଷ୍ଟ୍ ମେଡିକାଲ ଅଫିସର୍ (ଡେପୁଟି କମାଣ୍ଡାଣ୍ଟ) – ୧୭୬ଟି ପୋଷ୍ଟ୍
- ମେଡିକାଲ୍ ଅଫିସର୍ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍) – ୧୬୪ଟି ପୋଷ୍ଟ୍
- ମୋଟ୍ – ୩୪୫ଟି ପୋଷ୍ଟ୍
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଯୋଗ୍ୟତା:
- ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ M.B.B.S / କିମ୍ବା ଏହାର ସମାନ ଯୋଗ୍ୟତା
- ଏହା ବ୍ୟତୀତ ଏହି ପଦବୀ ସହିତ ଜଡିତ ବିଶେଷ ଯୋଗ୍ୟତା ମଧ୍ୟ ରହିବା ଉଚିତ
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ମାସିକ ଦରମା:
- ସୁପର ସ୍ପେଶାଲିଷ୍ଟ ମେଡିକାଲ୍ ଅଫିସର୍ (ସେକେଣ୍ଡ୍ ଇନ୍ କମାଣ୍ଡ) – ୭୮,୮୦୦ ରୁ ୨,୦୯,୨୦୦ ଟଙ୍କା
- ସୁପର ସ୍ପେଶାଲିଷ୍ଟ୍ ମେଡିକାଲ ଅଫିସର୍ (ଡେପୁଟି କମାଣ୍ଡାଣ୍ଟ) – ୬୭,୮୦୦ ରୁ ୨,୦୮,୭୦୦ ଟଙ୍କା
- ମେଡିକାଲ୍ ଅଫିସର୍ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ୍) – ୫୬,୧୦୦ ରୁ ୧,୭୭,୫୦୦ ଟଙ୍କା
- ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ/ OBC/EWS – ୪୦୦ ଟଙ୍କା
- SC/ST /ମହିଳା/ESM – ଦେୟମୁକ୍ତ
- ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1728393666.jpg)