Advertisment

ISRO Recruitment 2023: ISROରେ ଚାକିରି ସୁଯୋଗ; ଚୟନ ହେଲେ ମାସକୁ ୬୯ ହଜାର

ISROରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନିକଟରେ ISRO ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରୀୟାରେ ଟେକ୍ନିସିଆନ-ବି ପଦବୀ ପୂରଣ ହେବ। ଫାଇଦା ନେବେ ITI ପିଲା।

ISRO Recruitment 2023

ISRO Recruitment 2023

Advertisment

ଯେଉଁମାନେ ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ରେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ନିକଟରେ ISRO ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରୀୟାରେ ଟେକ୍ନିସିଆନ-ବି ପଦବୀ ପୂରଣ ହେବ। ଫାଇଦା ନେବେ ITI ପିଲା।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ISROର ଅଫିସିଆଲ୍ ୱେବସାଇଟ୍ isro.gov.in କୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖୋବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ ISRO Recruitment 2023 technician B job Notificationରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୫୪ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୯ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଡିସେମ୍ବର ୨୦୨୩
Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିବା ସହିତ ITI ସାର୍ଟିଫିକେଟ୍ ମଧ୍ୟ ପାଇଥିବେ।
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୮ ବର୍ଷ
  • ସର୍ବାଧିକ ବୟସ – ୩୫ ବର୍ଷ

ଆବେଦନ ଶୁଳ୍କ:

  • ସମସ୍ତ ପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା
  • ପ୍ରୋସେସିଂ ଫିସ୍ – ୫୦୦ ଟଙ୍କା

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୧, ୭୦୦ ଟଙ୍କା
  • ସର୍ବାଧିକ ଦରମା – ୬୯,୧୦୦ ଟଙ୍କା

ନିଯୁକ୍ତି ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା

କିପରି କରିବେ ଆବେଦନ:

  • ISROର ଅଫିସିଆଲ୍ ୱେବସାଇଟ୍ isro.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଆବେଦନ ଫର୍ମ ପୁରଣ କରନ୍ତୁ
  • ଆବେଦନ ଫିସ୍‌ ଦିଅନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ
Advertisment
ISRO Govt Jobs ISRO Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ