Advertisment

IOCL ରେ ଚାକିରି ପାଇଁ ଆବେଦନ ଚାଲିଛି; ହାତ ଛଡା କରନ୍ତୁ ନାହିଁ

IOCLରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୭୬୦ ପଦବୀ ପୂରଣ ହେବ। ତୁରନ୍ତ ଆବେଦନ କରନ୍ତୁ।

Iocl has taken out bumper vacancies on these posts

Iocl has taken out bumper vacancies on these posts

Advertisment

ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ଟେକ୍ନିସିଆନ୍, ଗ୍ରାଜୁଏଟ୍ ଏବଂ ଟ୍ରେଡ୍ ଆପ୍ରେଣ୍ଟିସ୍ (ଟେକ୍ନିକାଲ୍ ଓ ଅଣ-ଟେକ୍ନିକାଲ୍) ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ IOCLର ଅଫିସିଆଲ୍ ୱେବସାଇଟ୍ iocl.com କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଡିସେମ୍ବର ୧୪ରୁ ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କରେ https://www.ioclmd.in/ କ୍ଲିକ୍ କରି ସିଧାସଳଖ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କରେ IOCL Vacancy 2022 Notification PDF କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୭୬୦ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ - ୧୪ ଡିସେମ୍ବର ୨୦୨୨
  • ଅନ୍‌ଲାଇନ୍ ଆବେଦନ ପାଇଁ ଶେଷ ତାରିଖ - ୦୩ ଜାନୁଆରୀ ୨୦୨୩
Advertisment

ଖାଲି ପଦବୀ:

  • ମୋଟ ପୋଷ୍ଟ – ୧୭୬୦

ଯୋଗ୍ୟତା:

  • ଆଗ୍ରହୀ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ଦଶମ / ଦ୍ୱାଦଶ / ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ କରିଥିବା ଆବଶ୍ୟକ।
  • ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ।

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ

ଚୟନ ପ୍ରକ୍ରିୟା:

  • ଅନଲାଇନ୍ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ
  • ଏହା ପରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ମେଡିକାଲ ପରୀକ୍ଷା କରାଯିବ
Advertisment
Govt Jobs IOCL Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ