IOCL Recruitment 2022
IOCL ରେ ଖାଲି ପଡ଼ିଛି ୧୭୦୦ରୁ ଅଧିକ ପଦବୀ । କେବଳ ଓଡ଼ିଶା ରେ ୫୧ଟି ପଦବୀ ଖାଲି ପଡ଼ିଛି । ତେଣୁ ଆଗ୍ରହୀ ଯୁବକ/ଯୁବତୀ ଆଇଓସିଏଲ୍ର ଅଫିସିଆଲ ୱେବସାଇଟ୍ www.iocl.com ରେ ଯାଇ ଆବେଦନ କରିପାରିବେ । ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (IOCL) ପକ୍ଷରୁ ଟେକ୍ନିସିଆନ୍, ସ୍ନାତକ ଏବଂ ବାଣିଜ୍ୟ ଆପ୍ରେଣ୍ଟିସିସ୍ ପାଇଁ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ଯଥା www.iocl.com ରେ ଜାନୁୟାରୀ ୩, ୨୦୨୩ ପୂର୍ବରୁ ଅନଲାଇନରେ ଆବେଦନ କରିପାରିବେ ।
ଆଇଓସିଏଲ୍ ପକ୍ଷରୁ ତାମିଲନାଡୁ ଏବଂ ପୁଡୁଚେରୀ, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ଗୁଜରାଟ, ଗୋଆ, ମଧ୍ୟପ୍ରଦେଶ, ଛତିଶଗଡ, କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଏବଂ ନଗରହାଭେଲି ଏବଂ ଦାମନ ଏବଂ ଡିୟୁ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଝାଡଖଣ୍ଡ, ଆସାମ, ସିକ୍କିମ୍, ଦିଲ୍ଲୀ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ର କେନ୍ଦ୍ରଶାସିତ ଅଞ୍ଚଳ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।
IOCL ନିଯୁକ୍ତି ୨୦୨୨ ବିବରଣୀ:
ମୋଟ୍ ପଦବୀ-୧୭୬୦
ଓଡ଼ିଶାରେ ମୋଟ୍ ପଦବୀ-୫୧
ଟେକ୍ନିସିଆନ୍ ଆପ୍ରେଣ୍ଟିସିସ୍:
- UR: ୧୪
- EWS: ୩
- SC: ୫
- ST: ୭
- OBC: ୪
ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ସରକାରୀ ବ୍ୟାଙ୍କ୍ରେ ଚାକିରି ସୁଯୋଗ
ବାଣିଜ୍ୟ ଆପ୍ରେଣ୍ଟିସିସ୍:
- UR: ୧୦
- EWS: 1
- SC: ୨
- ST: ୩
- OBC: ୨
ଶିକ୍ଷାଗତ ଯୋଗ୍ୟତା:
ଆଗ୍ରହୀ ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବୋର୍ଡ / ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟରୁ ଦଶମ / ଦ୍ୱାଦଶ / ଆଇଟିଆଇ / ଡିପ୍ଲୋମା / ଡିଗ୍ରୀ କରିଥିବା ଆବଶ୍ୟକ ।
ବୟସ ସୀମା :
ଡିସେମ୍ବର ୩୧, ୨୦୨୨ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୪ ବର୍ଷ ମଧ୍ୟରେ ହେବା ଉଚିତ୍।
କୋହଳ ବୟସ ସୀମା:
OBC NCL ପ୍ରାର୍ଥୀ : ୩ ବର୍ଷ
SC/ST ପ୍ରାର୍ଥୀ: ୫ ବର୍ଷ
PwBD ପ୍ରାର୍ଥୀ: ୧୦ ବର୍ଷ
ଚୟନ ପ୍ରକ୍ରିୟା :
- ପ୍ରଥମେ ଅନ୍ଲାଇନ୍ ଟେଷ୍ଟ
- ଡକ୍ୟୁମେଣ୍ଟ ଯାଞ୍ଚ
- ମେଡିକାଲ ପରୀକ୍ଷା
୧୪.୧୨.୨୦୨୨ ରୁ ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି । ଆବେଦନର ଶେଷ ତାରିଖ ହେଉଛି ୦୩ ଜାନୁଆରୀ ୨୦୨୩ । ଅନଲାଇନ୍ ରେଜିଷ୍ଟ୍ରେସନ୍ ପରେ ପରୀକ୍ଷାର ତାରିଖ ରେଜିଷ୍ଟର୍ଡ ଇ-ମେଲ୍ରେ ଉପଲବ୍ଧ ହେବ ।
ଜାଣନ୍ତୁ କେମିତି କରିବେ ଅନ୍ଲାଇନ୍ ଆବେଦନ:
- ପ୍ରଥମେ IOCL ର ଅଫିସିଆଲ୍ ୱେବସାଇଟ୍ www.iocl.com ରେ କ୍ଲିକ୍ କରନ୍ତୁ
- ଉପଯୁକ୍ତ ପରିଚୟପତ୍ର ସହିତ ରେଜିଷ୍ଟ୍ରେସନ୍ ଫର୍ମ ପୁରଣ କରନ୍ତୁ
- ରେଜିଷ୍ଟ୍ରେସନ୍ ପରେ ଏକ ଲଗ ଇନ୍ ଆଇଡ୍ ମିଳିବ
- ପାର୍ସପୋର୍ଟ ସାଇଜ୍ ଫଟୋ, ଦସ୍ତଖତ, ଆବଶ୍ୟକ ଡକ୍ୟୁମେଣ୍ଟ ସ୍କାନ୍ କରି ଅପଲୋଡ୍ କରନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us