Advertisment

ER Recruitment 2024: ପୂରଣ ହେବ ଗ୍ରୁପ୍ C ଗ୍ରୁପ୍ D ପଦବୀ; ଜାଣନ୍ତୁ କେବେ ଅଛି ଶେଷ ତାରିଖ

ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବାକୁ ଚାହାନ୍ତି ତେବେ ଏହି ଲେଖା ଆପଣଙ୍କ ପାଇଁ। ପୂର୍ବ ରେଳବାଇ (ER) ଏହି ସୁଯୋଗ ନେଇଆସିଛି। ଏନେଇ ER ଏକ ବିଜ୍ଞପ୍ତି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
ER Recruitment 2024 Post apply for 60 post

ER Recruitment 2024 Post apply for 60 post

Advertisment

ଭାରତୀୟ ରେଳବାଇରେ ପୁଣି ଚାକିରି ସୁଯୋଗ। ଏନେଇ ଅନେକ ପ୍ରାର୍ଥୀ ଆଗ୍ରହୀ ଥାଆନ୍ତି। ଆପଣ ଯଦି ଏମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଲେଖା ଆପଣଙ୍କ ପାଇଁ। ପୂର୍ବ ରେଳବାଇ (ER) ଏହି ସୁଯୋଗ ନେଇଆସିଛି। ଏନେଇ ER ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ER ରେ ଗ୍ରୁପ୍ C ଓ ଗ୍ରୁପ୍ D ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏନେଇ ୬୦ଟି ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀ ମଧ୍ୟ ସୁଯୋଗ ନେଇପାରିବେ।

ଅଧିକ ପଢ଼ନ୍ତୁ: RITES ରେ ନିଯୁକ୍ତି ସୁଯୋଗ; ଦରମା ୫ଲକ୍ଷ ୫୦ହଜାରରୁ ଅଧିକ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ER ର ଅଫିସିଆଲ୍ ୱେବ୍‌ସାଇଟ୍‌ rrcer.org କିମ୍ବା rrcrecruit.co.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏଇ ଲିଙ୍କ୍ Indian Railways Jobs, ER Recruitment 2024 Post apply for 60 post Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୫ ନମ୍ବେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୪ ଡିସେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ଗ୍ରୁପ୍ D ଲେବଲ୍ ୧ – ୩୯ଟି ପୋଷ୍ଟ୍‌
  • ଗ୍ରୁପ୍ C ଲେବଲ୍ ୨/ ଲେବଲ୍ ୩ – ୧୬ଟି ପୋଷ୍ଟ୍‌
  • ଗ୍ରୁପ୍ C ଲେବଲ୍ ୪ ଲେବଲ୍ ୫ – ୦୫ଟି ପୋଷ୍ଟ୍‌
  • ମୋଟ୍ – ୬୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • ଲେବଲ୍ ୪ ଲେବଲ୍ ୫ – ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହେବା ଆବଶ୍ୟକ
  • ଲେବଲ୍ ୨/ ଲେବଲ୍ ୩ – ପ୍ରାର୍ଥୀ ନିଶ୍ଚିତ ଭାବରେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ
  • ଯଦି ପ୍ରାର୍ଥୀ ଆପ୍ରେଣ୍ଟିସିପ୍ ପାଠ୍ୟକ୍ରମ ସମାପ୍ତ କରିଛନ୍ତି ତେବେ ତାଙ୍କୁ ଅଗ୍ରାଧିକାର ମିଳିବ
  • ଲେବଲ୍ ୧ – ପ୍ରାର୍ଥୀ ଦଶମ ପାସ୍ କରିବା ସହିତ ITI କରିଥିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ବର୍ଷ
  • ବୟସ ଗଣନା ୦୧।୦୧।୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୫୦୦ ଟଙ୍କା
  • SC/ST/ସଂଖ୍ୟାଲଘୁ/ମହିଳା – ୨୫୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ବିଭିନ୍ନ କ୍ରୀଡ଼ାରେ ଜିତିଥିବା ପଦକ ମଧ୍ୟ ପୂର୍ବ ରେଳବାଇରେ ନିଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
  • ଚୟନ ପ୍ରକ୍ରିୟାରେ, ସ୍ୱୀକୃତିପ୍ରାପ୍ତ କ୍ରୀଡ଼ାରେ ସଫଳତା ଆଧାରରେ ୫୦ ମାର୍କ ଦିଆଯିବ
  • ଏହା ବ୍ୟତୀତ କ୍ରୀଡ଼ା ଦକ୍ଷତା ଏବଂ ଶାରୀରିକ ସୁସ୍ଥତା ଉପରେ ୪୦ ମାର୍କ ରହିବ
  • ଶିକ୍ଷାଗତ ଯୋଗ୍ୟତା ପାଇଁ ୧୦ ମାର୍କ ଧାର୍ଯ୍ୟ କରାଯାଇଛି

ଅଧିକ ପଢ଼ନ୍ତୁ: ରେଳବାଇରେ ପୂରଣ ହେବ ୫,୬୦୦ରୁ ଅଧିକ ପଦବୀ, ଜାଣନ୍ତୁ ଶେଷ ତାରିଖ

Indian Railways Indian Railway Jobs Govt Jobs Job Search Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ