Advertisment

Indian Navy Recruitment 2024: ଭାରତୀୟ ନୌସେନା ବାହାରିଲା ଚାକିରି; ଦ୍ୱାଦଶ ପିଲା କରିବେ ଆବେଦନ

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଭାରତୀୟ ନୌସେନା(Indian Navy) ଏହି ସୁଯୋଗ ନେଇ ଆସିଛି।

ଅଦ୍ୟତନ ହୋଇଛି
Indian Navy Recruitment 2024  Apply for Medical Assistance posts

Indian Navy Recruitment 2024 Apply for Medical Assistance posts

Advertisment

ଭାରତର ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପ୍ରତିରକ୍ଷା ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଛନ୍ତି ତେବେ ଭାରତୀୟ ନୌସେନା(Indian Navy) ଏହି ସୁଯୋଗ ନେଇ ଆସିଛି। ଏନେଇ Indian Navy ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ Indian Navyରେ ନାବିକ ଏସ୍‌ଏସ୍‌ଆର୍‌ (ମେଡିକାଲ ଆସିଷ୍ଟାଣ୍ଟ) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ କେବଳ ଅବିବାହୀତ ଆବେଦନ କରିପାରିବେ। ଦ୍ୱାଦଶ ପାଶ୍ କରିଥିବା ପିଲା ଏହାର ସୁଯୋଗ ନେବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Navyର ଅଫିସିଆଲ୍ ୱେବ୍‌ସାଇଟ୍‌ joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Navy Recruitment 2024 Apply for Medical Assistance posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୭ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୭ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ (PCM) ସହିତ ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ପ୍ରାର୍ଥୀଙ୍କ ଜନ୍ମ ୦୧।୧୧।୨୦୦୩ ରୁ ୩୦।୦୪।୨୦୦୭ ମଧ୍ୟରେ ହୋଇଥିବ
  • ଏହି ଦୁଇ ତାରିଖ ମିଶାଯିବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୨୬,୯୦୦ ଟଙ୍କା
  • ସର୍ବାଧିକ ଦରମା – ୭୪,୩୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ସଟ୍‌ଲିଷ୍ଟ୍
  • ଶାରିରୀକ ଟେଷ୍ଟ୍
  • ଲିଖିତ ପରୀକ୍ଷା
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • Indian Navyର ଅଫିସିଆଲ୍ ୱେବ୍‌ସାଇଟ୍‌ joinindiannavy.gov.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ “Apply Online” ଲିଙ୍କ୍‌ରେ କ୍ଲିକ୍ କରନ୍ତ
  • ପଞ୍ଜୀକରଣ ବିବରଣୀ ଏଣ୍ଟ୍ରୀ କରନ୍ତୁ ଏବଂ " Submit " କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ସମାପ୍ତ ହେବା ପରେ ଆପଣଙ୍କ ଆକାଉଣ୍ଟକୁ ଲଗ୍ ଇନ୍ କରନ୍ତୁ
  • ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ
  • " Submit " କ୍ଲିକ୍ କରନ୍ତୁ ଏବଂ ଆବେଦନ ଫର୍ମ ଡାଉନଲୋଡ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ କାଢନ୍ତୁ
Govt Jobs Job Search Indian Navy Indian Navy Jobs Job Seekers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ