Advertisment

ଅଗ୍ନିବୀର ଏସ୍‌ଏସ୍‌ଆର୍‌ ପାଇଁ ନିଯୁକ୍ତି : ପୂରଣ ହେବ ୨୮୦୦ ଟି ପଦବୀ

ଭାରତୀୟ ନୌସେନା ତରଫରୁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଜାଣନ୍ତୁ କେବେ ଓ କିପରି କରିବେ ଆବେଦନ…

Indian navy agniveer ssr recruitment 2022 for 2800 posts

Indian navy agniveer ssr recruitment 2022 for 2800 posts

Advertisment

ଭାରତୀୟ ନୌସେନା ତରଫରୁ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ଏସ୍‌ଏସ୍‌ଆର୍‌ ପୋଷ୍ଟ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ ଜାରି କରାଯାଇଛି। ଏନେଇ ପ୍ରାର୍ଥୀମାନେ ୧୫ ଜୁଲାଇ ୨୦୨୨ ରୁ ଆବେଦନ ଦାଖଲ କରିବାକୁ ସମର୍ଥ ହେବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୮୦୦ ଟି ପଦବୀ ପୂରଣ ହେବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଇ ପୋଷ୍ଟଗୁଡିକ ପାଇଁ ଆବେଦନପତ୍ର ଦାଖଲ କରିପାରିବେ।

Advertisment

ପ୍ରକାଶଥାଉ ଯେ ନଭେମ୍ବର ମାସରେ ଭାରତୀୟ ନୌସେନା ଏସ୍‌ଏସ୍‌ଆର୍‌ ପାଠ୍ୟକ୍ରମ ଆରମ୍ଭ ହେବ। ଏଥି ସହିତ ଅକ୍ଟୋବର ମାସରେ ଏହାର ଲିଖିତ ପରୀକ୍ଷା ଏବଂ ଶାରୀରିକ ପରୀକ୍ଷା ପାଇଁ ପ୍ରାର୍ଥୀଙ୍କୁ ଡକାଯିବ।

ଶିକ୍ଷାଗତ ଯୋଗ୍ୟତା:

  • ଗଣିତ, ପଦାର୍ଥ ବିଜ୍ଞାନ ସହିତ ଦ୍ୱାଦଶ ପାସ୍ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ।
Advertisment

ବୟସ ସୀମା:

  • ଆବେଦନକାରୀଙ୍କ ଜନ୍ମ ତାରିଖ ୧ ନଭେମ୍ବର ୧୯୯୯ରୁ ୩୦ ଏପ୍ରିଲ ୨୦୦୫ ମଧ୍ୟରେ ହେବା ଉଚିତ।

ଶାରୀରିକ ଯୋଗ୍ୟତା:

  • ପ୍ରାର୍ଥୀଙ୍କ ସର୍ବନିମ୍ନ ଉଚ୍ଚତା ୧୫୭ ସେମି ହେବା ଉଚିତ। ଶାରୀରିକ ଯୋଗ୍ୟତା ବିଷୟରେ ଅଧିକ୍ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ।
Advertisment

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା, ଶାରୀରିକ ପରୀକ୍ଷା ଏବଂ ଡାକ୍ତରୀ ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀମାନେ ମନୋନୀତ ହେବେ।

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ joinindiannavy.gov.in କୁ ଯାଆନ୍ତୁ
  • ବର୍ତ୍ତମାନ ଲଗ୍ଇନ୍ କରନ୍ତୁ ଏବଂ current opportunities’ ଉପରେ କ୍ଲିକ୍ କରନ୍ତୁ
  • Apply ଉପରେ କ୍ଲିକ୍ କରି ଫର୍ମ ପୂରଣ କରନ୍ତୁ ଏବଂ Submit ଉପରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତରେ ରେଫରେନ୍ସ ପାଇଁ ଆବେଦନ ଫର୍ମର ଏକ ପ୍ରିଣ୍ଟ୍ ବାହାର କରନ୍ତୁ

ତେବେ ନିଯୁକ୍ତିର ବିଜ୍ଞପ୍ତି ଦେଖିବାକୁ ଚାହୁଁଥିଲେ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

Indian Navy Agniveer SSR Recruitment 2022 Notification

Govt Jobs Agniveer SSR Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ