Advertisment

Indian Army Group C Recruitment: ଦଶମ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି ସୁଯୋଗ; ଆଜିଠାରୁ ଆବେଦନ ଆରମ୍ଭ

ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
Indian Army Group C Recruitment

Indian Army Group C Recruitment

Advertisment

ଆପଣ ଯଦି ଦଶମ ପାଶ୍ କରି ଭାରତୀୟ ସେନାରେ ଚାକିରି କରିବାକୁ ଚାହାନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତୀୟ ସେନା ନିକଟରେ MTS, ଫାୟାରମ୍ୟାନ୍, କୁକ୍ ଆଦି ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାର କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହି ଆବେଦନ ପ୍ରକ୍ରିୟା ଅଫଲାଇନ୍ ମୋଡ୍ ମାଧ୍ୟମରେ ହେଉଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୭୧ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ଏହାର ଅଫିସିଆଲ୍ ୱେବ୍‌ସାଇଟ୍‌ https://indianarmy.nic.inକୁ ଯାଇ ଆବେଦନ ଫର୍ମ ଡାଉନ୍‌ଲୋଡ୍ କରିବା ପରେ ଏହାକୁ ପୂରଣ କରି ନିମ୍ନରେ ଦିଆଯାଇଥିବା ଠିକଣାରେ ପଠାଇବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ୱେବ୍‌ସାଇଟ୍‌ ଯାଇ ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ ପ୍ରକ୍ରିୟା ଆରମ୍ଭ – ୧୩ ଜାନୁଆରୀ ୨୦୨୪
  • ଆବେଦନ ପ୍ରକ୍ରିୟା ଶେଷ – ୦୨ ଫେବୃଆରୀ ୨୦୨୪

ଖାଲି ପଦବୀ:

  • ରୋଷେୟା – ୦୩ଟି ପୋଷ୍ଟ୍‌
  • ସିଭିଲିଆନ୍ କ୍ୟାଟରିଂ ଇନ୍‌ଷ୍ଟ୍ରକ୍ଟର୍ – ୦୩ଟି ପୋଷ୍ଟ୍‌
  • MTS – ୦୨ଟି ପୋଷ୍ଟ୍‌
  • ଟ୍ରେଡ୍‌ମ୍ୟାନ୍ ମେଟ୍ସ – ୦୮ଟି ପୋଷ୍ଟ୍‌
  • ଭେହିକିଲ୍ ମେକାନିକ୍ – ୦୧ଟି ପୋଷ୍ଟ୍‌
  • ସିଭିଲିଆନ୍ ମୋଟର ଡ୍ରାଇଭର – ୦୯ଟି ପୋଷ୍ଟ୍‌
  • କ୍ଲିନର୍ – ୦୪ଟି ପୋଷ୍ଟ୍‌
  • ଲିଡିଙ୍ଗ୍ ଫାୟାରମ୍ୟାନ୍ – ୦୧ଟି ପୋଷ୍ଟ୍‌
  • ଫାୟାରମ୍ୟାନ୍ - ୩୦ଟି ପୋଷ୍ଟ୍‌
  • ଫାୟାର ଇଞ୍ଜିନ୍ ଡ୍ରାଇଭର - ୧୦ଟି ପୋଷ୍ଟ୍‌
  • ମୋଟ ପଦବୀ - ୭୧ଟି ପୋଷ୍ଟ୍
Advertisment

ଶିକ୍ଷାଗତ ଯୋଗ୍ୟତା:

  • ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ପାଶ୍
  • ଟ୍ରେଡ୍ ୱାର୍କରେ ଦକ୍ଷତା ଥିବା ଆବଶ୍ୟକ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫/ ୨୭ ବର୍ଷ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ କୋହଳ:

  • OBC - ୦୩ ବର୍ଷ
  • ST / SC / PWD / ESM - ୦୫ ବର୍ଷ
  • PWD + SC / ST - ୧୫ ବର୍ଷ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା (ଅବଜେକ୍ଟିଭ୍ ପ୍ରକାର ପ୍ରଶ୍ନ)
  • ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • HSC ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍
  • + 2 / ITI ସାର୍ଟିଫିକେଟ୍ ଏବଂ ମାର୍କ ସିଟ୍,
  • କମ୍ପ୍ୟୁଟର ସାର୍ଟିଫିକେଟ୍
  • ଦସ୍ତଖତ
  • ଜାତି ପ୍ରମାଣପତ୍ର
  • ଆଧାର କାର୍ଡ
  • ଆବାସିକ ପ୍ରମାଣପତ୍ର
  • ସେଲ୍ଫ ଆଟେଷ୍ଟେଡ ପାସପୋର୍ଟ ଆକାରର ଫଟୋଗ୍ରାଫ୍
  • ଅଭିଜ୍ଞତା ପ୍ରମାଣପତ୍ର

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବ୍‌ସାଇଟ୍‌ https://indianarmy.nic.in କୁ ଯାଆନ୍ତୁ
  • ଫର୍ମ ଡାଉନ୍‌ଲୋଡ କରି ପ୍ରିଣ୍ଟ୍ ବାହାର କରନ୍ତୁ
  • ଏହାକୁ ଠିକ ଭାବେ ପୂରଣ କରନ୍ତୁ
  • ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଯୋଡନ୍ତୁ
  • ନିମ୍ନ ଠିକଣାରେ ପଠାନ୍ତୁ

ଡାକ ଠିକଣା:

The Presiding Officer, Civilian Direct Recruitment Board, CHQ, ASC Center ( South ), 2 ATC, Agram Post, Bangalore – 07.

Govt Jobs Indian Army Recruitment Army Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ