Advertisment

Indian Army AFMS Recruitment 2024: ଭାରତୀୟ ସେନାରେ ନିଯୁକ୍ତି ସୁଯୋଗ, ପୂରଣ ହେବ ଏତେ ମହିଳା ପଦବୀ

ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
Indian Army AFMS Recruitment 2024

Indian Army AFMS Recruitment 2024

Advertisment

ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ ହେବ। ଏନେଇ AFMS ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛି। ଆପଣ ଯଦି ଏହି ଚାକିରି କରିବାକୁ ଚାହାନ୍ତି ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସର୍ଟ ସର୍ଭିସ କମିଶନ ମେଡିକାଲ ଅଫିସର (SSC-MO) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। MBBS କରିଥିବା ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୪୦୦ରୁ ଅଧିକ ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ AFMS ର ଅଫିସିଆଲ୍ ୱେବ୍‌ସାଇଟ୍‌ amcscentry.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Army AFMS Recruitment apply for 450 Posts Notification  ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୬ ଜୁଲାଇ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୪ ଅଗଷ୍ଟ ୨୦୨୪

ଖାଲି ପଦବୀ:

  • ପୁରୁଷ – ୩୩୮ଟି ପୋଷ୍ଟ୍
  • ମହିଳା – ୧୧୨ଟି ପୋଷ୍ଟ୍
  • ମୋଟ୍ – ୪୫୦ ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ MBBS ବା ପିଜି ଡିଗ୍ରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • MBBS ପାଇଁ ସର୍ବାଧିକ ବୟସ – ୩୦ ବର୍ଷ
  • ପିଜି ଡିଗ୍ରୀ ପାଇଁ ସର୍ବାଧିକ ବୟସ – ୩୫ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ମାସିକ ଦରମା – ୮୫,୦୦୦ ଟଙ୍କା
  • ଆବେଦନ ଶୁଳ୍କ:
  • ସମସ୍ତ ବର୍ଗ – ୨୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍
Indian Army Govt Jobs Indian Army Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ