Advertisment

Indian Air Force Recruitment: ଦ୍ୱାଦଶ ପାଶ୍ କରିଥିଲେ ଭାରତୀୟ ସେନାରେ ଚାକିରି; ଦରମା ୪୦ ହଜାର

ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏହି ଖବର। ଯଦି ବେରୋଜଗାର ଯୁବକମାନେ ସେନାରେ ଯୋଗଦେଇ ଦେଶ ସେବା କରିବାର ପଥରେ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ।

ଅଦ୍ୟତନ ହୋଇଛି
Indian Air Force Agniveer Recruitment 2024

Indian Air Force Agniveer Recruitment 2024

Advertisment

ଭାରତୀୟ ସେନାରେ କାମ କରିବାକୁ ଚାହୁଁଥିବା ଯୁବକମାନଙ୍କ ପାଇଁ ଏହି ଖବର। ଯଦି ବେରୋଜଗାର ଯୁବକମାନେ ସେନାରେ ଯୋଗଦେଇ ଦେଶ ସେବା କରିବାର ପଥରେ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଭାରତୀୟ ବାୟୁସେନା ଅଗ୍ନିବୀର ନିଯୁକ୍ତି ଯୋଜନାର ବିଜ୍ଞପ୍ତି ପ୍ରକାଶ କରିଛି।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ https://agnipathvayu.cdac.in କୁ ଯାଇ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Air Force Agniveer Recruitment 2024 Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଆବେଦନ ପ୍ରକ୍ରିୟା ଅନ୍‌ଲାଇନ୍ ମାଧ୍ୟମରେ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ୩୫୦୦ରୁ ଅଧିକ ପଦବୀ ପୂରଣ ହେବ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୭ ଜାନୁଆରୀ ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୬ ଫେବୃଆରୀ ୨୦୨୪

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ ପ୍ରତିଷ୍ଠାନରୁ ଦ୍ୱାଦଶ ଶ୍ରେଣୀ ପାସ୍
  • ପ୍ରାର୍ଥୀ ଡିପ୍ଲୋମା କିମ୍ବା ୨ ବର୍ଷର ଧନ୍ଦାମୂଳକ ପାଠ୍ୟକ୍ରମ କରିଥିନେ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖିପାରିବେ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୭
  • ସର୍ବାଧିକ ବୟସ – ୨୧ ବର୍ଷ
  • ପ୍ରାର୍ଥୀଙ୍କ ବୟସ ୨ ଜୁଲାଇ ୨୦୦୭ରୁ ୨ ଜାନୁୟାରୀ ୨୦୨୪ ମଧ୍ୟରେ ଗଣନା କରାଯିବ

ଆବେଦନ ଶୁଳ୍କ:

  • ଆବେଦନ ଶୁଳ୍କ ସମସ୍ତ ବର୍ଗ ପାଇଁ ସମାନ
  • ଆବେଦନକାରୀଙ୍କୁ ୨୫୦ ଟଙ୍କା ଦେବାକୁ ପଡିବ
  • ଅନ୍‌ଲାଇନ୍‌ରେ ମାଧ୍ୟମରେ ଶୁଳ୍କ ଦେବାକୁ ପଡିବ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୩୦,୦୦୦ଟଙ୍କା
  • ସର୍ବାଧିକ ମାସିକ ଦରମା – ୪୦, ୦୦୦ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଶାରୀରିକ ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ ଯାଞ୍ଚ
  • ଡାକ୍ତରୀ ପରୀକ୍ଷା
Indian Air Force Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ