Advertisment

ଡାକ ବିଭାଗରେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି? ୫୮୧ ପଦବୀ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି

ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଯଦି ଆପଣ ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଚ୍ଛା କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଭାରତୀୟ ଡାକ ବିଭାଗ ଉତ୍ତରାଖଣ୍ଡ ପାଇଁ ଗ୍ରାମୀଣ ଡାକ ସେବା (ଜିଡିଏସ୍) ପଦବୀ ପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ appost.in ରେ ବିଜ୍ଞପ୍ତି ପ୍ରକାଶ କରିଛି

ଅଦ୍ୟତନ ହୋଇଛି
ଭାରତୀୟ ଡାକ ବିଭାଗରେ ଏହି ପଦବୀ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

india post

Advertisment

ଡେରାଡୁନ୍‌: ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଯଦି ଆପଣ ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଚ୍ଛା କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଭାରତୀୟ ଡାକ ବିଭାଗ ଉତ୍ତରାଖଣ୍ଡ ପାଇଁ ଗ୍ରାମୀଣ ଡାକ ସେବା (ଜିଡିଏସ୍) ପଦବୀ ପାଇଁ ଏହାର ଅଫିସିଆଲ୍ ୱେବସାଇଟ୍ appost.in ରେ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ଅଧୀନରେ ୫୮୧ ଟି ଖାଲି ଥିବା ପଦବୀ ପୂରଣ ହେବ ବୋଲି ସୂଚନା ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ୨୨ ସେପ୍ଟେମ୍ବର ୨୦୨୧ ସୁଦ୍ଧା ଆସିଷ୍ଟାଣ୍ଟ ଶାଖା ପୋଷ୍ଟମାଷ୍ଟର ଏବଂ ଡାକ ସେବକ ପଦ ଲାଗି ନିଯୁକ୍ତି ପାଇଁ ଆବେଦନ କରିପାରିବେ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟା ଅନୁଯାୟୀ ଅଲମୋରା, ଚାମୋଲି, ଦେହରାଡୁନ୍, ନୈନିତାଲ, ପିଥୋରାଗଡ, ଆରଏମଏସ ଡିଏନ ଡିଭିଜନ ଏବଂ ତେହେରୀ ଭଳି ବିଭିନ୍ନ ଜିଲ୍ଲାରେ ଖାଲି ଥିବା ପଦବୀ ପୂରଣ ହେବ।

ଆବେଦନ ଆରମ୍ଭ ତାରିଖ - ୨୩ ଅଗଷ୍ଟ ୨୦୨୧ ପଞ୍ଜୀକରଣ ଏବଂ ଦେୟ ପାଇଁ ଶେଷ ତାରିଖ - ୨୨ ସେପ୍ଟେମ୍ବର ୨୦୨୧ ରହିଛି।

Advertisment

ଉତ୍ତରାଖଣ୍ଡ GDS ପଦବୀ ବିବରଣୀ: ୫୮୧ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

GDS ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ଶିକ୍ଷାଗତ ଯୋଗ୍ୟତା: ଆବେଦନକାରୀ ନିଶ୍ଚିତ ଭାବରେ ଗଣିତ, ସ୍ଥାନୀୟ ଭାଷା ଏବଂ ଇଂରାଜୀ ସହିତ ଦଶମ ପାସ୍ କରିଥିବା ଆବଶ୍ୟ। ଭାରତ ସରକାର / ରାଜ୍ୟ ସରକାର / ୟୁନିଅନ୍ ଟେରିଟୋରୀ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଯେକୌଣସି ବିଦ୍ୟାଳୟରୁ ପ୍ରମାଣପତ୍ର ମିଳିଥିବା ଜରୁରୀ।

Advertisment

ଅନଲାଇନ୍‌ ଦାଖଲ ହୋଇଥିବା ଆବେଦନ ଆଧାରରେ ନିୟମ ଅନୁଯାୟୀ ଉତ୍ତରପ୍ରଦେଶ GDS ଚୟନ ପ୍ରକ୍ରିୟା ପ୍ରାର୍ଥୀମାନଙ୍କର ଏକ ସ୍ୱୟଂଚାଳିତ ମେରିଟ୍ ତାଲିକା ପ୍ରକାଶ ପାଇବ। ଯେଉଁମାନଙ୍କର ଏହି ତାଲିକାରେ ନାମ ଆସିବ ସେମାନେ ପରବର୍ତ୍ତୀ ସମୟରେ ଆଉ ଏକ ପରୀକ୍ଷା ଦେବେ ବୋଲି କୁହାଯାଇଛି ଆଉ ଯେଉଁମାନେ ଏହି ପରୀକ୍ଷାରେ ପାସ୍‌ କରିବେ ସେମାନେ ଚାକିରି ପାଇଁ ଯୋଗ୍ୟ ବିବେଚିତ ହେବେ।

Uttarakhand India Post Recruitment 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ