Advertisment

ଗ୍ରାମିଣ ଡାକ ସେବାରେ ପୂରଣ ହେବ ୬୫୦ ପଦବୀ; ଦରମା ୩୦ ହଜାର

ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ୍‌, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି। ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍‌ର ଶାଖାଗୁଡ଼ିକରେ ଖାଲି ପଡିଥିବ ୬୫୦ ଟି ପଦବୀ ପୂରଣ ହେବ।

India Post Payments Bank Recruitment 2022

India Post Payments Bank Recruitment 2022

Advertisment

ଇଣ୍ଡିଆ ପୋଷ୍ଟ୍‌ ପେମେଣ୍ଟ ବ୍ୟାଙ୍କ୍‌, (India Post Payments Bank) ଗ୍ରାମିଣ ଡାକ ସେବା ପୋଷ୍ଟ୍‌ ପାଇଁ ଆବେଦନ କରିବାକୁ ଆହ୍ୱାନ କରିଛି। ଏହା ଦ୍ୱାରା ସମଗ୍ର ଦେଶରେ ବ୍ୟାଙ୍କ୍‌ର ଶାଖାଗୁଡ଼ିକରେ ଖାଲି ପଦବୀ ପୂରଣ ହେବ। ଆଗ୍ରହୀ ପ୍ରାର୍ଥୀମାନେ ୧୦ ମେ ୨୦୨୨ରୁ ପୋଷ୍ଟ୍‌ଗୁଡିକ ପାଇଁ ଅନ୍‌ଲାଇନ୍ ଆବେଦନ କରିପାରିବେ। ଏଥିପାଇଁ ସେମାନଙ୍କୁ ଅଫିସିଆଲ୍ ୱେବ୍‌ସାଇଟ୍ ippbonline.com ପରିଦର୍ଶନ କରିବାକୁ ପଡିବ। ଏଥିସହିତ, ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୨୦ ମେ ୨୦୨୨ ରହିଛି। ପ୍ରକାସଥାଉ ଯେ ଅନ୍ୟ କୌଣସି ଉପାୟ ମାଧ୍ୟମରେ ଆବେଦନଗୁଡିକ ଗ୍ରହଣ କରାଯିବ ନାହିଁ।

Advertisment

ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ମୋଟ ୬୫୦ ଟି ପଦବୀ ପୂରଣ ହେବ। ପ୍ରାର୍ଥୀମାନଙ୍କୁ ବିଭିନ୍ନ କାର୍ଯ୍ୟ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କରାଯିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନର ଆରମ୍ଭ ତାରିଖ – ୧୦ ମେ ୨୦୨୨
  • ଆବେଦନର ଶେଷ ତାରିଖ – ୨୦ ମେ ୨୦୨୨
  • ଆବେଦନ ଶୁଳ୍କ ଦାଖଲ ତାରିଖ – ୧୦ ମେ ରୁ ୨୦ ମେ ୨୦୨୨
  • ପରୀକ୍ଷା ତାରିଖ – ଜୁନ୍ ୨୦୨୨
  • ପରୀକ୍ଷା ପାଇଁ ଆଡ୍‌ମିଟ୍ କାର୍ଡ ପ୍ରଦାନ ତାରିଖ – ଆବେଦନ ପ୍ରକ୍ରିୟା ଶେଷ ହେବାର ୧୦ ଦିନ ମଧ୍ୟରେ
Advertisment

ଦରମା:

ଏହି ପଦବୀରେ ମନୋନୀତ ପ୍ରାର୍ଥୀଙ୍କୁ ମାସିକ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ

ଯୋଗ୍ୟତା:

ସ୍ନାତକୋତ୍ତର ପାସ୍ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଥିସହ, ପ୍ରାର୍ଥୀଙ୍କର ଅତି କମରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନେ ୨୦ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବେ।

ଚୟନ ପ୍ରକ୍ରିୟା:

ଅନ୍‌ଲାଇନ୍ ଲିଖିତ ପରୀକ୍ଷା ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ। ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ୍ କରି ବିଜ୍ଞପ୍ତି ଦେଖନ୍ତୁ।

Advertisment
Govt Jobs India Post Payments Bank Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ