Advertisment

India Post GDS Recruitment 2025: ଡାକ ବିଭାଗରେ ପୂରଣ ହେବ ୨୧,୪୦୦ରୁ ଅଧିକ ପଦବୀ; ଓଡ଼ିଶା ପାଇଁ ଏତେ…

ଭାରତୀୟ ଡାକ ବିଭାଗରେ ଚାକିରି ସୁଯୋଗ। ଏନେଇ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

ଅଦ୍ୟତନ ହୋଇଛି
India Post GDS Recruitment 2025

India Post GDS Recruitment 2025

Advertisment

ଅନେକ ଯୁବକ ଡାକ ବିଭାଗରେ ଚାକିରି କରିବାକୁ ଚାହାନ୍ତି। ଏନେଇ ସେମାନେ ବର୍ଷ ବର୍ଷ ଧରି ପ୍ରସ୍ତୁତି କରନ୍ତି। ଆପଣ ଯଦି ସେମାନଙ୍କ ମଧ୍ୟରୁ ଜଣେ ତେବେ ଏହି ଖବର ଆପଣଙ୍କ ପାଇଁ। ଭାରତୀୟ ଡାକ ବିଭାଗ ଆପଣଙ୍କ ପାଇଁ ଏହି ସୁଯୋଗ ନେଇଆସିଛି। ଏନେଇ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ଭାରତୀୟ ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ(GDS) ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୩ଟି ସର୍କଲରେ ୨୧,୪୦୦ରୁ ଅଧିକ ପଦବୀ ପୂରଣ ହେବ। ଓଡ଼ିଶାରେ ୧୧୦୧ ପଦବୀ ପୂରଣ ହେବ। ଦଶମ ପାଶ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେଇ ପାରିବେ।

ଅଧିକ ପଢ଼ନ୍ତୁ: ବିମାନବନ୍ଦରରେ ଚାକିରି ସୁଯୋଗ; ଜାଣନ୍ତୁ କେଉଁମାନେ କରିବେ ଆବେଦନ

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ବିଭାଗର ଅଫିସିଆଲ୍ ୱେବ୍‌ସାଇଟ୍‌ indiapostgdsonline.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ India Post GDS Recruitment 2025 apply for 21413 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୦ ଫେବୃଆରୀ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୦୩ ମାର୍ଚ୍ଚ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୯୭୩୬ଟି ପୋଷ୍ଟ୍‌
  • OBC – ୪୧୬୪ଟି ପୋଷ୍ଟ୍‌
  • SC – ୨୮୬୭ଟି ପୋଷ୍ଟ୍‌
  • ST – ୨୦୮୬ଟି ପୋଷ୍ଟ୍‌
  • EWS – ୧୯୫୨ଟି ପୋଷ୍ଟ୍‌
  • PWD – ୬୦୯ଟି ପୋଷ୍ଟ୍‌
  • ମୋଟ ପଦବୀ – ୨୧୪୧୩ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଯୋଗ୍ୟତା:

  • କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାଶ୍
  • ଦଶମ ଗଣିତ ଓ ଇଂରାଜୀ ବିଷୟ ଥିବ
  • ସ୍ଥାନୀୟ ଭାଷା ଜ୍ଞାନ
  • କମ୍ପ୍ୟୁଟର ଜ୍ଞାନ
  • ସାଇକେଲ୍ ଚଲାଇ ପାରୁଥିବେ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: IOCLରେ ଚାକିରି; ଦଶମ ପାଶ କରିଥିବା ପ୍ରାର୍ଥୀ ବି ସୁଯୋଗ ପାଇବେ

ଦରମା:

  • ସର୍ବନିମ୍ନ ଦରମା –୧୦, ୦୦୦ ଟଙ୍କା
  • ସର୍ବାଧିକ ଦରମା –୨୯, ୩୮୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ଟଙ୍କା
  • SC/ST/ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • କୌଣସି ଲିଖିତ ପରୀକ୍ଷା ନାହିଁ
  • ମେରିଟ୍ ମିଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.inକୁ ଯାଆନ୍ତୁ
  • ନିଜକୁ ପଞ୍ଜୀକରଣ କ୍ଲିକ୍ କରନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଲକ୍ଷାଧିକ ଦରମା ବାଲା ଚାକିରି ଖୋଜୁଛନ୍ତି କି... ଫଟାଫଟ କରନ୍ତୁ ଆବେଦନ

Govt Jobs Job Search Job Seekers Indian Postal Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ