Advertisment

Income Tax Recruitment: ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ଚାକିରି; ଦଶମ ପିଲା ବି ନେବେ ସୁଯୋଗ

ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ବାହାରିଛି ଚାକିରି। ମୁମ୍ବାଇର ଇନ୍‌କମ୍ ଟାକ୍ସ ବିଭାଗରେ ମଲ୍ଟି ଟାସ୍କିଂ ଷ୍ଟାଫ୍, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ ୨, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍‌ ଏବଂ ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ଖାଲି ଅଛି। ତେବେ ବିଭାଗରେ ଏହି ନିଯୁକ୍ତି କ୍ରୀଡା କୋଟା ଅନୁଯାୟୀ କରାଯିବ।

ଅଦ୍ୟତନ ହୋଇଛି
Income Tax Recruitment 2024 Notifiation

Income Tax Recruitment 2024 Notifiation

Advertisment

ହାଇସ୍କୁଲ, ଇଣ୍ଟର ମିଡିଏଟ୍, ବିଏ, ବିଏସ୍‌ସି କରି ସରକାରୀ ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ବାହାରିଛି ଚାକିରି। ମୁମ୍ବାଇର ଇନ୍‌କମ୍ ଟାକ୍ସ ବିଭାଗରେ ମଲ୍ଟି ଟାସ୍କିଂ ଷ୍ଟାଫ୍, ଟ୍ୟାକ୍ସ ଆସିଷ୍ଟାଣ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ ୨, କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍‌ ଏବଂ ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ଖାଲି ଅଛି। ତେବେ ବିଭାଗରେ ଏହି ନିଯୁକ୍ତି କ୍ରୀଡା କୋଟା ଅନୁଯାୟୀ କରାଯିବ।

Advertisment

ଯଦି ଆପଣ ଇନ୍‌କମ୍ ଟ୍ୟାକ୍ସ ବିଭାଗରେ ଏକ ସରକାରୀ ଚାକିରି ପାଇଁ ଆଗ୍ରହୀ, ତେବେ ଆପଣ ଅନଲାଇନରେ ଆବେଦନ କରିପାରିବେ। ଏନେଇ ଏହାର ସରକାରୀ ୱେବ୍‌ସାଇଟ୍ https://www.incometaxmumbai.gov.in/କୁ ଯିବାକୁ ପଡିବ। ଯେଉଁ ପ୍ରାର୍ଥୀ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Income Tax Recruitment 2024 Notifiation ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୨୨ ଡିସେମ୍ବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୯ ଜାନୁଆରୀ ୨୦୨୪
Advertisment

ଖାଲି ପଦବୀ:

  • ମଲ୍ଟି ଟାସ୍କିଂ ଷ୍ଟାଫ୍ – ୧୩୭ଟି ପୋଷ୍ଟ୍
  • ଟ୍ୟାକ୍ସ ଆସିଷ୍ଟାଣ୍ଟ – ୧୧୯ଟି ପୋଷ୍ଟ୍
  • ଷ୍ଟେନୋଗ୍ରାଫର ଗ୍ରେଡ ୨ – ୧୮ଟି ପୋଷ୍ଟ୍
  • କ୍ୟାଣ୍ଟିନ ଆଟେଣ୍ଡାଣ୍ଟ୍ – ୩ଟି ପୋଷ୍ଟ୍
  • ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର – ୧୪ଟି ପୋଷ୍ଟ୍
  • ମୋଟ୍ ପଦବୀ – ୨୯୧ଟି ପଦବୀ

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ଦଶମ / ଦ୍ୱାଦଶ ଏବଂ ଡିଗ୍ରୀ
  • ପ୍ରାର୍ଥୀଙ୍କ ପାଖରେ ନିଶ୍ଚିତ ଭାବରେ କ୍ରୀଡ଼ା ସାର୍ଟିଫିକେଟ୍ ଥିବ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୨୫ ଏବଂ ୨୮ ବର୍ଷ

ବୟସ କୋହଳ:

  • OBC – ୦୩ ବର୍ଷ
  • ST / SC / PWD / ESM – ୦୫ ବର୍ଷ
  • PWD + SC / ST – ୧୫ ବର୍ଷ

ମାସିକ ଦରମା:

  • ଇନ୍‌କମ୍‌ ଟ୍ୟାକ୍ସ ଇନ୍ସପେକ୍ଟର (ITI) - ୪୪,୯୦୦ ଟଙ୍କା
  • ଷ୍ଟେନୋଗ୍ରାଫର – ୨୫,୫୦୦ ଟଙ୍କା
  • ଟ୍ୟାକ୍ସ ଆସିଷ୍ଟାଣ୍ଟ – ୨୫,୫୦୦ ଟଙ୍କା
  • ମଲ୍ଟି ଟାସ୍କିଂ ଷ୍ଟାଫ୍ – ୧୮,୦୦୦ ଟଙ୍କା
  • କ୍ୟାଣ୍ଟିନ ଆଟେଣ୍ଡାଣ୍ଟ – ୧୮,୦୦୦ ଟଙ୍କା

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବେ ୨୦୦ଟଙ୍କା ଦେବାକୁ ପଡିବ
  • କିପରି କରିବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:

  • ଯୋଗ୍ୟତା ପ୍ରମାଣପତ୍ର
  • ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
  • ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
  • ଜାତି ପ୍ରମାଣପତ୍ର
  • ଅଭିଜ୍ଞତା ପ୍ରମାଣପତ୍ର(ଯଦି ଅଛି)

କିପରି କରାଯିବ ଚୟନ:

  • ଆନ୍ତର୍ଜାତୀୟ ସ୍ତରରେ ଦେଶକୁ ପ୍ରତିନିଧିତ୍ୱ କରୁଥିବା ଖେଳାଳି
  • ବରିଷ୍ଠ ଏବଂ କନିଷ୍ଠ ସ୍ତରରେ ରାଜ୍ୟ / ୟୁନିଅନ୍ ଟେରିଟୋରୀ ପଦକ ବିଜେତା
  • ବିଶ୍ୱବିଦ୍ୟାଳୟ ଏବଂ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରରେ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ପଦକ ବିଜେତା
  • ଯେଉଁମାନେ ଜାତୀୟ ସ୍ପୋର୍ଟ୍ସ / ଗେମ୍ସରେ ରାଜ୍ୟ ବିଦ୍ୟାଳୟ ସ୍ତରରେ ତିନୋଟି ସ୍ଥାନ ପର୍ଯ୍ୟନ୍ତ ପଦକ ଜିତିଛନ୍ତି
  • ଶାରୀରିକ ଦକ୍ଷତା କ୍ଷେତ୍ରରେ ଜାତୀୟ ପୁରସ୍କାର ବିଜେତା
  • ଯେଉଁମାନେ ରାଜ୍ୟ / ୟୁନିଅନ୍ ଟେରିଟୋରୀ / ୟୁନିଭର୍ସିଟି / ଷ୍ଟେଟ୍ ସ୍କୁଲ୍ ଟିମ୍‌ରେ ଖେଳିଥିବେ
Central Government Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ