Advertisment

ଏହି ଯୋଗ୍ୟତା ଥିଲେ CSIR-IICTରେ ବୈଜ୍ଞାନିକ ହୋଇପାରିବେ

CSIR-IICT ବୈଜ୍ଞାନିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଦରମା ୧ ଲକ୍ଷ ଉପରେ।

If you want to become a scientist you should have this qualification

If you want to become a scientist you should have this qualification

Advertisment

CSIR- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ହାଇଦ୍ରାବାଦ (CSIR-IICT) ବୈଜ୍ଞାନିକ, ବରିଷ୍ଠ ବୈଜ୍ଞାନିକ ଓ ପ୍ରିନ୍ସିପାଲ୍ ସାଇଣ୍ଟିଷ୍ଟ୍ ପାଇଁ ୨୦ଟି ଖାଲି ପଦବୀ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜାନୁୟାରୀ ୨୦୨୩। ଆଗ୍ରହୀ ପ୍ରାର୍ଥୀମାନେ iict.res.inକୁ ଯାଇ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ।

Advertisment

CSIR-IICTରେ ବୈଜ୍ଞାନିକ ହେବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.iict.res.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବେ ସେମାନେ ଏହ୍ଇ ଲିଙ୍କ୍‌ CSIR IICT Recruitment 2023 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟରେ ସମୁଦାୟ ୨୦ଟି ବୈଜ୍ଞାନିକ ପଦ ପୂରଣ କରିବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ୧୯ ଡିସେମ୍ବରରୁ ଆରମ୍ଭ ହୋଇଛି
  • ଆବେଦନ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୩୧
Advertisment

ଖାଲି ପଦବୀ:

  • ବୈଜ୍ଞାନିକ - ୧୬ଟି ପଦବୀ
  • ବରିଷ୍ଠ ବୈଜ୍ଞାନିକ - ୨ ଟି ପଦବୀ
  • ପ୍ରିନ୍‌ସିପାଲ୍ ବୈଜ୍ଞାନିକ - ୨ଟି ପଦବୀ

ଦରମା:

  • ବୈଜ୍ଞାନିକ – ୧,୨୧,୬୪୧ ଟଙ୍କା
  • ବରିଷ୍ଠ ବୈଜ୍ଞାନିକ – ୧,୩୯,୯୫୬
  • ପ୍ରିନ୍‌ସିପାଲ୍ ବୈଜ୍ଞାନିକ – ୨,୧୩,୦୫୧
Advertisment

ଯୋଗ୍ୟତା:

  • ସବୁ ପଦବୀ ପାଇଁ ପିଏଚ୍‌ଡି ଡିଗ୍ରୀ ଦରକାର
  • ଅନ୍ୟାନ୍ୟ ତଥ୍ୟ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

ପ୍ରାର୍ଥୀମାନଙ୍କୁ ଅନ୍‌ଲାଇନ୍ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ୧୦୦ ଟଙ୍କା ଆବେଦନ ଫି ଜମା କରିବାକୁ ହେବ।

ଅନ୍ୟାନ୍ୟ ସୂଚନା:

ଆବେଦନ ଫର୍ମ ଦାଖଲ କରିବା ପରେ ପ୍ରାର୍ଥୀମାନେ ଆବେଦନ ଫର୍ମର ହାର୍ଡ କପି “ବିଭାଗ ଅଧିକାରୀ, ନିଯୁକ୍ତି ବିଭାଗ, CSIR- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲୋଜି, ଉପ୍ପଲ୍ ରୋଡ୍, ତରନାକା, ୧୭ ହାଇଦ୍ରାବାଦ – ୫୦୦ ୦୦୭, ତେଲେଙ୍ଗାନା” କୁ ୧୫ ଫେବୃଆରୀ ୨୦୨୩ ସୁଦ୍ଧା ପଠାଇବା ଉଚିତ।

Govt Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ