If you have this degree then you will get in army school
ଆର୍ମି ୱେଲ୍ଫେୟାର୍ ଏଜୁକେସନ୍ ସୋସାଇଟି (AWES) ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏନେଇ AWES ପୋଷ୍ଟ୍ ଗ୍ରାଜୁଏଟ୍ ଶିକ୍ଷକ (PGT), ଟ୍ରେନିଂ ଗ୍ରାଜୁଏଟ୍ ଶିକ୍ଷକ (TGT) ଏବଂ ପ୍ରାଥମିକ ଶିକ୍ଷକ (PRT) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆହ୍ୱାନ କରୁଛି । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ, ଯେଉଁମାନେ ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ AWESର ଅଫିସିଆଲ୍ ୱେବସାଇଟ୍ awesindia.com ବା register.cbtexams କୁ ଯାଇ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୦୫ ଅକ୍ଟୋବର।
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://register.cbtexams.in/AWES ରେ କ୍ଲିକ୍ କରି ସିଧାସଳଖ ଆବେଦନ କରିପାରିବେ। ଏହା ଛଡା ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ AWES Teacher Recruitment 2022 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ଅନେକ ପୋଷ୍ଟ୍ ପୂରଣ ହେବ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ – ଅଗଷ୍ଟ ୨୫
- ଅନ୍ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଅକ୍ଟୋବର ୦୫
ଯୋଗ୍ୟତା :
- PGT - ସର୍ବନିମ୍ନ ୫୦% ମାର୍କ ସହିତ ଉଭୟ B.Ed ଏବଂ ପୋଷ୍ଟ୍ ଗ୍ରାଜୁଏସନ ଡିଗ୍ରୀ ରହିବା ଉଚିତ।
- TGT – ସର୍ବନିମ୍ନ ୫୦% ମାର୍କ ସହିତ ଉଭୟ B.Ed ଏବଂ ସ୍ନାତକ ଡିଗ୍ରୀ ରହିବା ଉଚିତ।
- PRT – ସ୍ନାତକ ଡିଗ୍ରୀ ଏବଂ ଦୁଇ ବର୍ଷର D.El.Ed./B.El.Ed ରହିବା ଉଚିତ।
ବୟସ ସୀମା :
- ଫ୍ରେଶର୍ - ୪୦ ବର୍ଷରୁ କମ
- ଅଭିଜ୍ଞ - ୫୭ ବର୍ଷରୁ କମ
ଚୟନ ପ୍ରକ୍ରିୟା :
- ଅନ୍ଲାଇନ୍ ସ୍କ୍ରିନିଂ ପରୀକ୍ଷା
- ସାକ୍ଷାତକାର
- ଦକ୍ଷତା ପରୀକ୍ଷା ମୂଲ୍ୟାଙ୍କନ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1662114478.jpg)