Advertisment

ଏହି ଯୋଗ୍ୟତା ଥିଲେ ISROରେ କରିପାରିବେ ଚାକିରି

ISRO, SDSC SHARରେ PRT, PGT, TGT ସମେତ ବିଭିନ୍ନ ଶିକ୍ଷକ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଅଗଷ୍ଟ ୨୮ ରହିଛି ଶେଷ ତାରିଖ। ଅନ୍ୟାନ୍ୟ ସୂଚନା ଜାଣିବା ପାଇଁ ପଢନ୍ତୁ।

If you have this degree then you will get govt job

If you have this degree then you will get govt job

Advertisment

ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂଗଠନ (ISRO), ସତୀଶ ଧାୱନ ସ୍ପେସ୍ ସେଣ୍ଟର, ଶ୍ରୀହରିକୋଟା (SDSC SHAR) ପ୍ରାଥମିକ ଶିକ୍ଷକ (PRT), ପୋଷ୍ଟ୍‌ ଗ୍ରାଜୁଏଟ୍ ଶିକ୍ଷକ (PGT), ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ(TGT) ସମେତ ବିଭିନ୍ନ ଶିକ୍ଷକ ପଦବୀ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ISROର ଅଫିସିଆଲ୍ ୱେବସାଇଟ୍ isro.gov.in କିମ୍ବା sdsc.shar.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://apps.shar.gov.in/Recruitment/ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହାଛଡା ଯେଉଁ ପ୍ରର୍ଥୀମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ୍‌ ISRO Recruitment 2022 Notification PDF ଉପରେ କ୍ଲିକ୍ କରି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୯ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ତାରିଖ - ଅଗଷ୍ଟ ୦୬
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଅଗଷ୍ଟ ୨୮
Advertisment

ଖାଲି ପଦବୀ:

ମୋଟ ପଦବୀ ସଂଖ୍ୟା- ୧୯

  • ସ୍ନାତକୋତ୍ତର ଶିକ୍ଷକ (ଗଣିତ) – ୨ଟି ଟି ପୋଷ୍ଟ
  • ସ୍ନାତକୋତ୍ତର ଶିକ୍ଷକ (ପଦାର୍ଥ ବିଜ୍ଞାନ) – ୧ଟି ପୋଷ୍ଟ
  • ସ୍ନାତକୋତ୍ତର ଶିକ୍ଷକ (ଜୀବବିଜ୍ଞାନ) – ୧ଟି ପୋଷ୍ଟ
  • ସ୍ନାତକୋତ୍ତର ଶିକ୍ଷକ (ରସାୟନ ବିଜ୍ଞାନ) – ୧ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (ଗଣିତ) - ୨ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (ଗଣିତ) - ୨ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (ଇଂରାଜୀ) – ୧ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (ରସାୟନ ବିଜ୍ଞାନ) – ୧ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (ଜୀବବିଜ୍ଞାନ) – ୧ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (PET- ପୁରୁଷ) – ୧ଟି ପୋଷ୍ଟ
  • ତାଲିମ ପ୍ରାପ୍ତ ସ୍ନାତକ ଶିକ୍ଷକ (PET- ମହିଳା) – ୧ଟି ପୋଷ୍ଟ
  • ପ୍ରାଥମିକ ଶିକ୍ଷକ (PRT) - ୫ଟି ପୋଷ୍ଟ

ଯୋଗ୍ୟତା :

  • ପ୍ରାୟ ସବୁ ପଦବୀ ପାଇଁ ସ୍ନାତକ ଓ ସ୍ନାତକୋତ୍ତର ଯୋଗ୍ୟତା ରହିଥିବା ବେଳେ ଅଧିକ ଜାଣିବା ପାଇଁ ସରକାରୀ ବିଜ୍ଞପ୍ତି ଦେଖନ୍ତୁ।
Advertisment

ବୟସ ସୀମା:

  • PGT - ୧୮ ରୁ ୪୦ ବର୍ଷ
  • TGT – ୧୮ ରୁ ୩୫ ବର୍ଷ
  • PRT - ୧୮ ରୁ ୩୦ ବର୍ଷ

ଦରମା:

  • PGT – ୪୭,୬୦୦ ଟଙ୍କା – ୧,୫୧,୧୦୦ ଟଙ୍କା
  • TGT – ୪୭,୬୦୦ ଟଙ୍କା – ୧,୫୧,୧୦୦ ଟଙ୍କା
  • PRT – ୩୫,୪୦୦ ଟଙ୍କା – ୧,୧୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା

  • ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
Govt Jobs ISRO Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ