Advertisment

ଆପଣଙ୍କ ପାଖରେ ଅଛି କି ଏହି ଡିଗ୍ରୀ; ବିନା ପରୀକ୍ଷାରେ ପାଆନ୍ତୁ ଚାକିରି

KRCL ଅଧୀନରେ ସିନିୟର ଓ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍‌ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ଜାରି କରିଛି। ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି KRCL ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ।

ଅଦ୍ୟତନ ହୋଇଛି
If you have this degree then you will get government job

If you have this degree then you will get government job

Advertisment

କୋଙ୍କଣ ରେଲ୍‌ୱେ କର୍ପୋରେସନ୍ ଲିମିଟେଡ୍ (KRCL) ଅଧୀନରେ ସିନିୟର ଓ ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍‌ ପଦବୀ ପୂରଣ ପାଇଁ ଭାରତୀୟ ରେଳବାଇ ଆବେଦନ ଜାରି କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି KRCL ର ଅଫିସିଆଲ୍ ୱେବ୍‌ସାଇଟ୍ ପରିଦର୍ଶନ କରି ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://konkanrailway.com/ ରେ କ୍ଲିକ୍ କରି ପୋଷ୍ଟ୍‌ଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଆହୁରି ମଧ୍ୟ, ଏହି ଲିଙ୍କ୍ https://konkanrailway.com/uploads/vacancy/1650454339Notification ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୪ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ସାକ୍ଷାତକାର ତାରିଖ - ମେ ୧୧, ୧୩, ୧୪

ଖାଲି ପଡିଥିବା ପଦବୀ:

  • ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ (ସିଭିଲ୍): ୭ଟି ପୋଷ୍ଟ୍‌
  • ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ (ସିଭିଲ୍): ୭ ଟି ପୋଷ୍ଟ୍‌
Advertisment

ଯୋଗ୍ୟତା:

ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ (ସିଭିଲ୍):

ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୬୦% ମାର୍କ ସହିତ ଫୁଲ୍ ଟାଇମ୍ ଇଞ୍ଜିନିୟରିଂ ଡିଗ୍ରୀ ବିଇ/ବିଟେକ୍(ସିଭିଲ୍) ହେବା ଜରୁରୀ।

ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ (ସିଭିଲ୍):

ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୬୦% ମାର୍କ ରଖି ବିଇ/ବିଟେକ୍(ସିଭିଲ୍) କରିଥିବା ଉଚିତ।

Advertisment

ବୟସ ସୀମା:

ସିନିୟର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦ ପାଇଁ ୨୦୨୨ ମସିହା ମେ ୧ ତାରିଖ ଭିତରେ ପ୍ରାର୍ଥୀଙ୍କ ବୟସ ସର୍ବାଧିକ ୩୦ ବର୍ଷ ହେବା ଉଚିତ, ଜୁନିଅର ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପଦ ପାଇଁ ୨୦୨୨ ମସିହା ମେ ୧ ତାରିଖ ସୁଦ୍ଧା ୨୫ ବର୍ଷ ହେବା ଜରୁରୀ।

ଦରମା:

ମାସିକ ଦରମା ୩୫,୦୦୦ ଟଙ୍କା

ଅନ୍ୟାନ୍ୟ ସୂଚନା:

ଏହି ସାକ୍ଷାତକାର USBRL ପ୍ରୋଜେକ୍ଟ ହେଡ୍‌ ଅଫିସ, କୋଙ୍କଣ ରେଳ କର୍ପୋରେସନ୍‌ ଲିମିଟେଡ, ସତ୍ୟମ୍ କମ୍ପ୍ଲେକ୍ସ, ମାର୍ବଲ ମାର୍କେଟ୍‌, ଏକ୍ସଟେସନ-ତ୍ରିକୂଟା ନଗର, ଜମ୍ମୁ, ଜମ୍ମୁ କଶ୍ମୀର (UT) ପିନ୍ ୧୮୦୦୧୧ରେ ହେବ।

Govt Jobs Railway Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ