Advertisment

ସାଇନ୍ସ ବା ଇଂଜିନିୟରିଂରେ ଗ୍ରାଜୁଏଟ୍ ଥିଲେ ଏୟାରପୋର୍ଟରେ ଚାକିରି

AAI ରେ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ୪୦୦ ପଦବୀ ପାଇଁ AAI ଆବେଦନ ଜାରି କରିଛି। ଜାଣନ୍ତୁ କିପରି କରିବେ ଆବେଦନ।

AAI Recruitment 2022

AAI Recruitment 2022

Advertisment

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ରେ ଚାକିରି ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି। ଏଥିପାଇଁ ଜୁନିଅର ଏକ୍‌ଜିକ୍ୟୁଟିଭ୍‌ର ଖାଲି ପଦବୀ ପାଇଁ AAI ଆବେଦନ ଜାରି କରିଛି। ଯେଉଁ ପ୍ରାର୍ଥୀମାନେ ଆଗ୍ରହୀ ଏବଂ ଏହି ପଦବୀ ପାଇଁ ଆବେଦନ କରିବାକୁ ଯୋଗ୍ୟ ସେମାନେ AAI ର ଅଫିସିଆଲ୍ ୱେବସାଇଟ୍‌ aai.aero କୁ ଯାଇ ଆବେଦନ କରିପାରିବେ। ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଜୁଲାଇ ୧୪ କିମ୍ବା ତା’ ପୂର୍ବରୁ ଆବେଦନ କରିପାରିବେ।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.aai.aero/en/recruitment/release ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ। ଏହାଛଡା, ଆପଣ ଏହି ଲିଙ୍କ୍ https://www.aai.aero/sites/default/files/examdashboard_advertisement କୁ ଯାଇ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖି ପାରିବେ। ପ୍ରକାଶଥାଉ ଯେ ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୪୦୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍‌ରେ ଆବେଦନ କରିବାର ଆରମ୍ଭ ତାରିଖ: ୧୫ ଜୁନ୍ ୨୦୨୨
  • ଅନ୍‌ଲାଇନ୍‌ରେ ଆବେଦନ କରିବାର ଶେଷ ତାରିଖ: ୧୪ ଜୁଲାଇ ୨୦୨୨
Advertisment

ଖାଲି ପଦବୀ:

  • ଜୁନିଅର ଏକ୍‌ଜିକ୍ୟୁଟିଭ୍ (ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍) -୪୦୦

ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ B.Sc ବା ଯେକୌଣସି ଶାଖାରେ ଇଞ୍ଜିନିୟରିଂ ଡିଗ୍ରୀ ଥିବା ଜରୁରୀ। ପ୍ରାର୍ଥୀ ୧୦ + ୨ ମାନକ ସ୍ତରରେ ଉଭୟ କଥିତ ଏବଂ ଲିଖିତ ଇଂରାଜୀରେ ସର୍ବନିମ୍ନ ଦକ୍ଷତା ଥିବା ଆବଶ୍ୟକ।

ବୟସ ସୀମା:

  • ପ୍ରାର୍ଥୀମାନଙ୍କର ସର୍ବାଧିକ ବୟସ ସୀମା ୨୭ ବର୍ଷ ହେବା ଉଚିତ।

ଦରମା:

  • ଜୁନିଅର ଏକ୍‌ଜିକ୍ୟୁଟିଭ୍ (ଇ-୧): ୪୦୦୦୦-୩% -୧୪୦୦୦ ଟଙ୍କା
Govt Jobs AAI Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ