Advertisment

ଗ୍ରାଜୁଏସନ୍‌ କରିଥିଲେ ଇଣ୍ଟେଲିଜେନ୍ସ ବିଭାଗରେ ଚାକିରି; ଦରମା ୧.୪୨ ଲକ୍ଷ

NTRO ଆନାଲିଷ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଚୟନ ହେଲେ ମାସକୁ ୧.୪୨ ଲକ୍ଷ ଉପରେ ଦରମା ମିଳିବ।

ଅଦ୍ୟତନ ହୋଇଛି
Career Opportunities in Technical Intelligence

If graduate job in technical intelligence

Advertisment

ଇଣ୍ଟେଲିଜେନ୍ସ ବିଭାଗର ଏକ ଅଂଶ ହେବାକୁ କେଉଁ ଯୁବକ ବା ସ୍ୱପ୍ନ ନ ଦେଖେ। ଏଥିପାଇଁ ମଧ୍ୟ ଭାରତ ସରକାର ଅନେକ ସମୟରେ ବିଭିନ୍ନ ବ୍ରାଞ୍ଚ୍ ପାଇଁ ନିଯୁକ୍ତ ବାହାର କରନ୍ତି। ଏଥର ଜାତୀୟ ବୈଷୟିକ ଅନୁସନ୍ଧାନ ସଂଗଠନ (NTRO) ଆନାଲିଷ୍ଟ୍‌ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ NTROର ଅଫିସିଆଲ୍ ୱେବସାଇଟ୍ ntro.gov.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୩୫ଟି ପଦବୀ ପୂରଣ ହେବ। ଯେଉଁ ପ୍ରାର୍ଥୀମାନେ ଏହି ପଦବୀରେ ଚାକିରି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ପ୍ରଥମେ ଏ ସନ୍ଦନ୍ଧୀୟ ତଥ୍ୟକୁଅ ଭଲ ଭାବରେ ପଢିନେବା ଉଚିତ।

ଅଧିକ ପଢ଼ନ୍ତୁ: ଗ୍ରାଜୁଏଟ୍‌ଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ; ମାସକୁ ଦରମା ୧ଲକ୍ଷ ପରେ

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ ତାରିଖ - ୦୫ ମେ’ ୨୦୨୩
  • ଅନ୍‌ଲାଇନ୍ ଆବେଦନର ଶେଷ ତାରିଖ - ୩୧ ମେ’ ୨୦୨୩
Advertisment

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ

ବୟସ ସୀମା:

  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୩୧।୦୫।୨୦୨୩ ଅନୁସାରେ ହେବ

ଶିକ୍ଷାଗତ ଯୋଗ୍ୟତା:

  • ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନ କିମ୍ବା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ
  • ଏହା ସହିତ, ସରକାରୀ ବିଜ୍ଞପ୍ତିରେ ଦିଆଯାଇଥିବା ସଂପୃକ୍ତ ଭାଷା ଜ୍ଞାନ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୪୪,୯୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୪୨,୪୦୦ ଟଙ୍କା
Advertisment

ଲିଖିତ ପରୀକ୍ଷା:

  • ପେପର ୧ – English Grammar/ Comprehension/ Essay & Precis(୫୦ ମାର୍କ), General Awareness / Reasoning / Quantitative Aptitude (୫୦ ମାର୍କ) (୧୦୦ ମାର୍କ, ୨ ଘଣ୍ଟା)
  • ପେପର ୨ – Language Proficiency Test Comprehension / translation (୧୦୦ ମାର୍କ, ୨ ଘଣ୍ଟା)

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ