Advertisment

ଆପଣ ୧୦ମ ପାଶ୍‌ କରିଥିଲେ ପୋଷ୍ଟ୍ ଅଫିସ୍‌ରେ କରିପାରିବେ ଚାକିରି

ଆପଣ ୧୦ମ ପାଶ କରି ସରକାରୀ ଚାକିରି କରିବାକୁ ଚାହାନ୍ତି କି। ତେବେ ପୋଷ୍ଟ୍ ଅଫିସ୍‌ରେ ଏହି ସୁଯୋଗ ଅଛି। ୨୪ଟି ପୋଷ୍ଟ୍ ପାଇଁ ବାହାରିଛି ଆବେଦନ ଫର୍ମ।

If 10th pass then you will get govt job in india post

If 10th pass then you will get govt job in india post

Advertisment

ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ପୂରଣ ପାଇଁ ଇଣ୍ଡିଆ ପୋଷ୍ଟ୍‌ ଆବେଦନ ଜାରି କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଇଣ୍ଡିଆ ପୋଷ୍ଟ୍‌ର ଅଫିସିଆଲ୍ ୱେବସାଇଟ୍ indiapost.gov.in କୁ ଯାଇ ଆବେଦନ କରିପାରିବେ। ମନେରଖନ୍ତୁ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ଜୁଲାଇ ୨୦।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.indiapost.gov.in/vas/Pages ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ । ଏଥିସହ ଏହି ଲିଙ୍କ୍ https://www.indiapost.gov.in/VAS/Pages/Recruitment/IP_13062022 ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୨୪ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ୨୦ ଜୁଲାଇ

ଖାଲି ପଦବୀ:

  • ମୋଟ ପୋଷ୍ଟ୍‌ ସଂଖ୍ୟା- ୨୪

ଯୋଗ୍ୟତା:

  • ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ଦଶମ ଶ୍ରେଣୀ ପାସ୍ କରିଥିବା ଉଚିତ।
Advertisment

ବୟସ ସୀମା:

  • ପ୍ରାର୍ଥୀମାନଙ୍କର ବୟସ ସୀମା ୫୬ ବର୍ଷରୁ ଅଧିକ ହେବା ଉଚିତ୍ ନୁହେଁ।

ଅନ୍ୟାନ୍ୟ ବିବରଣୀ:

  • ପ୍ରାର୍ଥୀମାନେ ଆବେଦନ ଫର୍ମ ପୂରଣ କରି ଏହାକୁ ସିନିୟର୍ ମ୍ୟାନେଜର୍‌ (JAG), ମେଲ୍‌ ମୋଟର ସେବା, ନମ୍ବର ୩୭, ଗ୍ରୀମ୍ସ ରୋଡ୍‌, ଚେନ୍ନାଇ- ୬୦୦୦୦୬କୁ ପଠାଇ ପାରିବେ।
Govt Jobs India Post Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ