Advertisment

Railway Recruitment 2023: ଦଶମ ପାଶ୍ କରିଥିଲେ ରେଳବାଇରେ ଚାକିରି; ପୂରଣ ହେବ ୭୮୨ ପଦବୀ

ଭାରତୀୟ ରେଳବାଇ କୋଚ୍ ଫ୍ୟାକ୍ଟ୍ରି (ICF) ଅଧୀନରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮୨ ପଦବୀ ପୂରଣ ହେବ।

ଅଦ୍ୟତନ ହୋଇଛି
If 10th-iti pass govt job in Railway

If 10th-iti pass govt job in Railway

Advertisment

ଚେନ୍ନାଇ ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରି (ICF) ଅଧୀନରେ ଆପ୍ରେଣ୍ଟିସ୍ ପଦବୀ ପାଇଁ ଭାରତୀୟ ରେଳବାଇ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୭୮୨ ପଦବୀ ପୂରଣ ହେବ।

Advertisment

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ୧୦ + ୨ ସିଷ୍ଟମ୍‌ ଅଧୀନରେ ବିଜ୍ଞାନ ଏବଂ ଗଣିତ ରଖି ପାଶ୍ ହୋଇଥିବା ପ୍ରାର୍ଥୀମାନେ ଆବେଦନ କରି ପାରିବେ। ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ରେଳ ଆଇସିଏଫ୍‌ର ଅଫିସିଆଲ୍ ୱେବସାଇଟ୍ icf.indianrailways.gov.in କୁ ଯାଇ ଆବେଦନ କରିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ୩୧ ମେ ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ - ୩୦ ଜୁନ୍ ୨୦୨୩

ଖାଲି ପଦବୀ:

  • ଫ୍ରେଶର୍ - ୨୫୨ ପୋଷ୍ଟ
  • X ITI - ୫୩୦ ପୋଷ୍ଟ

ଯୋଗ୍ୟତା:

  • ଫିଟର୍, ଇଲେକ୍ଟ୍ରିସିଆନ୍ ଏବଂ ମେସିନ୍ - ପ୍ରାର୍ଥୀମାନେ ସର୍ବନିମ୍ନ ୫୦% ମାର୍କ ସହ ଦଶମ ପାଶ୍ କରିବା ସହିତ ସମ୍ପୃକ୍ତ ଟ୍ରେଡ୍‌ରେ ITI କରିଥିବା ଆବଶ୍ୟକ
  • କାର୍ପେଣ୍ଟର୍, ପେଣ୍ଟର୍ ଏବଂ ୱେଲ୍‌ଡର୍ - ସର୍ବନିମ୍ନ ୫୦% ମାର୍କ ସହ ଦଶମ ଶ୍ରେଣୀ ପାଶ୍ କରିବା ସହିତ ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଫର୍‌ ଭୋକେସନାଲ୍ ଟ୍ରେନିଂ କିମ୍ବା ରାଜ୍ୟ ପରିଷଦ ଦ୍ୱାରା ଜାରି କରାଯାଇଥିବା ଟ୍ରେଡ୍‌ରେ ନ୍ୟାସ୍‌ନାଲ୍ ଟ୍ରେଡ୍‌ ସାର୍ଟିଫିକେଟ୍ ଥିବା ଜରୁରୀ। ଏହା ସହିତ ଏକ ବର୍ଷ ବା ତା’ଠୁ ଅଧିକ ଅଭିଜ୍ଞତ ଥିବା ଆବଶ୍ୟକ।
  • ପ୍ରୋଗ୍ରାମିଂ ଏବଂ ସିଷ୍ଟମ୍ ଆଡ୍‌ମିନିଷ୍ଟ୍ରେସନ୍ ଆସିଷ୍ଟାଣ୍ଟ୍ - ସର୍ବନିମ୍ନ ୫୦% ସହିତ ଦଶମ ପାସ। କମ୍ପ୍ୟୁଟର ଅପରେଟର ଏବଂ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ ଟ୍ରେଡ୍‌ରେରେ ଭୋକେସନାଲ୍ ଟ୍ରେନିଂ ପାଇଁ ନ୍ୟାସ୍‌ନାଲ୍‌ କାଉନସିଲ୍ ଫର୍ ଭୋକେସନାଲ୍ ଟ୍ରେନିଂ ବା ଷ୍ଟେଟ୍ କାଉନ୍‌ସିଲ୍ ଫର୍ ଭୋକେସନାଲ୍ ଟ୍ରେନିଂ ଦ୍ୱାରା ଏକ ବର୍ଷ ବା ତା’ଠାରୁ ଅଧିକର ଏକ ପ୍ରମାଣପତ୍ର ଥିବା ଆବଶ୍ୟକ।
  • ଫିଟର୍, ଇଲେକ୍ଟ୍ରିକାଲ୍ ଏବଂ ମେସିନ୍(ଫ୍ରେଶର୍) - ବିଜ୍ଞାନ ଏବଂ ଗଣିତ ସହିତ ଦଶମ ଶ୍ରେଣୀ ପାଶ୍‌।
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ - ୨୫ ବର୍ଷ

ବୟସ କୋହଳ:

  • ଓବିସି ପ୍ରାର୍ଥୀ – ୩ ବର୍ଷ
  • ଏସ୍‌ସି / ଏସ୍‌ଟି ପ୍ରାର୍ଥୀ - ୫ ବର୍ଷ
  • ଦିବ୍ୟାଙ୍ଗ (PWBD) ପ୍ରାର୍ଥୀ - ୧୦ ବର୍ଷ

ଷ୍ଟାଇପେଣ୍ଡ୍‌:

  • ଫ୍ରେଶର୍ସ - ସ୍କୁଲ୍ ପାସ୍ ଆଉଟ୍ (ଦଶମ ଶ୍ରେଣୀ) – ୬,୦୦୦ଟଙ୍କା
  • ଫ୍ରେଶର୍ସ - ସ୍କୁଲ୍ ପାସ୍ ଆଉଟ୍ (ଦ୍ୱାଦଶ ଶ୍ରେଣୀ) - ୭,୦୦୦ ଟଙ୍କା
  • X-ITI - ଜାତୀୟ କିମ୍ବା ରାଜ୍ୟ ସାର୍ଟିଫିକେଟ୍ ଧାରକ - ୭,୦୦୦ ଟଙ୍କା
Advertisment

ବିଜ୍ଞପ୍ତି ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

ଆବେଦନ କରିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ

Govt Jobs Railway Recruitment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ