Advertisment

ICSI recruitment 2024: କେନ୍ଦ୍ର ସରକାର ଅଧିନରେ ଥିବା କମ୍ପାନୀରେ ଚାକିରି; ତୁରନ୍ତ କରନ୍ତୁ ଆବେଦନ

କେନ୍ଦ୍ର ସରକାର ଅଧିନରେ ଥିବା କମ୍ପାନୀରେ ଚାକିରି କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏହି ଖବର। ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆ (ICSI) CRC କାର୍ଯ୍ୟନିର୍ବାହୀ ପଦବୀ ପାଇଁ ବିଜ୍ଞପ୍ରି ପ୍ରକାଶ କରିଛି।

ଅଦ୍ୟତନ ହୋଇଛି
ICSI recruitment 2024

ICSI recruitment 2024 Apply for CRC Executives posts Notification

Advertisment

କେନ୍ଦ୍ର ସରକାର ଅଧିନରେ ଥିବା କମ୍ପାନୀରେ ଚାକିରି କରିବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଏହି ଖବର। ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆ (ICSI) CRC କାର୍ଯ୍ୟନିର୍ବାହୀ ପଦବୀ ପାଇଁ ବିଜ୍ଞପ୍ରି ପ୍ରକାଶ କରିଛି। ବିଜ୍ଞପ୍ତିରୁ ଜଣାପଡିଛି ଯେ ଏହି ନିଯୁକ୍ତି ସଂପୂର୍ଣ୍ଣ ଠିକାଭିତ୍ତିକ।

Advertisment

ଏନେଇ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ ହେଉଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୩୦ଟି ପଦବୀ ପୂରଣ ହେବ। ଠିକାଭିତ୍ତିରେ ପ୍ରଥମେ ୧ ବର୍ଷ ପାଇଁ ନିଯୁକ୍ତି ମିଳିବ। କାର୍ଯ୍ୟଦକ୍ଷତା ଏବଂ ଆବଶ୍ୟକତା ଉପରେ ଆଧାର କରି ଚୁକ୍ତିନାମା ଅବଧି ପ୍ରତିବର୍ଷ ଆହୁରି ଦୁଇ ବର୍ଷକୁ ବୃଦ୍ଧି କରାଯାଇପାରେ।

ଅଧିକ ପଢ଼ନ୍ତୁ: ଗ୍ରାଜୁଏସନ୍ କରିଥିଲେ ଓଡ଼ିଶାରେ ସରକାରୀ ଚାକିରି; ହେବେ ଅଫିସର୍

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ICSI ର ଅଫିସିଆଲ୍ ୱେବ୍‌ସାଇଟ୍ www.icsi.edu କୁ ଯାଇ ଅନଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍‌ ICSI recruitment 2024 Apply for CRC Executives posts Notification ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁତୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ - ଚାଲିଛି
  • ଅନ୍‌ଲାଇନ୍ ଆବେଦନ ଶେଷ – ୩୧ ଜାନୁୟାରୀ ୨୦୨୪

ଖାଲି ପଦବୀ:

  • ୩୦ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଛି
  • ଆପଣମାନେ ଏହି ସୁଯୋଗ ନେଇପାରିବେ

ବୟସ ସୀମା:

  • ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୩୧ ବର୍ଷ ହେବା ଉଚିତ
  • ବୟସ ଗଣନା ୦୧ ଜାନୁୟାରୀ ୨୦୨୪ ଅନୁସାରେ ହେବ
Advertisment

ଯୋଗ୍ୟତା:

  • ପ୍ରାର୍ଥୀମାନେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟାରୀ ଅଫ୍ ଇଣ୍ଡିଆର ସଦସ୍ୟ ହେବା ଉଚିତ।

ମାସିକ ପାରିଶ୍ରମିକ:

  • ସର୍ବନିମ୍ନ ପାରିଶ୍ରମିକ – ୪୦,୦୦୦ ଟଙ୍କା
  • ସର୍ବାଧିକ ପାରିଶ୍ରମିକ – ୬୦,୦୦୦ ଟଙ୍କା

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ www.icsi.in କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ, Career ଟ୍ୟାବ୍ ଉପରେ କ୍ଲିକ୍ କରନ୍ତୁ
  • ଏହା ପରେ, “Advertisement for CRC Executives (on contract) at Manesar.” ଉପରେ କ୍ଲିକ୍ କରନ୍ତୁ ସ୍କ୍ରିନ୍‌ରେ ଏକ pdf ପ୍ରଦର୍ଶିତ ହେବ
  • ଏହା ପରେ, Recruitment ଲିଙ୍କରେ କ୍ଲିକ୍ କରନ୍ତୁ
  • ପଞ୍ଜୀକରଣ ଏବଂ ଆବେଦନ ପ୍ରକ୍ରିୟା ସହିତ ଆଗକୁ ବଢନ୍ତୁ
  • ଫର୍ମ ପୂରଣ କରନ୍ତୁ, ଦେୟ ଦିଅନ୍ତୁ ଏବଂ ଫର୍ମ ଦାଖଲ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Central Government Jobs Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ