ICAR, NRRI (ନ୍ୟାସ୍ନାଲ୍ ରାଇସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍), କଟକ, ରେ ନିଯୁକ୍ତି ପାଇଁ ବାହାରିଛି ବିଜ୍ଞପ୍ତି। ୱାଲ୍-ଇନ୍-ଇଣ୍ଟରଭ୍ୟୁ ମାଧ୍ୟମରେ ଏହି ନିଯୁକ୍ତି କରାଯିବ। ଏହି ନିଯୁକ୍ତି ମାଧ୍ୟମରେ ପ୍ରୋଜେକ୍ଟ ଆସୋସିଏଟ୍, ୟଙ୍ଗ୍ ପ୍ରଫେସନାଲ୍, ଫିଲ୍ଡ ୱାର୍କର୍ ପଦବୀ ପୂରଣ ହେବ। ପ୍ରକାଶଥାଉ ଯେ ଏହା ଏକ ଚୁକ୍ତିଭିତ୍ତିକ ନିଯୁକ୍ତି।
ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବ୍ସାଇଟ୍ https://icar-nrri.inକୁ ଯାଇ ଏ ବିଷରେ ଜାଣିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ ICAR ,NRRI, Cuttack New Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।
Also Read
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ୟଙ୍ଗ୍ ପ୍ରଫେସନାଲ୍ଙ୍କ ପାଇଁ ସାକ୍ଷାତକାର ତାରିଖ - ୨୨/୧୨/୨୦୨୩(ସକାଳ ୧୦ଟା)
- ପ୍ରୋଜେକ୍ଟ ଆସୋସିଏଟ୍ ପାଇଁ ସାକ୍ଷାତକାର ତାରିଖ - ୧୯/୧୨/୨୦୨୩(ସକାଳ ୧୦ଟା)
- ଫିଲ୍ଡ ୱାର୍କର୍ ପାଇଁ ସାକ୍ଷାତକାର ତାରିଖ - ୨୦/୧୨/୨୦୨୩(ସକାଳ ୧୦ଟା)
ଶିକ୍ଷାଗତ ଯୋଗ୍ୟତା:
- ୟଙ୍ଗ୍ ପ୍ରଫେସନାଲ୍ – ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବାୟୋଟେକ୍ନୋଲୋଜୀ/ବଟାନୀ ସହିତ M.Sc
- ପ୍ରୋଜେକ୍ଟ ଆସୋସିଏଟ୍ – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି / ବାୟୋଟେକ୍ନୋଲୋଜି / ବଟାନୀ ସହିତ M.Sc
- ଫିଲ୍ଡ ୱାର୍କର୍ – ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ବଟାନୀ / ଜୁଲୋଜୀ / ବାୟୋଟେକ୍ନୋଲୋଜିରେ ଅନର୍ସ ସହିତ B.Sc
ବୟସ ସୀମା:
- ସର୍ବନିମ୍ନ ବୟସ – ୨୧ ବର୍ଷ
- ସର୍ବାଧିକ ବୟସ – ୩୫ ଏବଂ ୪୫ ଏବଂ ୫୦ ବର୍ଷ
ବୟସ କୋହଳ:
- OBC – ୦୩ ବର୍ଷ
- ST / SC / PWD / ESM – ୦୫ ବର୍ଷ
- PWD + SC / ST – ୧୫ ବର୍ଷ
ମାସିକ ଦରମା:
-
ୟଙ୍ଗ୍ ପ୍ରଫେସନାଲ୍ – ୩୫,୦୦୦ ଟଙ୍କା
-
ଫିଲ୍ଡ ୱାର୍କର୍ – ୧୮,୦୦୦ ଟଙ୍କା
-
ପ୍ରୋଜେକ୍ଟ ଆସୋସିଏଟ୍ – ୨୫,୦୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ୱାକ-ଇନ୍-ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ପ୍ରାର୍ଥୀ ଚୟନ ହେବ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଯୋଗ୍ୟତା ପ୍ରମାଣପତ୍ର (ଦଶମ, + ୨, + ୩)
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି ସାମ୍ପ୍ରତିକ କଲର୍ ପାସପୋର୍ଟ ସାଇଜ୍ ଫଟୋ
- ଜାତି ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର(ଯଦି ଥାଏ)