Advertisment

ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତୁରନ୍ତ କରନ୍ତୁ ଆବେଦନ, ଦରମା ୧୨ ଲକ୍ଷ ଟଙ୍କା

IBPS ରିସର୍ଚ୍ଚ ଆସୋସିଏଟ୍‌ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା।

ଅଦ୍ୟତନ ହୋଇଛି
IBPS Jobs

IBPS Jobs

Advertisment

ଆପଣ ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଖୁସି ଖବର। IBPS(Institute of Banking Personnel Selection) ରିସର୍ଚ୍ଚ ଆସୋସିଏଟ୍‌ ପଦବୀ ପାଇଁ ଆବେଦନ ଆହ୍ୱାନ କରୁଛି। ଯେଉଁପ୍ରାର୍ଥୀ ଏହି ପଦବୀ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କର ଦରମା ବର୍ଷକୁ ୧୨ ଲକ୍ଷ ଟଙ୍କା। 

Advertisment

IBPS Recruitment 2022:

  • ପଦବୀ- ରିସର୍ଚ୍ଚ ଆସୋସିଏଟ୍‌(Research Associate)
  • IBPS, ମୁମ୍ବାଇ ଡିଭିଜନ ପାଇଁ ଏହି ପଦବୀ ବାହାରିଛି
  • Grade-E
  • ଦରମା- ମାସକୁ ୪୪,୯୦୦ ଟଙ୍କା( ଅନ୍ୟାନ୍ୟ ଭତ୍ତା ସହ ବର୍ଷକୁ ପ୍ରାୟ ୧୨ ଲକ୍ଷ ଟଙ୍କା )
IBPS Jobs IBPS Jobs

ଯୋଗ୍ୟ ବିବେଚିତ ପ୍ରାର୍ଥୀ ଅନ୍‌ଲାଇନ୍‌ରେ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଅଫିସିଆଲ୍‌ ବିଜ୍ଞପ୍ତି ଅନୁସାରେ, ମେ’ ୩୧ ସୁଦ୍ଧା ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଆପ୍ଲିକେସନ୍‌ ଦାଖଲ କରିପାରିବେ। ଆବେଦନ ଫି’ ୧୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଜୁନ୍‌ରେ ପରୀକ୍ଷା ହେବ। ପରୀକ୍ଷାରେ ଉର୍ତ୍ତୀର୍ଣ୍ଣ ଓ ଡକ୍ୟୁମେଣ୍ଟ୍‌ସ୍‌ ଭେରିଫିକେସନ୍‌ ପରେ ପ୍ରାର୍ଥୀଙ୍କୁ ଚୟନ କରାଯିବ। 

Advertisment

ଚୟନ ମାନଦଣ୍ଡ:

  • ଅନ୍‌ଲାଇନ୍‌ ପରୀକ୍ଷା
  • ଗ୍ରୁପ୍‌ ଏକ୍ସରସାଇଜ୍‌
  • ପର୍ସନାଲ୍‌ ଇଣ୍ଟରଭିୟୁ

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୦ବର୍ଷ ମଧ୍ୟରେ ହେବା ଉଚିତ। ପ୍ରାର୍ଥୀ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ଇନ୍‌ଷ୍ଟିଚ୍ୟୁଟ୍‌ କିମ୍ବା ୟୁନିଭର୍ସିଟିରୁ  Psychology/Education/Psychological Measurement/Psychometrics Management (with specialization in HR)ରେ ପୋଷ୍ଟ୍‌ ଗ୍ରାଜୁଏସନ୍‌ କରିଥିବେ। 

ଅଧିକ ତଥ୍ୟ ପାଇଁ ଇଚ୍ଛୁକ ପ୍ରାର୍ଥୀ IBPSର ଅଫିସିଆଲ୍‌ ୱେବ୍‌ସାଇଟ୍‌ (https://www.ibps.in/)ରେ ଚେକ୍‌ କରିପାରିବେ। 

Advertisment
Government Jobs IBPS IBPS Jobs Banking Jobs IBPS Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ