How to choose best career option
ଆଜିକାଲି ସମସ୍ତେ ନିଜ କ୍ୟାରିୟର ପାଇଁ ଚିନ୍ତିତ। ଏଭଳି ପରିସ୍ଥିତିରେ ଏମିତି ବି କିଛି ଲୋକ ଅଛନ୍ତି କାମ ମିଳିବା ମାତ୍ରେ କରନ୍ତି ଆଉ କିଛି ଦିନ ପରେ ଏହାକୁ ଛାଡିଦିଅନ୍ତି। ଆଉ କିଛି ଲୋକ ଅନିଚ୍ଛା ସହ କାମ କରୁଥିବାବେଳେ କିଛି ଲୋକ ପ୍ରାୟତଃ କାମ କରିବା ବେଳେ ଅନୁଭବ କରନ୍ତି ଯେ ସେମାନେ ଏହି କାମ ପାଇଁ ତିଆରି ହୋଇ ନାହାଁନ୍ତି। ଆଜି ଆମେ ଏହିପରି ୫ଟି ବିଷୟରେ ଆଲୋଚନା କରିବା ଯାହାକୁ ଅନୁସରଣ କଲେ ଆପଣ ଏକ ସୁବର୍ଣ୍ଣ କ୍ୟାରିୟର ତିଆରି କରି ପାରିବେ।
କ୍ୟାରିୟର ଯୋଜନା:
କୌଣସି କ୍ଷେତ୍ରକୁ ଯିବା ପୂର୍ବରୁ କ୍ୟାରିୟର ଏକ ଉପଯୁକ୍ତ ଯୋଜନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କଲେଜ ସମୟରୁ ନିଜେ କେଉଁଠାରେ ଏବଂ କିପରି ଚାକିରି ପାଇବେ ସେ ବିଷୟରେ ପର୍ଯ୍ୟାୟ କ୍ରମେ ଯୋଜନା କରନ୍ତୁ, ତା’ପରେ ସେହି ଅନୁଯାୟୀ ପ୍ରସ୍ତୁତ ହେବା ସହ ଇଣ୍ଟର୍ନସିପ୍ ଜାରି ରଖନ୍ତୁ।
ଅଧିକ ପଢ଼ନ୍ତୁ: ଏକ ସଫଳ କ୍ୟାରିୟର୍ ଚାହୁଛନ୍ତି କି; ତେବେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ଦକ୍ଷତା ବିକାଶ:
ଆଜିର ଦିନିଆରେ କାହାର ଡିଗ୍ରୀ ପଚାରିବା ପରିବର୍ତ୍ତେ, ତାଙ୍କର ଦକ୍ଷତାକୁ ଦେଖାଯାଏ। ଦକ୍ଷତା ଏବଂ ସଂସ୍ଥା ସହିତ ଜଡିତ ଅଭିଜ୍ଞତା କେବଳ ଭଲ ଚାକିରି ପାଇବାରେ ସହାୟକ ହୁଏ ନାହିଁ, ବରଂ ଏହା ସଫଳତାର ଏକ ସିଡ଼ି ମଧ୍ୟ ହୋଇଯାଏ। ଯଦି ସମୟ ଓ ଟେକ୍ନୋଲୋଜି ସହିତ ଆପଣ ନିଜ ଦକ୍ଷତାକୁ ଅପଡେଟ୍ କରି ଚାଲିଲେ, ତେବେ ତୁମର କ୍ୟାରିୟର ଆକାଶଛୁଆଁ ହେବ।
ପସନ୍ଦକୁ ଜାଣିବା:
କିଛି ଲୋକ ସେମାନଙ୍କର ଆଗ୍ରହକୁ ନ ଦେଖି ଦରମା ପ୍ୟାକେଜ୍କୁ ପସନ୍ଦ କରନ୍ତି। ଏପରି ପରିସ୍ଥିତିରେ, ସେମାନେ ନିଜ କାମକୁ ଠିକ୍ରେ କରିବାକୁ ସକ୍ଷମ ହୁଅନ୍ତି ନାହିଁ। ଯେକୌଣସି କ୍ଷେତ୍ରକୁ ଯିବା ପୂର୍ବରୁ, ନିଶ୍ଚିତ ଭାବରେ ନିଜର ଆଗ୍ରହକୁ ଚିହ୍ନଟ କରିବା ଜରୁରୀ। ନିଶ୍ଚିତ ଭାବରେ ସଫଳତା ମିଳିବ।
ଆକର୍ଷଣୀୟ ରିଜ୍ୟୁମ୍:
କୌଣସି ଚାକିରି ପାଇଁ ଯିବା ପୂର୍ବରୁ ନିଜର ରିଜ୍ୟୁମ୍ ଅପଡେଟ୍ କରିବାକୁ ନିଶ୍ଚିତ। ଏହି ରିଜ୍ୟୁମ୍ ହେଉଛି ନିଜ ବିଷୟରେ ପ୍ରଥମ ସୂଚନା ଏବଂ ପ୍ରଭାବର ଉତ୍ସ।
କାର୍ଯ୍ୟ ଶୈଳୀ:
କୌଣସି ବି କ୍ୟାରିୟର୍ ବାଛିବା ପୂର୍ବରୁ ନିଜର କାର୍ଯ୍ୟ ଶୈଳୀକୁ ଅଣଦେଖା କରିବା ଅନୁଚିତ। ଏହା ଅତ୍ୟନ୍ତ କ୍ଷତିକାରକ ହୋଇପାରେ। ଯଦି ଆପଣ ସମୟସୀମା ଆଧାରରେ କାର୍ଯ୍ୟ କରିବାକୁ ସକ୍ଷମ, ତେବେ ଆପଣ କର୍ପୋରେଟ୍ ସେକ୍ଟରକୁ ଯାଇପାରିବେ।ଯଦି ଆପଣ ଜଣେ କୌଣସି ଚାପ ବିନା ସ୍ୱାଧୀନ ଭାବରେ କାମ କରିବାକୁ ଚାହାନ୍ତି ତେବେ ବ୍ୟବସାୟରେ କ୍ୟାରିୟର କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678023880.jpg)