Advertisment

୧୦ମ ପାଶ୍ କରିଥିଲେ ବିନା ପରୀକ୍ଷାରେ ସରକାରୀ ଚାକିରି

ଆପଣ ୧୦ମ ପାଶ୍ କରି ସରକାରୀ ଚାକିରି ଖୋଜୁଛନ୍ତି କି? ତେବେ ଏହି ସୂଚନା ଆପଣଙ୍କ ପାଇଁ। HAL ରେ ରହିଛି ଚାକିରି ସୁଯୋଗ। ଏହି ଖବର ପଢି ତୁରନ୍ତ ଆବେଦନ କରନ୍ତୁ।

Govt jobs can be get on these posts in hal without exam

Govt jobs can be get on these posts in hal without exam

Advertisment

ହିନ୍ଦୁସ୍ତାନ୍‌ ଏରୋନେଟିକ୍ସ ଲିମିଟେଡ୍ (HAL), ବୈଷୟିକ ତାଲିମ ପ୍ରତିଷ୍ଠାନ (TTI), ହାଲ୍ (BC), ବାଙ୍ଗାଲୋର ଆପ୍ରେଣ୍ଟିସ୍ ପୋଷ୍ଟ୍‌ ନିଯୁକ୍ତି ପାଇଁ ଆବେଦନକୁ ଜାରି କରିଛି। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ HAL ର ଅଫିସିଆଲ୍ ୱେବସାଇଟ୍ hal-india.co.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://hal-india.co.in/ ଉପରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିପାରିବେ। ଏହାଛଡା ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଥିବେ ସେମାନେ ଏହି ଲିଙ୍କ୍ HAL Recruitment 2022 Notification PDF ମାଧ୍ୟମରେ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୨୦ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୦୯ ରହିଛି।

Advertisment

ଖାଲି ପଦବୀ:

ମୋଟ ପୋଷ୍ଟ୍‌ ସଂଖ୍ୟା- ୧୨୦

ଯୋଗ୍ୟତା :

ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ଅନୁଷ୍ଠାନରୁ ୬୦% ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିଥିବା ଉଚିତ।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ସୀମା ୦୧-୧୦-୨୦୨୨ ସୁଦ୍ଧା ୧୫-୧୮ ବର୍ଷ ମଧ୍ୟରେ ହେବା ଉଚିତ।

ଅନ୍ୟାନ୍ୟ ସୂଚନା:

ପ୍ରାର୍ଥୀମାନେ ସେମାନଙ୍କର ଆବେଦନକୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ବୈଷୟିକ ତାଲିମ ପ୍ରତିଷ୍ଠାନ (ଟିଟିଇ), ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ସୁରଂଜନ ଦାସ ରୋଡ୍, ବିମାନପୁରା ପୋଷ୍ଟ୍‌, ବାଙ୍ଗାଲୋର - ୫୬୦୦୧୭କୁ ପଠାଇବାକୁ ପଡିବ।

Advertisment
Govt Jobs HAL Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ