ଅଦ୍ୟତନ ହୋଇଛି
Golden opportunity to get a job in idbi bank
Advertisment
ଦେଶର ଜଣାଶୁଣା ବ୍ୟାଙ୍କ IDBI ବ୍ୟାଙ୍କ ନିକଟରେ ସ୍ପେସିଆଲିଷ୍ଟ କ୍ୟାଡର ଅଫିସର୍ ୨୦୨୩-୨୦୨୪ ପଦବୀରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ଥିଲା। ବର୍ତ୍ତମାନ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ତାରିଖ ବୃଦ୍ଧି କରାଯାଇଛି।
Advertisment
ପ୍ରାର୍ଥୀମାନେ ଜୁନ୍ ୬ ତାରିଖରୁ ସରକାରୀ ୱେବସାଇଟ୍ www.idbibank.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ଜୁନ୍ ୨୦। ପୂର୍ବରୁ ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ତାରିଖ ଜୁନ୍ ୧ ରୁ ଜୁନ୍ ୧୫ ପର୍ଯ୍ୟନ୍ତ ଥିଲା।
ଖାଲି ପଦବୀ:
- ମ୍ୟାନେଜର-ଗ୍ରେଡ୍ 'ବି' - ୮୪ଟି ପୋଷ୍ଟ୍
- ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ଏଜିଏମ୍) ଗ୍ରେଡ୍ 'ସି' - ୪୬ଟି ପୋଷ୍ଟ୍
- ଡେପୁଟି ଜେନେରାଲ୍ ମ୍ୟାନେଜର (ଡିଜିଏମ୍) – ୬ଟି ପୋଷ୍ଟ୍
- ମୋଟ୍ ପଦବୀ – ୧୩୬ଟି ପୋଷ୍ଟ୍
Advertisment
ବୟସ ସୀମା:
- ମ୍ୟାନେଜର-ଗ୍ରେଡ୍ 'ବି' – ପ୍ରାର୍ଥୀଙ୍କ ଜନ୍ମ ୨ ମେ ୧୯୮୮ ପୂର୍ବରୁ ଏବଂ ୧ ମେ ୧୯୯୮ ପରେ ହୋଇ ନଥିବ।
- ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ଏଜିଏମ୍) ଗ୍ରେଡ୍ 'ସି'- ପ୍ରାର୍ଥୀଙ୍କ ଜନ୍ମ ୨ ମେ ୧୯୮୩ ପୂର୍ବରୁ ଏବଂ ୧ ମେ ୧୯୯୫ ପରେ ହୋଇ ନଥିବ।
- ଡେପୁଟି ଜେନେରାଲ୍ ମ୍ୟାନେଜର (ଡିଜିଏମ୍) ଗ୍ରେଡ୍ 'ଡି'ରେ – ପ୍ରାର୍ଥୀଙ୍କ ଜନ୍ମ ୨ ମେ ୧୯୭୮ ପୂର୍ବରୁ ଏବଂ ୧ ମେ ୧୯୮୮ ପରେ ହୋଇ ନଥିବ।
ଶିକ୍ଷାଗତ ଯୋଗ୍ୟତା:
- ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଯୋଗ୍ୟତା ରହିଛି
- ସର୍ବନିମ୍ନ ଯୋଗ୍ୟତା ଗ୍ରାଜୁଏସନ୍ ପାଶ୍
Advertisment
ଦରମା:
- ମ୍ୟାନେଜର-ଗ୍ରେଡ୍ 'ବି' – ୯୮ ହଜାର
- ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (ଏଜିଏମ୍) ଗ୍ରେଡ୍ 'ସି' - ୧ ଲକ୍ଷ ୨୮ହଜାର
- ଡେପୁଟି ଜେନେରାଲ୍ ମ୍ୟାନେଜର (ଡିଜିଏମ୍) – ୧ ଲକ୍ଷ ୫୫ ହଜାର
ଆବେଦନ ଶୁଳ୍କ:
- SC / ST / PWD ବର୍ଗ – ୨୦୦ ଟଙ୍କା
- ଅନ୍ୟନ୍ୟ ବର୍ଗ - ୧୦୦୦ ଟଙ୍କା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685624627.jpg)