Advertisment

ଅଛି କି ଏହି ଯୋଗ୍ୟତା, ବିନା ପରୀକ୍ଷାରେ ହୁଅନ୍ତୁ ଆର୍ମି ଅଫିସର୍‌

ଆର୍ମିରେ ଅଫିସର୍‌ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ୧୩ଟି ପଦବୀ ପୂରଣ ହେବ।

Golden chance to become an officer in territorial army

Golden chance to become an officer in territorial army

Advertisment

ଟେରିଟୋରିଆଲ୍ ଆର୍ମିରେ ଅଫିସର୍‌ ହେବାକୁ ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ଖୁସି ଖବର। ଏଥିପାଇଁ ଟେରିଟୋରିଆଲ୍ ଆର୍ମି ଅଧିକାରୀ ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ ଟେରିଟୋରିଆଲ୍ ଆର୍ମିର ଅଫିସିଆଲ୍ ୱେବସାଇଟ୍ jointerritorialarmy.gov.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଜୁଲାଇ ୧ରୁ ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ, ଏହି ଲିଙ୍କ୍ www.jointerritorialarmy.gov.in ରେ କ୍ଲିକ୍ କରି ପ୍ରାର୍ଥୀମାନେ ଏହି ପୋଷ୍ଟ୍‌ଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ। ଅଧିକ ତଥ୍ୟ ଜଣିବା ପା‍ଇଁ ଏହି ଲିଙ୍କ୍ Territorial Army Recruitment 2022 Notification PDF ମାଧ୍ୟମରେ ଆପଣ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖି ପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ସମୁଦାୟ ୧୩ଟି ପଦବୀ ପୂରଣ ହେବ। ଏଥିରେ ୧୨ଟି ପଦବୀ ପୁରୁଷମାନଙ୍କ ପାଇଁ ଥିବା ବେଳେ ୧ ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ରହିଛି।

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ: ଜୁଲାଇ ୦୧
  • ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: ଜୁଲାଇ ୩୦
Advertisment

ଯୋଗ୍ୟତା

  • କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୪୨ ବର୍ଷ ମଧ୍ୟରେ ହେବା ଉଚିତ। ପ୍ରାର୍ଥୀ ସବୁ କ୍ଷେତ୍ରରେ ଶାରୀରିକ ଏବଂ ମେଡିକାଲ ଭାବେ ଫିଟ୍ ହୋଇଥିବା ଦରକାର।

ଆବେଦନ ଶୁଳ୍କ:

  • ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୨୦୦ ଟଙ୍କା ଦେବାକୁ ପଡିବ

ଚୟନ ପ୍ରକ୍ରିୟା:

  • ସାକ୍ଷାତକାର ପରେ ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀ ଚୟନ କରାଯିବ।
Govt Jobs Territorial Army Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ