Advertisment

SBIରେ ବାହାରିଛି ୧୬୭୩ PO ପଦବୀ; ଜାଣନ୍ତୁ କ’ଣ ରହିଛି ଯୋଗ୍ୟତା

SBI, PO ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ପୂରଣ ହେବ ୧୬୭୩ ପଦବୀ। ଜାଣନ୍ତୁ ଯୋଗ୍ୟତା, ବୟସ ସୀମା, ଫି’, ଦରମା ଓ ଅନ୍ୟାନ୍ୟ ତଥ୍ୟ।

ଅଦ୍ୟତନ ହୋଇଛି
Golden chance to become an officer in SBI

Golden chance to become an officer in SBI

Advertisment

ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ପ୍ରୋବେସନାରୀ ଅଫିସ(PO)ର ପଦବୀ ପୂରଣ ପାଇଁ ଆବେଦନ ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏହାର ଅଫିସିଆଲ୍ ୱେବସାଇଟ୍ SBI, sbi.co.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://ibpsonline.ibps.in/sbiposep22/ ରେ କ୍ଲିକ୍ କରି ସିଧାସଳଖ ଏହି ପୋଷ୍ଟ୍‌ଗୁଡିକ ପାଇଁ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହୁଁଛନ୍ତି ସେମାନେ ଏହି ଲିଙ୍କ୍ SBI PO Recruitment 2022 Notification PDF ମାଧ୍ୟମରେ ଦେଖିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ଅଧୀନରେ ୧୬୭୩ ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ କରିବାର ଆରମ୍ଭ ତାରିଖ - ସେପ୍ଟେମ୍ବର ୨୨
  • ଅନ୍‌ଲାଇନ୍ ଆବେଦନ କରିବାର ଶେଷ ତାରିଖ - ଅକ୍ଟୋବର ୧୨
  • ପ୍ରିଲିମିନାରୀ ପରୀକ୍ଷା – ଡିସେମ୍ବର ୧୭, ୧୮, ୧୯, ୨୦
  • ମୁଖ୍ୟ ପରୀକ୍ଷା – ଜାନୁଆରୀ-ଫେବୃଆରୀ ୨୦୨୩
  • ସାକ୍ଷାତକାର – ଫେବୃଆରୀ ୨୦୨୩, ଦ୍ୱିତୀୟ ବା ତୃତୀୟ ସପ୍ତାହ
  • ରେଜଲ୍ଟ୍ – ଫେବୃଆରୀ ବା ମାର୍ଚ୍ଚ ୨୦୨୩
Advertisment

ଖାଲି ପଦବୀ:

  • ମୋଟ୍‌ ପୋଷ୍ଟ ସଂଖ୍ୟା- ୧୬୭୩
  • ସାଧାରଣ ବର୍ଗ - ୬୪୮ ପୋଷ୍ଟ୍‌
  • OBC – ୪୬୪ ପୋଷ୍ଟ୍‌
  • SC- ୨୭୦ ପୋଷ୍ଟ୍‌
  • ST- ୧୩୧ ପୋଷ୍ଟ୍‌
  • EWS- ୧୬୦ ପୋଷ୍ଟ୍‌

ଯୋଗ୍ୟତା :

  • ପ୍ରାର୍ଥୀମାନେ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଉଚିତ।
  • ଶେଷ ବର୍ଷର ଛାତ୍ରଛାତ୍ରୀମାନେ ମଧ୍ୟ ଆବେଦନ କରିପାରିବେ।
Advertisment

ବୟସ ସୀମା:

  • ପ୍ରାର୍ଥୀଙ୍କ ବୟସ ସୀମା ୨୧ ରୁ ୩୦ ବର୍ଷ ମଧ୍ୟରେ ହେବା ଉଚିତ।
  • ୧ ଏପ୍ରିଲ, ୨୦୨୨ରୁ ବୟସ ଗଣନା କରାଯିବ
  • ପ୍ରାର୍ଥୀଙ୍କ ଜନ୍ମ ୨ ଏପ୍ରିଲ, ୧୯୯୨ ପୂର୍ବରୁ ଏବଂ ୧ ଏପ୍ରିଲ ୨୦୦୨ ପରେ ହୋଇ ନଥିବ।
  • OBC କ୍ଷେତ୍ରରେ ବୟସ ସୀମାରେ ତିନି ବର୍ଷର କୋହଳ
  • SC / ST କ୍ଷେତ୍ରରେ ବୟସ ସୀମାରେ ୫ ବର୍ଷ କୋହଳ

ଦରମା:

  • ୪ ଅଗ୍ରୀମ ବୃଦ୍ଧି ସହିତ ୪୧,୯୬୦ ଟଙ୍କା ଦରମା ରହିଛି

ଚୟନ ପ୍ରକ୍ରିୟା:

ତିନୋଟି ପର୍ଯ୍ୟାୟରେ ଚୟନ ହେବ:

  • ପ୍ରଥମ ପର୍ଯ୍ୟାୟ: ପ୍ରିଲିମିନାରୀ ପରୀକ୍ଷା
  • ଦ୍ୱିତୀୟ ପର୍ଯ୍ୟାୟ: ମୁଖ୍ୟ ପରୀକ୍ଷା
  • ତୃତୀୟ ପର୍ଯ୍ୟାୟ: ସାଇକୋମେଟ୍ରିକ୍ ପରୀକ୍ଷା

ଆବେଦନ ଦେୟ:

  • ସାଧାରଣ ବର୍ଗ , OBC, EWS – ୭୫୦ ଟଙ୍କା
  • SC, ST ଏବଂ ବିବ୍ୟାଙ୍ଗ - ଦେୟ ମୁକ୍ତ
Govt Jobs SBI PO Recruitment SBI PO Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ