Advertisment

IT ମନ୍ତ୍ରଣାଳୟରେ ବୈଜ୍ଞାନିକ ହେବାର ସୁବର୍ଣ୍ଣ ସୁଯୋଗ; ୧୨୭ ପଦବୀ ଖାଲି

IT ମନ୍ତ୍ରଣାଳୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧୀନରେ NICରେ ବୈଜ୍ଞାନିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ମୋଟ ୧୨୭ ଟି ପଦବୀ ପୂରଣ ହେବ। ଦରମା ୨ ଲକ୍ଷ।

Golden chance to become a scientist in IT ministry

Golden chance to become a scientist in IT ministry

Advertisment

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଅଧୀନରେ NICରେ ବୈଜ୍ଞାନିକ F, ବୈଜ୍ଞାନିକ E, ବୈଜ୍ଞାନିକ D ଏବଂ ବୈଜ୍ଞାନିକ C ପଦବୀ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି ସେମାନେ NIELITର ଅଫିସିଆଲ୍ ୱେବସାଇଟ୍ calicut.nielit.in କୁ ଯାଇ ଆବେଦନ କରିପାରିବେ। ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

Advertisment

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍‌ https://www.nielit.gov.in/calicut/index.php ରେ କ୍ଲିକ୍ କରି ସିଧାସଳଖ ଆବେଦନ କରିପାରିବେ। ଏହି ଲିଙ୍କ୍ ମାଧ୍ୟମରେ ମଧ୍ୟ ଆପଣ ଏହାର ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଯାଞ୍ଚ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୧୨୭ ଟି ପଦବୀ ପୂରଣ ହେବ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଆବେଦନ କରିବାର ଶେଷ ତାରିଖ - ୨୧ ନଭେମ୍ବର

ଖାଲି ପଦବୀ: ମୋଟ ପୋଷ୍ଟ ସଂଖ୍ୟା - ୧୨୭

  • ବୈଜ୍ଞାନିକ c - ୧୧୨ ପୋଷ୍ଟ
  • ବୈଜ୍ଞାନିକ D - ୧୨ ଟି ପୋଷ୍ଟ
  • ବୈଜ୍ଞାନିକ E - ୧ ପୋଷ୍ଟ
  • ବୈଜ୍ଞାନିକ F – ୨ଟି ପୋଷ୍ଟ
Advertisment

ଯୋଗ୍ୟତା:

  • ସରକାରୀ ବିଜ୍ଞପ୍ତି ଅନୁସାରେ ପ୍ରାର୍ଥୀମାନଙ୍କର ସମ୍ପୃକ୍ତ ଯୋଗ୍ୟତା ରହିବା ଉଚିତ।

ଆବେଦନ ଶୁଳ୍କ:

  • ଆବେଦେନ କରିବାକୁ ହେଲେ ପ୍ରାର୍ଥୀମାନଙ୍କୁ ଶୁଳ୍କ ଭାବେ ୮୦୦ ଟଙ୍କା ଦେବାକୁ ପଡିବ
  • SC / ST / PWD / ମହିଳା ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ

ଦରମା:

  • ବୈଜ୍ଞାନିକ C – ୬୭୭୦୦ - ୨୦୮୭୦୦ ଟଙ୍କା
  • ବୈଜ୍ଞାନିକ D - ୭୮୮୦୦ - ୨୦୯୨୦୦ ଟଙ୍କା
  • ବୈଜ୍ଞାନିକ E - ୧୨୩୧୦୦ - ୨୧୫୯୦୦ ଟଙ୍କା
  • ବୈଜ୍ଞାନିକ F - ୧୩୧୧୦୦ - ୨୧୬୬୦୦ ଟଙ୍କା
Advertisment
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ