GDS post notification vacancy application form
ଡାକ ବିଭାଗରେ ୧୦ମ ପାସ୍ ପ୍ରାର୍ଥୀଙ୍କ ପାଇଁ ଜବରଦସ୍ତ ନିଯୁକ୍ତି ବାହାରିଛି। ଦେଶର ବିଭିନ୍ନ ରାଜ୍ୟରେ ଶାଖା ପୋଷ୍ଟ୍ମାଷ୍ଟର୍, ଆସିଷ୍ଟାଣ୍ଟ୍ ଶାଖା ପୋଷ୍ଟ୍ମାଷ୍ଟ୍ର ଏବଂ ଡାକ ସେବକ ପଦବୀ ନିଯୁକ୍ତି ନେଇ ଡାକ ବିଭାଗ ଏକ ବିଜ୍ଞପ୍ତି ଜାରିକରିଛି। ଏଥିରେ ଓଡିଶା, ୟୁପି, ବିହାର, ଦିଲ୍ଲୀ, ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ ସମେତ ଦେଶର ଅନେକ ରାଜ୍ୟ ରହିଛି। ମୋଟ ୪୦,୮୮୯ଟି ପଦବୀ ପୂରଣ କରାଯିବ। ଓଡିଶାରେ ମୋଟ୍ ୧୩୮୨ ପ୍ରାର୍ଥୀ ନିଯୁକ୍ତି ପାଇବେ।
୧୦ମ ପାସ୍ ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଫର୍ମ ପୂରଣ କରିପାରିବେ। ଫର୍ମ ପୂରଣ କରିବାକୁ, ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in କୁ ଯିବାକୁ ପଡିବ। ଆବେଦନ ପ୍ରକ୍ରିୟା ଜାନୁଆରୀ ୨୭ରୁ ଆରମ୍ଭ ହୋଇଯାଇଛି। ପ୍ରାର୍ଥୀମାନେ ଫେବୃଆରୀ ୧୬ ପର୍ଯ୍ୟନ୍ତ ନିଯୁକ୍ତି ଫର୍ମ ପୂରଣ କରିବାକୁ ସକ୍ଷମ ହେବେ। ଏହା ପରେ, ପ୍ରାର୍ଥୀମାନେ ଆବେଦନକୁ ଫେବୃଆରୀ ୧୭-୧୯ ପର୍ଯ୍ୟନ୍ତ ସଂଶୋଧନ କରିବାକୁ ସମର୍ଥ ହେବେ।
ଅଧିକ ପଢ଼ନ୍ତୁ: ଚାଲିଛି SBIରେ Sco ପଦବୀ ପାଇଁ ଆବେଦନ; ସୁଯୋଗ ହାତ ଛଡା କରନ୍ତୁ ନାହିଁ
ଶିକ୍ଷାଗତ ଯୋଗ୍ୟତା:
- ୧୦ମ ପାସ୍ ପ୍ରାର୍ଥୀ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ।
- ପ୍ରାର୍ଥୀ ଗଣିତ, ସ୍ଥାନୀୟ ଭାଷା ଏବଂ ଇଂରାଜୀରେ ୧୦ମ ପାସ୍ କରିବା ବାଧ୍ୟତାମୂଳକ।
ବୟସ ସୀମା:
- ସର୍ବନିମ୍ନ ବୟସ – ୧୮ ବର୍ଷ
- ସର୍ବାଧିକ ବୟସ – ୪୦ ବର୍ଷ
- ଏ କ୍ଷେତ୍ରରେ ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ କୋହଳ କରାଯିବ
କେଉଁ ରାଜ୍ୟରେ କେତେ ନିଯୁକ୍ତି:
ରାଜ୍ୟ ଅନୁସାରେ ପଦବୀ ସଂଖ୍ୟାଚୟନ ପ୍ରକ୍ରିୟା:
- ମେରିଟ୍ ଲିଷ୍ଟ୍ ଅନୁସାରେ ପ୍ରାର୍ଥୀ ଚୟନ କରାଯିବ
- ୧୦ମରେ ମିଳିଥିବା ମାର୍କ ଆଧାରରେ ଚୟନ କରାଯିବ
- ମନୋନୀତ ପ୍ରାର୍ଥୀଙ୍କ ତାଲିକା ସରକାରୀ ପୋର୍ଟାଲରେ ସେୟାର କରାଯିବ
- ପ୍ରାର୍ଥଙ୍କୁ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ଡକାଯିବ
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ indiapostgdsonline.gov.in କୁ ଯାଆନ୍ତୁ
- ପଞ୍ଜୀକରଣ ଲିଙ୍କ୍ରେ କ୍ଲିକ୍ କରନ୍ତୁ ଏବଂ ତଥ୍ୟ ଦିଅନ୍ତୁ
- Online Apply ଉପରେ କ୍ଲିକ୍ କରନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଶୁଳ୍କ ପ୍ରଦାନ କରନ୍ତୁ
- ଆବଶ୍ୟକ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- Submit ଉପରେ କ୍ଲିକ୍ କରନ୍ତୁ
- ପେଜ୍ ଡାଉନଲୋଡ୍ କରନ୍ତୁ
- ପରବର୍ତ୍ତୀ ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674992521.jpg)