GAIL ଇଣ୍ଡିଆରେ ଚାକିରି ସୁଯୋଗ, ମିଳିବ ୧,୮୦,୦୦୦ ଯାଏ ଦରମା

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ଗେଲ୍‌ ଇଣ୍ଡିଆ ଲିମିଟେଡ୍‌(GAIL) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନେଇ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।

gail india recruitment

News Summary

ଗେଲ୍‌ ଇଣ୍ଡିଆ ଲିମିଟେଡରେ ଖାଲି ପଡିଛି ଏଗ୍‌ଜିକ୍ୟୁଟିଭ ଟ୍ରେନି ପଦବୀ

ଗେଲ୍‌ ଇଣ୍ଡିଆ ଲିମିଟେଡ୍‌(GAIL) ପକ୍ଷରୁ ବିଭିନ୍ନ ବିଭାଗରେ ଖାଲି ପଡିଥିବା ଏଗ୍‌ଜିକ୍ୟୁଟିଭ ଟ୍ରେନି ପଦବୀ ପାଇଁ ଜାରି ହୋଇଛି ବିଜ୍ଞପ୍ତି। ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ଅଫିସିଆଲ GAILର ୱେବସାଇଟ୍‌କୁ ଯାଇ ବିଜ୍ଞପ୍ତି ଅନୁସାରେ ଶେଷ ତାରିଖ ପୂର୍ବରୁ ଆବେଦନ କରିପାରିବେ।

ଶିକ୍ଷାଗତ ଯୋଗ୍ୟତା:

ଏଗ୍‌ଜିକ୍ୟୁଟିଭ ଟ୍ରେନି (ଯନ୍ତ୍ରପାତି): -୧୮ଇଞ୍ଜିନିୟରିଂରେ ଡିଗ୍ରୀ/ ଇନଷ୍ଟ୍ରୁମେଣ୍ଟେସନ୍ / ଇନଷ୍ଟ୍ରୁମେଣ୍ଟେସନ୍ ଏବଂ କଣ୍ଟ୍ରୋଲ୍/ ଇଲେକ୍ଟ୍ରୋନିକ୍ସ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ / ଇଲେକ୍ଟ୍ରିକାଲ୍ ଏବଂ ଇନଷ୍ଟ୍ରୁମେଣ୍ଟେସନ୍ / ଇଲେକ୍ଟ୍ରୋନିକ୍ସ / ଇଲେକ୍ଟ୍ରିକାଲ୍ ଏବଂ ଇଲେକ୍ଟ୍ରୋନିକ୍ସରେ ସର୍ବନିମ୍ନ ୬୫% ମାର୍କ ସହିତ ସ୍ନାତ୍ତକ ଡିଗ୍ରୀ ହାସଲ କରିଥିବା ଉଚିତ।

ଏଗ୍‌ଜିକ୍ୟୁଟିଭ ଟ୍ରେନି (ମେକାନିକଲ): ୧୫-ଇଞ୍ଜିନିୟରିଂରେ ଡିଗ୍ରୀ/ ମେକାନିକାଲ ଟେକ୍ନୋଲଜି/ ପ୍ରଡକ୍ସନ/ ପ୍ରଡକ୍ସନ ଏବଂ ଇଣ୍ଡଷ୍ଟ୍ରିଆଲ୍‌/ ମାନୁଫାକଚରିଂ/ମେକାନିକଲ ଏବଂ ଅଟୋମାବାଇଲ୍‌ରେ ସର୍ବନିମ୍ନ ୬୫% ମାର୍କ ରଖିଥିବା ଉଚିତ।

ଏଗ୍‌ଜିକ୍ୟୁଟିଭ ଟ୍ରେନି (ଇଲେକ୍‌ଟ୍ରିକାଲ): ୧୫-ଇଞ୍ଜିନିୟରିଂରେ ଡିଗ୍ରୀ/ ଇଲେକ୍ଟ୍ରିକାଲ ଟକ୍ନୋଲଜି/ ଇଲେକ୍‌ଟ୍ରିକାଲ ଏବଂ ଇଲେକ୍ଟ୍ରୋନିକକ୍ସରେ ୬୫% ମାର୍କ ଥିବା ଉଚିତ।

ବୟସ ସୀମା ଓ ଦରମା:

ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୨୬ ବର୍ଷ ଭିତରେ ଥିବା ଉଚିତ। ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଯାଏଁ ବୟସ ସୀମା କୋହଳ ଥିବା ବେଳେ OBC ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ କୋହଳ କରାଯାଇଛି। ବିଭିନ୍ନ ବିଭାଗର ପଦବୀ ଅନୁସାରେ ମାସିକ ଦରମା ୬୦,୦୦୦ରୁ ୧,୮୦,୦୦୦ ରହିଛି।

ପଦବୀ ପାଇଁ ଚୟନ:

ଗ୍ରୁପ୍‌ ଡିସ୍‌କସନ୍‌, ପର୍ସନାଲ ଇଣ୍ଟରଭ୍ୟୁ ଏବଂ ଗେଟ୍‌-୨୦୨୨ରେ ପରୀକ୍ଷାରେ ପାସ୍‌ ହୋଇଥିବା ପ୍ରାର୍ଥୀଙ୍କ ମାର୍କକୁ ଦେଖି ଚୟନ କରାଯିବ।

କିପରି କରିବେ ଆବେଦନ: