ତୈଳ ଏବଂ ପ୍ରାକୃତିକ ଗ୍ୟାସ୍ ନିଗମ (ONGC) ୧୪ ସହକାରୀ ଆଇନ ପରାମର୍ଶଦାତା ପଦବୀ ପାଇଁ ଆବେଦନ ଜାରି କରିଛି। ଆବେଦନ ପ୍ରକ୍ରିୟା ଚାଲିଛି ଏବଂ ଆବେଦନ ଫର୍ମ ଦାଖଲ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର ୩ ରହିଛି। ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ ongcindia.com ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
Also Read
ଏଠାରେ କ୍ଲିକ୍ କରି ଏହାର ସରକାରୀ ବିଜ୍ଞପ୍ତି ଦେଖିପାରିବେ।
ଖାଲି ପଦବୀ:
- ସହକାରୀ ଆଇନ ପରାମର୍ଶଦାତା ପଦବୀଗୁଡିକର ୧୪ ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଚାଲିଛି।
- ଆବେଦନ ଶୁଳ୍କ: ସାଧାରଣ / OBC ଏବଂ EWS ବର୍ଗ ପାଇଁ ୩୦୦ଟଙ୍କା ଆବେଦନ ଶୁଳ୍କ ରହିଛି।
- ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀମାନେ ୬୦% ମାର୍କ ସହିତ LAW ପ୍ରଫେସନାଲ୍ରେ ସ୍ନାତକ ଡିଗ୍ରୀ ହାସଲ କରିବା ଉଚିତ। ୩ ବର୍ଷର ଅଭିଜ୍ଞତା ସହିତ ପ୍ରାର୍ଥୀମାନେ ଆଡ୍ଭୋକେଟ୍ ଅଭ୍ୟାସ କରୁଥିଲେ ସେମାନଙ୍କୁ ପ୍ରାଥମିକତା ଦିଆଯିବ।
କିପରି କରିବେ ଆବେଦନ:
- ଅଫିସିଆଲ୍ ୱେବସାଇଟ୍ ongcindia.com କୁ ଯାଆନ୍ତୁ
- ହୋମ୍ ପେଜ୍ରେ ‘କ୍ୟାରିଅର୍ ଟ୍ୟାବ୍’ ଉପରେ କ୍ଲିକ୍ କରନ୍ତୁ
- ସେହି ଲିଙ୍କ୍ରେ କ୍ଲିକ୍ କରନ୍ତୁ ଯେଉଁଥିରେ “LLM ପାଇଁ CLAT-2022 ମାଧ୍ୟମରେ ଆସିଷ୍ଟାଣ୍ଟ ଲିଗାଲ୍ କନ୍ସଲ୍ଟାଣ୍ଟ୍ (E1 ସ୍ତର) ନିଯୁକ୍ତି ପାଇଁ ଅନ୍ଲାଇନ୍ ପଞ୍ଜୀକରଣ” ଲେଖା ଅଛି।
- ପଞ୍ଜିକରଣ କରି ଆବେଦନ ପୂରଣ କରନ୍ତୁ
- ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
- ସବ୍ମିଟ୍ କରିବା ପରେ ଭବିଷ୍ୟତର ପ୍ରମାଣ ପାଇଁ ଏକ ପ୍ରିଣ୍ଟ ଆଉଟ୍ କାଢନ୍ତୁ