Advertisment

Career Tips: ଆପଣ ପ୍ରଥମ ଚାକିରି ପାଇ ଉତ୍ସାହିତ କି; ଏହି ୬ଟି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ, କାମରେ ଆସିବନି ଚାପ

ଚାକିରିର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ବେଳେ ମନ ଉଲ୍ଲସିତ ଆଉ ଉତ୍ସାହିତ ଥାଏ। ପ୍ରଥମ ଚାକିରି ଆମ ଉଡ଼ାଣକୁ ଜୋର କରିଦିଏ ଏବଂ ଉଚ୍ଚକୁ ଉଡ଼ିବାରେ ସାହାଯ୍ୟ କରେ। ଏହି ସମୟରେ କିନ୍ତୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଫଳରେ ପ୍ରଥମ ଚାକିରି ଚାପମୁକ୍ତ ହୋଇପାରିବ।

ଅଦ୍ୟତନ ହୋଇଛି
First job tips for successful career and tension free office life

First job tips for successful career and tension free office life

Advertisment

ପାଠପଢା ପରେ ପ୍ରଥମ ଚାକିରିର ଅନୁଭବ ନିଆରା ହୋଇଥାଏ। ଏହି ସମୟର ଖୁସି ସ୍ୱତନ୍ତ୍ର। ତେବେ ଏହି ଦିନ କେବଳ ନିଜକୁ ଦକ୍ଷ ବୋଲି ପ୍ରମାଣ କରିବାର ଚ୍ୟାଲେଞ୍ଜ ନୁହେଁ, ବ୍ୟବହାରିକ କୌଶଳ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପାଠପଢା ସମୟରେ ଅନେକ ସ୍ୱପ୍ନ ଅଛି? ଚାକିରି ମିଳିଗଲା ପରେ ଆମେ ଏହା କରିବୁ, ଏହା ଖାଇବୁ, ଏଠାକୁ ଯିବୁ ଏବଂ ଏମିତି ଆହୁରି କେତେ କ’ଣ। ଏହି କାରଣରୁ ପ୍ରଥମ ଚାକିରିକୁ ନେଇ ମନରେ ଭୟ ଥାଏ।

Advertisment

ଚାକିରିର ସ୍ୱପ୍ନ ବାସ୍ତବ ରୂପ ନେଉଥିବା ବେଳେ ମନ ଉଲ୍ଲସିତ ଆଉ ଉତ୍ସାହିତ ଥାଏ। ପ୍ରଥମ ଚାକିରି ଆମ ଉଡ଼ାଣକୁ ଜୋର କରିଦିଏ ଏବଂ ଉଚ୍ଚକୁ ଉଡ଼ିବାରେ ସାହାଯ୍ୟ କରେ। ଏହି ସମୟରେ କିନ୍ତୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିଥାଏ। ଯାହାଫଳରେ ପ୍ରଥମ ଚାକିରି ଚାପମୁକ୍ତ ହୋଇପାରିବ। ନଚେତ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡିପାରେ।

ଅଧିକ ପଢ଼ନ୍ତୁ: ଚାକିରି ଖୋଜିବା ବେଳେ ଆପଣ କରୁଛନ୍ତି କି ଏପରି ଭୁଲ୍… ପଡିପାରେ ମହଙ୍ଗା

Advertisment

ମାର୍ଗଦର୍ଶନ ନେବା:

ପ୍ରଥମ ଚାକିରିରେ ନିଜକୁ ପ୍ରମାଣ କରିବାକୁ ଚାପ ରହିଥାଏ। ଏନେଇ ଅନେକ ମହିଳାମାନେ ସେମାନଙ୍କ କାମ ଉପରେ କାଳେ ପ୍ରଶ୍ନ ଉଠିବ, କାଳେ କୌଣସି ପ୍ରକାର ଆଲୋଚନା ହେବ ସେହି ଭୟରେ ଏପରି ପ୍ରଶ୍ନର ଉତ୍ତର ଖୋଜିବାରେ ବ୍ୟସ୍ତ ହୁଅନ୍ତି। ଏପରି ପରିସ୍ଥିତିରେ, ଅନେକ ସମୟ ନଷ୍ଟ ହୁଏ। ଏନେଇ ଏହା ଜରୁରୀ ଯେ ଲୋକଙ୍କ ସାହାଯ୍ୟ ନେବା।

ଯଦି କିଛି ଅସ୍ପଷ୍ଟ ରୁହେ ତେବେ ଅନ୍ୟମାନଙ୍କୁ ପଚାରି ବୁଝିବା ଦରକାର। ନିଜ କାମକୁ ନେଇ ମତାମତ ଏବଂ ମାର୍ଗଦର୍ଶନ ମାଗିବା ଦ୍ୱାରା ଅଧିକ ବିସ୍ତୃତ ଦୃଷ୍ଟିକୋଣ ମିଳିପାରେ। ଏହାସହ ଏହା ଅନ୍ୟମାନଙ୍କୁ ସଙ୍କେତ ଦେଇଥାଏ ଯେ ଆପଣ ସେମାନଙ୍କ ବିଚାରକୁ ସମ୍ମାନ ଦେଉଛନ୍ତି।

Advertisment

ନୋଟ୍‌ବୁକ୍ ରଖନ୍ତୁ:

ଅଫିସରେ ନିଜ ପାଖରେ ଏକ ନୋଟ୍‌ବୁକ୍ ଏବଂ କଲମ ରଖିବା ଉଚିତ। ବିଶେଷକରି ସେତେବେଳେ, ଯେତେବେଳେ ବସ୍ / ଟିମ୍ ଲିଡର କିମ୍ବା ନିଜଠାରୁ ଅଧିକ ଅଭିଜ୍ଞ ବ୍ୟକ୍ତିଙ୍କ ସହିତ କଥାବାର୍ତ୍ତା କରୁଥିବା ବେଳେ। ଏହା ଦ୍ୱାରା ଆପଣ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକୁ ନୋଟ୍ କରିବାକୁ ଏବଂ ଆବଶ୍ୟକ ସମୟରେ ପୁନର୍ବାର ବୁଝିବାବାକୁ ସମର୍ଥ ହେବେ। ଅନେକ ସମୟରେ କାମ ଚାପ ହେତୁ, ଗୁରୁତ୍ୱପୂର୍ଣ୍ଣ କଥା ଆପଣଙ୍କ ମନରୁ ଖସିଯାଏ, ଏପରି ପରିସ୍ଥିତିରେ ଏହି ନୋଟ୍‌ବୁକ୍ ଆପଣଙ୍କ ପାଇଁ ଅଧିକ ଉପଯୋଗୀ ହେବ।

ଏହା ସହିତ, ପ୍ରାଥମିକ, ସାଧାରଣ ଏବଂ ସର୍ବନିମ୍ନ ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକର ଏକ ତାଲିକା ମଧ୍ୟ ବଜାୟ ରଖିପାରିବେ। ସକାଳେ ଅଫିସ୍‌ରେ ପହଞ୍ଚିବା ପରେ ଏହି ତାଲିକା ଯାଞ୍ଚ କରନ୍ତୁ ଏବଂ ସେହି ଅନୁଯାୟୀ କାମ କରନ୍ତୁ। ଏହା ଆପଣଙ୍କୁ ସଠିକ୍ ଭାବରେ କାମ କରିବାକୁ ଏବଂ ଆଗକୁ ଯିବାକୁ ସାହାଯ୍ୟ କରିବ।

ଅଧିକ ପଢ଼ନ୍ତୁ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି କି, ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ ହାତରୁ ଖସିଯାଇପାରେ ସୁଯୋଗ

ସମାଧାନର ବିଚାର:

କୌଣସି ଜିନିଷର ସମାଧାନ ଖୋଜିବାର ପ୍ରଥମ ପଦକ୍ଷେପ ହେଉଛି ସମସ୍ୟାକୁ ଜାଣିବା। କିନ୍ତୁ ସମସ୍ୟାକୁ ଚିହ୍ନଟ କରି ଏହାକୁ ଅନ୍ୟମାନଙ୍କ ଉପରେ ଛାଡି ଦିଅନ୍ତୁ ନାହିଁ। ଏହି କାରଣରୁ ଅନେକ ସମୟରେ ନିଜ ସାଥୀ କର୍ମଚାରୀଙ୍କ ମଧ୍ୟରେ ଅଳସୁଆମି ଦେଖାଯିବା ଆରମ୍ଭ କରେ। ତେଣୁ ନିଜେ ସମାଧାନ ଖୋଜିବାକୁ ଚେଷ୍ଟା କରନ୍ତୁ ଏବଂ ଆବଶ୍ୟକ ହେଲେ ସାହାଯ୍ୟ ମାଗନ୍ତୁ।

ସାହାଯ୍ୟ ମାଗିବା:

ଅଫିସରେ ସମୟସୀମା ମଧ୍ୟରେ କାମ ସମାପ୍ତ କରିବା ଜରୁରୀ, କିନ୍ତୁ ଏଥିରେ କୌଣସି ପ୍ରତିବନ୍ଧକ ଥିଲେ ଭୟଭୀତ ହେବା ଆବଶ୍ୟକ ନାହିଁ। ବେଳେବେଳେ ଏପରି ପରିସ୍ଥିତିରେ ଆପଣ ଅନ୍ୟ ସହକର୍ମୀଙ୍କ ସାହାଯ୍ୟ ଆବଶ୍ୟକ ପଡେ। ଏଭଳି ପରିସ୍ଥିତିରେ ସାହାଯ୍ୟ ମାଗିବାକୁ ଏନେଇ ଭୟ ଲାଗେ ଯେ ସେ ସାହାଯ୍ୟ କରିବେ କି ନାହିଁ। ଏନେଇ ବିନା ଭୟରେ ତାଙ୍କୁ ସାହାଯ୍ୟ ମାଗନ୍ତୁ ଏବଂ ଧନ୍ୟବାଦ ଦିଅନ୍ତୁ।

ଜଡିତ ହେବାକୁ ଚେଷ୍ଟା:

କଠିନ ପରିଶ୍ରମ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସହକର୍ମୀ ଏବଂ ଟିମ୍ ସହିତ ଜଡିତ ହେବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ତେଣୁ, କାର୍ଯ୍ୟାଳୟରେ ହେଉଥିବା ସମସ୍ତ ଆକ୍ଟିଭିଟିରେ ଅଂଶଗ୍ରହଣ କରନ୍ତୁ। ଏହା ଦ୍ୱାରା ନିଜର ସହକର୍ମୀଙ୍କୁ ଜାଣିବାରେ ସକ୍ଷମ ହେବେ ଏବଂ ସେମାନଙ୍କ ସହିତ ବନ୍ଧୁତା ମଧ୍ୟ କରିପାରିବେ। ଏହି ସମୟରେ କେହି ଯଦି ଚା’ କିମ୍ବା କଫି ପିଇବାକୁ କିମ୍ବା ଏକାଠି ଖାଇବାକୁ ଡାକନ୍ତି, ତେବେ ସେମାନଙ୍କୁ ମନା ନ କରି ଯାଆନ୍ତୁ।

ବ୍ୟକ୍ତିତ୍ୱ ଅନୁଯାୟୀ ବୃତ୍ତି:

କାମ କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ନିଜ ପାଇଁ ବୃତ୍ତି ବାଛିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। ନିଜର କ୍ୟାରିୟର ନିଜ ବ୍ୟକ୍ତିତ୍ୱ ସହିତ ମେଳ ହେବା ଉଚିତ, ନଚେତ୍ କିଛି ଦିନ ପରେ କାମରେ ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ ହେବ ଏବଂ ଚାକିରି ନିଜ ଉପରେ ଏକ ବୋଝ ହୋଇଯିବ।

ଆପଣ ନିଜ କାମରେ ନିଜକୁ ପ୍ରମାଣିତ କରିପାରିବେ, କିନ୍ତୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ନିଜ କାର୍ଯ୍ୟାଳୟର ୱାର୍କ କଲ୍‌ଚର୍ ବୁଝନ୍ତୁ। ଆପଣ ଯେକୌଣସି ଅନୁଷ୍ଠାନରେ ଯୋଗ ଦିଅନ୍ତୁ, ଏହାର ନିୟମ ଏବଂ ନିୟମାବଳୀକୁ ଭଲ ଭାବରେ ବୁଝନ୍ତୁ। କାମରେ ନିଜର ବ୍ୟକ୍ତିତ୍ୱରେ ଗମ୍ଭୀରତା ଆଣନ୍ତୁ।

ଅଧିକ ପଢ଼ନ୍ତୁ: ଆପଣ ନୂଆ ନୂଆ ସାକ୍ଷାତକାର ସାମ୍ନା କରୁଛନ୍ତି କି; ଜାଣନ୍ତୁ ପାଞ୍ଚଟି ପ୍ରଶ୍ନ ଓ ଉତ୍ତର

Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ