ସୋସିଆଲ ମିଡିଆରେ କରୁଛନ୍ତି କି ଚାକିରି ? ଛଟେଇ ହେବେ ୧୦ ହଜାର କର୍ମଚାରୀ

ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।

ଛଟେଇ ହେବେ ୧୦ ହଜାର କର୍ମଚାରୀ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ସକ୍ରିୟ ହୋଇଛି । ଡିଜିଟାଲ ପ୍ଳାଟଫର୍ମରେ ଅନେକ ବ୍ୟକ୍ତି ଚାକିରି କରୁଛନ୍ତି । ଡିଜିଟାଲ ମାର୍କେଟିଂ ହେଉ ଅବା ଅନ୍ୟ କିଛି । ସବୁଥିରେ ଅନେକ ଲୋକ ଚାକିରି କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ହେଲେ ବର୍ତ୍ତମାନ ସୋସିଆଲ ମିଡିଆ ପ୍ଲାଟଫର୍ମ ମେଟା ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି ।

ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ସୂଚନା ଅନୁସାରେ ଦ୍ୱିତୀୟଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି । କମ୍ପାନୀ ପକ୍ଷରୁ ଏମିତି ଘୋଷଣା କରାଯାଇଥିବା ବେଳେ ପ୍ରାୟ ୫ଶହ ଅତିରିକ୍ତ ପଦବୀ ବନ୍ଦ କରାଯିବା ନେଇ କୁହାଯାଇଛି ।

ଛଟେଇକୁ ନେଇ ମେଟା ସିଇଓ ମାର୍କ ଜୁକରବର୍ଗ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ମେଟା ୧୦ହଜାର କର୍ମଚାରୀ କମାଇବାକୁ ଚାହୁଁଛି । ତାହାସହ ୫ଶହ ଅତିରିକ୍ତ ପଦବୀ ବନ୍ଦ କରିବାକୁ ଇଚ୍ଛୁକ ଅଛି । ଅନେକ ପ୍ରକାରର କାରଣ ଯୋଗୁ ଏପରି ଏକ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ମାତ୍ର ୪ ମାସ ପୂର୍ବରୁ ମେଟା ତାର କର୍ମଚାରୀଙ୍କୁ ଛଟେଇ କରିଥିଲା । ପ୍ରଥମ ଛଟେଇରେ ପ୍ରାୟ ୧୧ ହଜାର କର୍ମଚାରୀ ଚାକିରି ହରାଇଥିଲେ । ଏବେ ପୁଣି ଥରେ ୧୦ ହଜାର ଛଟେଇ ହେବାକୁ ଯାଉଥିବାରୁ ବଢିଛି ଚିନ୍ତା ।