Advertisment

Eastern Railway Recruitment 2024: RRBରେ NTPC ପରେ ପୁଣି ଏକ ବଡ ନିଯୁକ୍ତି; ପୂରଣ ହେବ ୩ ହଜାରରୁ ଅଧିକ ପଦବୀ

RRB NTPC ପରେ ରେଳବାଇରେ ଆଉ ଏକ ବଡ ନିଯୁକ୍ତି ବାହାର କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି। ପୂର୍ବାଞ୍ଚଳ ରେଳବାଇର ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ଏହି ନୂତନ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ଜାଣନ୍ତୁ କେଉଁମାନେ କରିପାରିବେ ଆବେଦନ।

ଅଦ୍ୟତନ ହୋଇଛି
Eastern Railway Recruitment 2024

Eastern Railway Recruitment 2024

Advertisment

ରେଳବାଇରେ ଚାକିରି ପାଇଁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଆଉ ଏକ ଖୁସି ଖବର। RRB NTPC ପରେ ରେଳବାଇରେ ଆଉ ଏକ ବଡ ନିଯୁକ୍ତି ବାହାର କରିଛି। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯାଇଛି। ପୂର୍ବାଞ୍ଚଳ ରେଳବାଇର ରେଳବାଇ ନିଯୁକ୍ତି ସେଲ୍ ଦ୍ୱାରା ଏହି ନୂତନ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଅଧିକ ପଢ଼ନ୍ତୁ: Union Bank Jobs: ୟୁନିଅନ୍ ବ୍ୟାଙ୍କ୍‌ରେ ପୂରଣ ହେବ ୫୦୦ ପଦବୀ; ଓଡ଼ିଶାରେ ସୁଯୋଗ ପାଇବେ ଏତେ ପିଲା

ଏହି ନିଯୁକ୍ତି ମାଧ୍ୟମରେ RRB ରେ ଫିଟର, ୱେଲଡର, କାର୍ପେଣ୍ଟର, ପେଣ୍ଟର୍, ଟର୍ନର, ଇଲେକ୍ଟ୍ରିକାଲ୍, ୱ୍ୱେୟାରମ୍ୟାନ୍, ମେସିନିଷ୍ଟ ସମେତ ବିଭିନ୍ନ ଟ୍ରେଡ୍‌ରେ ଆପ୍ରେଣ୍ଟିସିପ୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାଶ୍ କରିଥିବ ପିଲା ଏହାର ସୁଯୋଗ ନେଇପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୩ ହଜାରରୁ ଅଧିକ ପଦବୀ ପୂରଣ ହେବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ RRBର ଅଫିସିଆଲ୍ ୱେବ୍‌ସାଇଟ୍‌ rrcer.org କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Eastern Railway Apprentice Vacancy Apply for 3115 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୨୪ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୪ ଅକ୍ଟୋବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଖାଲି ପଦବୀ:

  • ସାଧାରଣ ବର୍ଗ – ୧,୨୬୩ଟି ପୋଷ୍ଟ୍
  • EWS – ୩୧୧ଟି ପୋଷ୍ଟ୍
  • SC – ୪୬୮ଟି ପୋଷ୍ଟ୍
  • ST – ୨୩୨ଟି ପୋଷ୍ଟ୍
  • OBC – ୮୪୧ଟି ପୋଷ୍ଟ୍
  • ମୋଟ୍ – ୩୧୧୫ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଅଧିକ ପଢ଼ନ୍ତୁ: Indian Navy Recruitment 2024: ଭାରତୀୟ ନୌସେନା ବାହାରିଲା ଚାକିରି; ଦ୍ୱାଦଶ ପିଲା କରିବେ ଆବେଦନ

ଯୋଗ୍ୟତା:

  • ଅତିକମରେ ୫୦% ମାର୍କ ସହିତ ଦଶମ ପାଶ୍
  • ଏହା ବ୍ୟତୀତ ସମ୍ପୃକ୍ତ ଟ୍ରେଡ୍‌ରେ ITI କରିବା ଜରୁରୀ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୫ ବର୍ଷ
  • ସର୍ବାଧିକ ବୟସ – ୨୪ ବର୍ଷ
  • SC/ST/PWD/OBC କ୍ଷେତ୍ରରେ ବୟସ କୋହଳ ଅଛି
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ – ୧୦୦ ଟଙ୍କା
  • SC/ST/ PwBD// ମହିଳା – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

ଅଧିକ ପଢ଼ନ୍ତୁ: NTPC Recruitment 2024: NTPCରେ ପୂରଣ ହେବ ଡେପୁଟୀ ମ୍ୟାନେଜର୍ ପଦବୀ ; ଦରମା ୨ ଲକ୍ଷ ଟଙ୍କା

Indian Railways RRB RRB Recruitment Govt Jobs Job Search Job Seekers Eastern Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ