Advertisment

DSSSBରେ ପୂରଣ ହେବ ୫୦୦ ପଦବୀ; ତୁରନ୍ତ ଆବେଦନ କରନ୍ତୁ

DSSSB ପ୍ରାର୍ଥୀମାନଙ୍କ ଠାରୁ TGT, PGT ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ।

DSSSB Recruitment 2022

DSSSB Recruitment 2022

Advertisment

ଦିଲ୍ଲୀ ଅଧିନସ୍ଥ ସେବା ଚୟନ ବୋର୍ଡ(DSSSB) ପ୍ରାର୍ଥୀମାନଙ୍କ ଠାରୁ TGT, PGT ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି କରିଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୫୦୦ରୁ ଅଧିକ ପଦବୀ ପୂରଣ ହେବ। ପୋଷ୍ଟଗୁଡିକ ପାଇଁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଜୁଲାଇ ୨୮ ରୁ ଆରମ୍ଭ ହେବ ଏବଂ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୩ ପର୍ଯ୍ୟନ୍ତ ଚାଲିବ। ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ dsssb.delhi.gov.in କୁ ଯାଇ ଆବେଦନ କରିପାରିବେ।

Advertisment

କେଉଁଥିରେ କେତେ ପଦବୀ:

ନିଯୁକ୍ତି ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ

  • ମ୍ୟାନେଜର – ୨ ପୋଷ୍ଟ୍
  • ଡେପୁଟି ମ୍ୟାନେଜର - ୧୮ ପୋଷ୍ଟ୍
  • ଲେବର ୱେଲଫେୟାର ଇନ୍ସପେକ୍ଟର – ୭ ପୋଷ୍ଟ୍
  • ଆସିଷ୍ଟାଣ୍ଟ ଷ୍ଟୋର୍‌ କିପର - ୫ ପୋଷ୍ଟ୍
  • ଷ୍ଟୋର୍‌ ଆଟେଣ୍ଡାଣ୍ଟ୍‌ - ୬ ପୋଷ୍ଟ୍
  • ଆକାଉଣ୍ଟାଣ୍ଟ - ୧ ପୋଷ୍ଟ୍
  • ଟେଲର ମାଷ୍ଟର – ୧ ପୋଷ୍ଟ୍
  • ପ୍ରକାଶନ ସହାୟକ - ୧ ପୋଷ୍ଟ୍
  • TGT ସ୍ୱତନ୍ତ୍ର ଶିକ୍ଷା - ୩୬୪ ପୋଷ୍ଟ୍
  • PGT ଫାଇନ୍ ଆର୍ଟ - ୧ ପୋଷ୍ଟ୍
  • PGT ଉର୍ଦ୍ଦୁ - ୬ ପୋଷ୍ଟ୍
  • PGT ଉଦ୍ୟାନ କୃଷି - ୨ ପୋଷ୍ଟ୍
  • ସାଇକୋଲୋଜୀ - ୨ ପୋଷ୍ଟ୍
  • କମ୍ପ୍ୟୁଟର ସାଇନ୍ସ - ୭ ପୋଷ୍ଟ୍
  • ପଞ୍ଜାବୀ - ୨ ପୋଷ୍ଟ୍
  • ସଂସ୍କୃତ - ୨୧ ପୋଷ୍ଟ୍
  • ଇଂରାଜୀ - ୧୩ ପୋଷ୍ଟ୍
  • ଇଭିଜିସି - ୪ ପୋଷ୍ଟ୍

ବୟସ ସୀମା:

  • ମ୍ୟାନେଜର, ଡେପୁଟି ମ୍ୟାନେଜର, ଜୁନିଅର ଲେବର ୱେଲଫେୟାର ଇନ୍ସପେକ୍ଟର ଏବଂ ଟେଲର ମାଷ୍ଟର ପାଇଁ ପ୍ରାର୍ଥୀମାନେ ୩୫ ବର୍ଷ ପର୍ଯ୍ୟନ୍ତ ଆବେଦନ କରିପାରିବେ।
  • ସହାୟକ ଷ୍ଟୋର୍‌ କିପର, ପ୍ରକାଶନ ସହାୟକ ଏବଂ ଷ୍ଟୋର୍‌ ଆସିଷ୍ଟାଣ୍ଟ ପାଇଁ ସର୍ବାଧିକ ବୟସ ସୀମା ୨୭ ରହିଛି।
  • ଆକାଉଣ୍ଟାଣ୍ଟ ପାଇଁ ସର୍ବାଧିକ ବୟସ ସୀମା ୫୨ ବର୍ଷ।
  • TGT ପାଇଁ ୩୦ ବର୍ଷ ଏବଂ PGT ପାଇଁ ୩୬ ବର୍ଷ।
Advertisment

ଆବେଦନ ଶୁଳ୍କ:

  • ପୋଷ୍ଟଗୁଡିକ ପାଇଁ ଆବେଦନ ଶୁଳ୍କ ୧୦୦ଟଙ୍କା ରହିଛି।

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା ମାଧ୍ୟମରେ ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ। ଏହା ବ୍ୟତୀତ ଅନ୍ୟ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପାଇଁ ଏହାର ବିଜ୍ଞପ୍ତି ଯାଞ୍ଚ କରନ୍ତୁ। ବିଜ୍ଞପ୍ତିର ଲିଙ୍କ୍ ନିମ୍ନରେ ଦିଆଯାଇଛି।

dsssb.delhi.gov.in

Govt Jobs DSSSB Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ