Advertisment

DRDO Recruitment 2022: ୧ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ତୁରନ୍ତ କରନ୍ତୁ ଆବେଦନ...

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। DRDO-CEPTAMରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

DRDO Recruitment 2022

DRDO Recruitment 2022

Advertisment

ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତା’ହେଲେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। DRDO-CEPTAM(Defence Research and Development Organisation, Center for Personnel Talent Management)ରେ ଖାଲି ପଡ଼ିଥିବା ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। Admin & Allied କ୍ୟାଡର୍‌ର ୧,୦୦୦ରୁ ଅଧିକ ପଦବୀ ପାଇଁ ଏହି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ୍‌ ୱେବ୍‌ସାଇଟ୍‌ drdo.gov.in କୁ ଯାଇ ଆବେଦନ କରିପାରିବେ। ଏହି ନିଯୁକ୍ତି ଡ୍ରାଇଭରେ ୧.୦୬୧ ପଦବୀ ପୂରଣ କରାଯିବ। ଆବେଦନର ଶେଷ ତାରିଖ ଡିସେମ୍ବର ୭।

Advertisment

ଏହିସବୁ ପଦବୀ ହେବ ପୂରଣ..

  • ଜୁନିଅର ଟ୍ରାନ୍ସଲେସନ୍‌ ଅଫିସର(JTO): ୩୩ ପଦବୀ
  • ଷ୍ଟେନୋଗ୍ରାଫର ଗ୍ରେଡ୍‌-୧(English Typing): ୨୧୫ ପଦବୀ
  • ଷ୍ଟେନୋଗ୍ରାଫର ଗ୍ରେଡ୍‌-୨(English Typing): ୧୨୩ ପଦବୀ
  • ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ୍‌ ‘A’(English Typing): ୨୫୦ ପଦବୀ
  • ଆଡ୍‌ମିନ୍‌ଷ୍ଟ୍ରେଟିଭ୍‌ ଆସିଷ୍ଟାଣ୍ଟ୍‌ ‘A’(Hindi Typing): ୧୨ ପଦବୀ
  • ଷ୍ଟୋର ଆସିଷ୍ଟାଣ୍ଟ୍‌ ‘A’ (English Typing): ୧୩୪ ପଦବୀ
  • ଷ୍ଟୋର ଆସିଷ୍ଟାଣ୍ଟ୍‌ ‘A’ (Hindi Typing): ୦୪ ପଦବୀ
  • ସିକ୍ୟୁରିଟି  ଆସିଷ୍ଟାଣ୍ଟ୍‌ ‘A’: ୪୧ ପଦବୀ
  • ଭେଇକିଲ୍‌ ଅପରେଟର ‘A’: ୧୪୫ ପଦବୀ
  • ଫାୟାର ଇଞ୍ଜିନ୍‌ ଡ୍ରାଇଭର  ‘A’: ୦୮ ପଦବୀ
  • ଫାୟାରମ୍ୟାନ୍‌: ୮୬ ପଦବୀ

ଗୁରୁତ୍ୱପୂର୍ଣ୍ଣ ତାରିଖ...

  • ନଭେମ୍ବର ୭ରେ ଅନ୍‌ଲାଇନ୍‌ ଆବେଦନ ଆରମ୍ଭ ପ୍ରକ୍ରିୟା ଆରମ୍ଭ ହୋଇଛି
  • ଆବଦନ ପତ୍ର ଦାଖଲର ଶେଷ ତାରିଖ ଡିସେମ୍ବର ୭
  • Tier-I Exam (CBT) ପରୀକ୍ଷା DRDO ୱେବ୍‌ସାଇଟ୍‌ରେ ଘୋଷଣା କରାଯିବ
Advertisment

ଆବେଦନ ଫି’: ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଆବେଦନ ଫି’ ଦେବାକୁ ପଡ଼ିବ

ଅଧିକ ସୂଚନା ପାଇଁ ଏହି ଲିଙ୍କରେ କ୍ଲିକ୍‌ କରନ୍ତୁ...

DRDO Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ