Advertisment

ସାଇକୋଲୋଜୀରେ ପିଜି ବା ପିଏଚ୍‌ଡି କରିଛନ୍ତି କି, ଏଇଠି ଅଛି ଚାକିରି

ଡିଫେନ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇକୋଲୋଜିକାଲ୍ ରିସର୍ଚ୍ଚ (DIPR), DRDO ର ଅନ୍ୟତମ ପ୍ରମୁଖ ଗବେଷଣା ଲାବୋରେଟୋରୀ, ଜୁନିଅର୍ ରିସର୍ଚ୍ଚ ଫେଲୋ (JRF) ଏବଂ ରିସର୍ଚ୍ଚ ଫେଲୋ (RA) ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି।

DRDO Invites Applications For JRF, RF Posts

DRDO Invites Applications For JRF, RF Posts

Advertisment

ଡିଫେନ୍ସ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇକୋଲୋଜିକାଲ୍ ରିସର୍ଚ୍ଚ (DIPR), DRDO ର ଅନ୍ୟତମ ପ୍ରମୁଖ ଗବେଷଣା ଲାବୋରେଟୋରୀ, ଜୁନିଅର୍ ରିସର୍ଚ୍ଚ ଫେଲୋ (JRF) ଏବଂ ରିସର୍ଚ୍ଚ ଫେଲୋ (RA) ପଦବୀ ପାଇଁ ଆବେଦନ କରିବାକୁ ଆମନ୍ତ୍ରଣ କରିଛି।

Advertisment

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ସମୟସୀମା ପୂର୍ବରୁ JRF ଏବଂ RA ପଦବୀ ପାଇଁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ମେ ୩, ୨୦୨୨।

ଜୁନିଅର୍ ରିସର୍ଚ୍ଚ ଫେଲୋ (JRF) : ୪ଟି ପୋଷ୍ଟ୍

ଜରୁରୀ ଯୋଗ୍ୟତା: ପ୍ରାର୍ଥୀ ସାଇକୋଲୋଜୀ / ଆପ୍ଲାଏଡ୍ ସାଇକୋଲୋଜୀରେ ପୋଷ୍ଟ ଗ୍ରାଜୁଏସନ୍ କରିଥିବେ।

Advertisment

ଷ୍ଟାଇପେଣ୍ଡ୍‌: ମାସକୁ ୩୧,୦୦୦ ଟଙ୍କା ଏବଂ ବାର୍ଷିକ ସର୍ବାଧିକ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ କଣ୍ଟିଜେନ୍ସି ଅନୁଦାନ।

ରିସର୍ଚ୍ଚ ଫେଲୋ (RA): ୧ଟି ପୋଷ୍ଟ୍

ଆବଶ୍ୟକ ଯୋଗ୍ୟତା: ସାଇକୋଲୋଜୀରେ Ph. D

ଷ୍ଟାଇପେଣ୍ଡ: ମାସକୁ ୫୪,୦୦୦ ଟଙ୍କା ଏବଂ ବାର୍ଷିକ ସର୍ବାଧିକ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ କଣ୍ଟିଜେନ୍ସି ଅନୁଦାନ।

Advertisment

କାର୍ଯ୍ୟକାଳ: ଆରମ୍ଭରୁ JRF ପାଇଁ ଦୁଇ ବର୍ଷ ଥିବାବେଳେ ଆଭ୍ୟନ୍ତରୀଣ ସ୍କ୍ରିନିଂ କମିଟି ସୁପାରିଶ ଅନୁଯାୟୀ ଆଉ ଦୁଇ ବର୍ଷ ପାଇଁ ବଢାଯାଇପାରେ। ସେହିପରି RA କାର୍ଯ୍ୟକାଳ ସର୍ବାଧିକ 2 ବର୍ଷ ରହିଛି।

ବୟସ ସୀମା: JRF ପାଇଁ ସର୍ବାଧିକ ୨୮ ବର୍ଷ ଥିବାବେଳେ RA ପାଇଁ ୩୫ ବର୍ଷ ରହିଛି। SC / ST ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ କୋହଳ ଥିବା ବେଳେ OBC ପାଇଁ ୩ ବର୍ଷ କୋହଳ ହେବ।

ଚୟନ ପ୍ରକ୍ରିୟା:

ସାକ୍ଷାତକାର ଦ୍ୱାରା ଚୟନ ହେବ। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଇମେଲ୍‌ ଏବଂ ମୋବାଇଲ୍ ନମ୍ବର ମାଧ୍ୟମରେ ତାରିଖ, ସମୟ, ସ୍ଥାନ ଏବଂ ସାକ୍ଷାତକାରର ମୋଡ୍ ଜଣେଇ ଦିଆଯିବ। ସାକ୍ଷାତକାରରେ ଯୋଗଦେବା ପାଇଁ କୌଣସି TA / DA ପ୍ରଦାନ କରାଯିବ ନାହିଁ।

Govt Jobs DRDO Recruitment DRDO Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ