Advertisment

ଡୋଗ୍ରା ରେଜିମେଣ୍ଟରେ LDC ସହିତ ବାହାରିଛି ଅନେକ ପୋଷ୍ଟ୍‌

ଡୋଗ୍ରା ରେଜିମେଣ୍ଟରେ ବାହାରିଛି ଅନେକ ପଦବୀ। ଏଥିପାଇଁ ଅଫ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।

ଅଦ୍ୟତନ ହୋଇଛି
Dogra Regiment Recruitment 2022

Dogra Regiment Recruitment 2022

Advertisment

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କମାଣ୍ଡାଣ୍ଟ୍‌, ଡୋଗ୍ରା ରେଜିମେଣ୍ଟାଲ୍ ସେଣ୍ଟର୍, ଅଯୋଧ୍ୟା କ୍ୟାଣ୍ଟ୍‌ରେ ଲୋୟର ଡିଭିଜନାଲ କ୍ଲର୍କ (LDC) ସହିତ ଅନେକ ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏଥିପାଇଁ ଅଫ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆବେଦନ ଫର୍ମ ଅକ୍ଟୋବର ୧୦ ସୁଦ୍ଧା ସମ୍ପୃକ୍ତ ଠିକଣାରେ ପହଞ୍ଚିଯିବା ଉଚିତ।

Advertisment

ଏହି ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ନିର୍ଦ୍ଦିଷ୍ଟ ଫର୍ମାଟ୍‌ରେ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଏବଂ ଏହାକୁ କମାଣ୍ଡାଣ୍ଟ୍‌, ଡୋଗ୍ରା ରେଜିମେଣ୍ଟାଲ୍ ସେଣ୍ଟର୍, ଅଯୋଧ୍ୟା କ୍ୟାଣ୍ଟ୍‌, ଅଯୋଧ୍ୟା (UP) -224001 କୁ ପଠାଇବାକୁ ପଡିବ। ପ୍ରାର୍ଥୀମାନଙ୍କୁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବା ପୂର୍ବରୁ ସମ୍ପୂର୍ଣ୍ଣ ନିଯୁକ୍ତି ବିଜ୍ଞାପନ ଏବଂ ଆବେଦନ ସର୍ତ୍ତଗୁଡିକ ଭଲ ଭାବରେ ପଢିବାବାକୁ ପରାମର୍ଶ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ପ୍ରତ୍ୟକ୍ଷ ଲିଙ୍କ୍‌ ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତିକୁ ଦେଖିପାରିବେ।

ଖାଲି ପଦବୀ:

  • LDC - ୧ ପୋଷ୍ଟ
  • ଡ୍ରାଫ୍ଟ ମ୍ୟାନ୍ - ୧ ପୋଷ୍ଟ
  • ଟେଲର୍ - ୨ଟି ପୋଷ୍ଟ
  • ରୋଷେୟା - ୯ ଟି ପୋଷ୍ଟ
  • ବାରିକ - ୨ଟି ପୋଷ୍ଟ
  • ମାଳି - ୧ ପୋଷ୍ଟ
  • ମୋଟ ପୋଷ୍ଟ ସଂଖ୍ୟା – ୧୬
Advertisment

ଶିକ୍ଷାଗତ ଯୋଗ୍ୟତା:

  • ପ୍ରାୟ ସବୁ ପୋଷ୍ଟ ପାଇଁ ୧୦ମ ପାଶ ଯୋଗ୍ୟତାର ଆବଶ୍ୟକତା ରହୁଥିବା ବେଳେ ଅଧିକ ଜଣିବା ପାଇଁ ଅଫିସିଆଲ୍ ବିଜ୍ଞପ୍ତି ଦେଖନ୍ତୁ।

ବୟସ ସୀମା:

  • ସାଧାରଣ ଓ EWS ପାଇଁ – ୧୮ରୁ ୨୦ ବର୍ଷ
  • OBC ପାଇଁ – ୧୮ରୁ ୨୮ ବର୍ଷ
  • SC/ST ପାଇଁ – ୧୮ରୁ ୩୦ ବର୍ଷ
  • PWD ପାଇଁ – ୧୮ରୁ ୩୫ ବର୍ଷ
  • ଅନ୍ୟାନ୍ୟଙ୍କ ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଦକ୍ଷତା ପରୀକ୍ଷା
  • ପ୍ରାକ୍ଟିକାଲ୍

ପରୀକ୍ଷା ପାଟର୍ନ:

  • ପରୀକ୍ଷାରେ ଥିବା ସମସ୍ତ ପ୍ରଶ୍ନ ମଲ୍ଟିପଲ ଚଏସ ଭଳି ହେବ
  • ଲିଖିତ ପରୀକ୍ଷା ଦୁଇ ଘଣ୍ଟା ହେବ
  • ୧/୪ ମାର୍କ ଅନୁଯାୟୀ ଭୁଲ ଉତ୍ତର ପାଇଁ ମାଇନସ୍ ମାର୍କିଂ ମଧ୍ୟ ରହିବ

ଏଠାରେ କ୍ଲିକ୍ କରି ସରକାରୀ ବିଜ୍ଞପ୍ତି ଦେଖନ୍ତୁ:

Govt Jobs Dogra Regiment Recruitment 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ