ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ୭ ନଭେମ୍ବର ରହିଛି ଶେଷ ତାରିଖ। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ colrec.uod.ac.in କୁ ଯାଇ ଅନଲାଇନ୍ ମୋଡ୍ ମାଧ୍ୟମରେ ଆବେଦନ କରିପାରିବେ।
ଶୁଳ୍କ:
UR / OBC / EWS ବର୍ଗ - ୫୦୦ ଟଙ୍କା
ମହିଳା, SC, ST ଓ PWBD - ଦେୟମୁକ୍ତ
Also Read
ଖାଲି ପଦବୀ:
ମୋଟ ୧୦୧ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ଡ୍ରାଇଭ୍ ଚାଲିଛି। ସମସ୍ତ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରେ ଭାଗ ନେବାକୁ ଆବେଦନ କରିବା ପୂର୍ବରୁ ସରକାରୀ ବିଜ୍ଞପ୍ତିକୁ ଭଲଭାବେ ପଢିବାକୁ ପରାମର୍ଶ ଦିଆଯାଇଛି।
କେଉଁ ବିଭାଗରେ କେତେ ନିଯୁକ୍ତି:
- ଜୈବ ରସାୟନ: ୩
- ଉଦ୍ଭିଦ: ୫
- ରସାୟନ ବିଜ୍ଞାନ: ୧୦
- ବାଣିଜ୍ୟ: ୧୨
- କମ୍ପ୍ୟୁଟର ସାଇନ୍ସ: ୪
- ଅର୍ଥନୀତି: ୫
- ଇଂରାଜୀ: ୪
- ପରିବେଶ ବିଜ୍ଞାନ: ୨
- ଭୂଗୋଳ: ୫
- ହିନ୍ଦୀ: ୭
- ଇତିହାସ: ୪
- ଗଣିତ: ୬
- ଶାରୀରିକ ଶିକ୍ଷା: ୧
- ପଦାର୍ଥ ବିଜ୍ଞାନ: ୧୨
- ରାଜନୀତି ବିଜ୍ଞାନ: ୧୦
- ସଂସ୍କୃତ: ୨
- ସମାଜବିଜ୍ଞାନ: ୧
- ପ୍ରାଣୀ ବିଜ୍ଞାନ: ୮
କିପରି କରିବେ ଆବେଦନ:
ପ୍ରାର୍ଥୀମାନେ ୭ ନଭେମ୍ବର ସୁଦ୍ଧା କିମ୍ବା ବିଜ୍ଞାପନ ପ୍ରକାଶନ ତାରିଖ ଠାରୁ ଦୁଇ ସପ୍ତାହ ମଧ୍ୟରେ colrec.uod.ac.in ରେ ଅନଲାଇନରେ ଆବେଦନ କରିପାରିବେ।