Advertisment

CNP Recruitment 2023: ଭାରତ ସରକାରଙ୍କ ନୋଟ୍ ଛପା କମ୍ପାନୀରେ ଚାକିରି; ଦରମା ୯୫ ହଜାର

CNP ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଜୁନିଅର ଟେକ୍ନିସିଆନ, ସୁପରଭାଇଜର ଏବଂ ପ୍ରେସର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ କମ୍ପାନୀ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି କମ୍ପାନୀର ପ୍ରେସ୍‌ ବିଭାଗରେ କରାଯିବ।

Currency Note Press Recruitment 2023

Currency Note Press Recruitment 2023

Advertisment

ଭାରତ ସରକାରଙ୍କ ନୋଟ୍ ପ୍ରିଣ୍ଟିଂ କମ୍ପାନୀ କରେନ୍ସୀ ନୋଟ୍ ପ୍ରେସ୍(CNP), ନାଶିକ୍ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଜୁନିଅର ଟେକ୍ନିସିଆନ, ସୁପରଭାଇଜର ଏବଂ ପ୍ରେସର ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଁ କମ୍ପାନୀ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି କମ୍ପାନୀର ପ୍ରେସ୍‌ ବିଭାଗରେ କରାଯିବ।

Advertisment

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏହାର ଅଫିସିଆଲ୍ ୱେବସାଇଟ୍ cnpnashik.spmsil.com କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ Currency Note Press Recruitment 2023 Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୯ ଅକ୍ଟୋବର ୨୦୨୩
  • ଅନ୍‌ଲାଇନ୍ ଆବେଦନ ଶେଷ – ୧୮ ନଭେମ୍ବର ୨୦୨୩
  • ଲିଖିତ ପରୀକ୍ଷା – (ଜାନୁଆରୀ କିମ୍ବା ଫେବୃଆରୀ ୨୦୨୪)
Advertisment

ଖାଲି ପଦବୀ:

  • ସୁପର୍‌ଭାଇଜର୍‌ – ୩ଟି ପୋଷ୍ଟ୍‌
  • ଆର୍ଟିଷ୍ଟ୍ (ଗ୍ରାଫିକ୍ ଡିଜାଇନର୍) – ୧ଟି ପୋଷ୍ଟ୍‌
  • ସଚିବାଳୟ ସହାୟକ – ୧ଟି ପୋଷ୍ଟ୍‌
  • ଜୁନିଅର ଟେକ୍ନିସିଆନ୍ – ୧୧୨ଟି ପୋଷ୍ଟ୍‌
  • ମୋଟ୍ ପଦବୀ – ୧୧୭ଟି ପୋଷ୍ଟ୍

ଶିକ୍ଷାଗତ ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାଶ୍‌
  • ITI (ମେସିନିଷ୍ଟ୍, ଫିଟର୍, ଇଲେକ୍ଟ୍ରୋନିକ୍ସ, ଏୟାର କଣ୍ଡିସନ୍ ଟ୍ରେଡ୍)ସାର୍ଟିଫିକେଟ୍ ରହିବା ଜରୁରୀ
  • ସ୍ନାତକ ଏବଂ ମାଷ୍ଟର ଡିଗ୍ରୀ ଥିବା ବ୍ୟକ୍ତିମାନେ ମଧ୍ୟ ଆବେଦନ କରିପାରିବେ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
Advertisment

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟୟ – ୩୦ ବର୍ଷ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧୮,୭୮୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୯୫,୯୧୦ ଟଙ୍କା

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷାରେ ହାଜର ହେବାକୁ ପଡ଼ିବ
  • ଶିକ୍ଷାଗତ ପ୍ରମାଣପତ୍ର ଯାଞ୍ଚ

ଆବେଦନ ଶୁଳ୍କ:

  • ସାଧାରଣ, ଅଣସଂରକ୍ଷିତ ବର୍ଗ, ଓବିସି ଏବଂ ଇଡବ୍ଲ୍ୟୁଏସ୍ – ୬୦୦ ଟଙ୍କା (୨୦୦ ଟଙ୍କାର ଇଣ୍ଟିମେସନ୍ ସ୍ଲିପ୍ ଦେବାକୁ ପଡିବ)
  • ଏସ୍‌ସି, ଏସ୍‌ଟି, ଭିନ୍ନକ୍ଷମ – ଦେୟ ମୁକ୍ତ (କେବଳ ୨୦୦ ଟଙ୍କାର ଇଣ୍ଟିମେସନ୍ ସ୍ଲିପ୍ ଦେବାକୁ ପଡିବ)

କିପରି କରିବେ ଆବେଦନ:

  • ପ୍ରଥମେ ଅଫିସିଆଲ୍ ୱେବସାଇଟ୍ cnpnashik.spmsil.com କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ କ୍ୟାରିୟର ଟ୍ୟାବ୍‌ରେ ଥିବା 'DISCOVER SPMCIL' ଉପରେ କ୍ଲିକ୍ କରନ୍ତୁ
  • ବର୍ତ୍ତମାନ 'CNP ନାଶିକ୍‌ର ବିଭିନ୍ନ ପୋଷ୍ଟରେ ନିଯୁକ୍ତି ପାଇଁ ଆବେଦନ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜୀକୃତ କରନ୍ତୁ ଏବଂ ଆବେଦନ ସହିତ ଆଗକୁ ଯାଆନ୍ତୁ
  • ଫର୍ମ ପୂରଣ କରନ୍ତୁ, ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ, ଶୁଳ୍କ ଦିଅନ୍ତୁ ଏବଂ ସବ୍‌ମିଟ୍ କରନ୍ତୁ
  • ଭବିଷ୍ୟତର ପ୍ରମାଣ ପାଇଁ ପର୍ମ ଡାଉନଲୋଡ୍ କରି ଏକ ପ୍ରିଣ୍ଟଆଉଟ୍ କାଢନ୍ତୁ
Indian Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ