Advertisment

ଡିଜିଟାଲ ସେକ୍ଟରରେ ବଡ଼ ସୁଯୋଗ; ବାହାରିବ ୨ କୋଟିରୁ ଊର୍ଦ୍ଧ୍ୱ ଚାକିରି ବିଜ୍ଞପ୍ତି

ଇଣ୍ଟରନେଟର ବ୍ୟବହାର ଦିନକୁ ଦିନ ବୃଦ୍ଧି ହେତୁ ବଡ଼ ବଡ଼ ବ୍ୟବସାୟୀ ବା ଶିଳ୍ପପତି ମାନେ ସେମାନଙ୍କ ଉତ୍ପାଦ ଏବଂ ସମସ୍ତ ସେବା ଅନଲାଇନରେ ମାଧ୍ୟମରେ କରୁଛନ୍ତି । ଫଳରେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ମାର୍କେଟିଂ ବଢ଼ିବାରେ ଲାଗିଛି ।

ଅଦ୍ୟତନ ହୋଇଛି
Digital Marketing Career in 2023

Digital Marketing

Advertisment

ଯୁବପିଢ଼ିଙ୍କ ପାଇଁ ଚାକିରି ର ବଡ଼ ସୁଯୋଗ ନେଇ ଆସିଛି ଡିଜିଟାଲ ସେକ୍ଟର । ଦକ୍ଷ ଯୁବକ ମାନଙ୍କୁ ୨୦୨୫ ମଧ୍ୟରେ ୬ କୋଟିରୁ ଅଧିକ ଚାକିରି ମିଳିବା ନେଇ ଅନୁମାନ କରାଯାଉଛି । କେବଳ ଚଳିତ ବର୍ଷ ଅର୍ଥାତ୍‌ ୨୦୨୩ରେ ଡିଜିଟାଲ ସେକ୍ଟରକୁ ୨.୭୦ କୋଟି ଦକ୍ଷ ଯୁବକଙ୍କ ଆବଶ୍ୟକତା ରହିଛି । ଯଦି ଆପଣଙ୍କର ଡିଜିଟାଲ ସ୍କିଲ୍ ରହିଛି ଏବଂ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବର ଆପଣଙ୍କୁ ନିଶ୍ଚୟ କାମରେ ଆସିବ ।

Advertisment

ଭାରତରେ ଡିଜିଟାଲ ସେବା ବଢ଼ିବାରେ ଲାଗିଛି । ପ୍ରତ୍ୟେକ କାମର ମାଧ୍ୟମ ସାଜିଛି ଇଣ୍ଟରନେଟ୍‌ । ଇଣ୍ଟରନେଟର ବ୍ୟବହାର ଦିନକୁ ଦିନ ବୃଦ୍ଧି ହେତୁ ବଡ଼ ବଡ଼ ବ୍ୟବସାୟୀ ବା ଶିଳ୍ପପତି ମାନେ ସେମାନଙ୍କ ଉତ୍ପାଦ ଏବଂ ସମସ୍ତ ସେବା ଅନଲାଇନରେ ମାଧ୍ୟମରେ କରୁଛନ୍ତି । ଫଳରେ ବର୍ତ୍ତମାନ ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ ମାର୍କେଟିଂ ବଢ଼ିବାରେ ଲାଗିଛି ।

ଅଧିକ ପଢ଼ନ୍ତୁ: ପ୍ରତ୍ୟେକ କ୍ଷେତ୍ରରେ ଡିଜିଟାଲ୍ ଜ୍ଞାନ ଜରୁରୀ; ଜାଣନ୍ତୁ କିପରି କରିବେ ଡେଭେଲପ୍

Advertisment

୬ କୋଟିରୁ ଅଧିକ ଚାକିରି ସୁଯୋଗ !

ଅନଲାଇନ୍ ବିଜ୍ଞାପନ, ସୋସିଆଲ୍ ମିଡିଆ ମାର୍କେଟିଂ, ଇମେଲ୍ ମାର୍କେଟିଂ, ସର୍ଚ୍ଚ ଇଞ୍ଜିନ୍ ଅପ୍ଟିମାଇଜେସନ୍ ଭଳି ନୂତନ କୌଶଳ ଆପଣାଇଛନ୍ତି କମ୍ପାନୀ ମାନେ । ଫଳରେ ଏହି ସବୁ କ୍ଷେତ୍ରରେ ୨୦୨୫ ସୁଦ୍ଧା ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ ଯୁବକମାନଙ୍କ ପାଇଁ ୬ କୋଟିରୁ ଅଧିକ ଚାକିରିର ସୁଯୋଗ ସୃଷ୍ଟି ହେବ ।

ଡିଜିଟାଲ କ୍ଷେତ୍ରରେ ବାହାରିବ କେଉଁ ଚାକିରି ?

ଡିଜିଟାଲ ମାର୍କେଟିଂରେ ଦକ୍ଷ ଯୁବକମାନେ ଡିଜିଟାଲ ମାର୍କେଟିଂ ମ୍ୟାନେଜର, ସୋସିଆଲ ମିଡିଆ ମ୍ୟାନେଜର, ସିଇଓ, ସିଏମଓ, ଡିଜିଟାଲ ମାର୍କେଟିଂ ଆନାଲିଷ୍ଟ ଇତ୍ୟାଦି ପଦବୀ ପାଇଁ ଆବେଦନ କରିପାରିବେ। ଖାଲି ସେତିକି ନୁହେଁ ସୁନ୍ଦର ସୁନ୍ଦର ଲେଖା ବା ଇମେଲ୍‌ ପାଇଁ ମଧ୍ୟ କିଛି କମ୍ପାନୀ ଆବେଦନ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି ।

Advertisment

ଡିଜିଟାଲ ମାର୍କେଟିଂରେ ଦରମା

ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଦରମା ଭିନ୍ନ ରହିଥାଏ । ଯୁବକ ଯୁବତୀଙ୍କ ଦକ୍ଷତାକୁ ନେଇ ଦରମା ଦେଇଥାଆନ୍ତି କମ୍ପାନୀ । କାମ କରିବାର ଶୈଳୀ, ଚାକିରିର ଅଭିଜ୍ଞତାକୁ ଦେଖି କମ୍ପାନୀ ଦରମା ନିର୍ଦ୍ଧାରଣ କରିଥାଏ। ଡିଜିଟାଲ ମାର୍କେଟିଂ ପ୍ରଫେସନାଲଙ୍କ ଦରମା ବାର୍ଷିକ ପ୍ରାୟ ୨ ଲକ୍ଷରୁ ୪ ଲକ୍ଷ ଟଙ୍କା ରହିଥାଏ ।

Digital Media Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ