Advertisment

ବର୍ଷାକୁ ଖାତିର ନାହିଁ, ଲୋୟର୍ ପିଏମଜିରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଜୋରଦାର ଆନ୍ଦୋଳନ

ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି

Special story

Special story

Advertisment

ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ । ପ୍ରାୟ ୧୦ ହଜାର ଠିକା କର୍ମଚାରୀ ବର୍ଷା ସତ୍ତ୍ୱେ ଭୁବନେଶ୍ୱରର ଲୋୟର ପିଏମଜିରେ ବିକ୍ଷୋଭ କରୁଛନ୍ତି । ସମାନ କାମକୁ ସମାନ ନିୟମ ଦାବି ସହ ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ଦାବିରେ କର୍ମଚାରୀମାନେ ଆନ୍ଦୋଳନ କରୁଛନ୍ତି । ତା ସହିତ ସମାନ କାମକୁ ସମାନ ଦରମା ଦାବି କରିଛନ୍ତି ।

Advertisment

ଠିକା କର୍ମଚାରୀଙ୍କ ଅଭିଯୋଗ ଯେ, ୨୦୧୩ରେ ରାଜ୍ୟ ସରକାରଙ୍କ ନୂଆ ଠିକା ନିଯୁକ୍ତି ଆଇନ ପ୍ରଚଳନ କରିଥିଲେ । ଏହି ଆଇନରେ ବ୍ୟବସ୍ଥା ଥିଲା ଯେ, ନିୟମିତ କର୍ମଚାରୀଙ୍କ ଭଳି ଚାକିରୀ ଆଶାୟୀ ଓପିଏସସି ପରୀକ୍ଷା ଦେବେ, ସାକ୍ଷାତକାରର ସାମନା କରିବେ, ଆଉ ତା ପରେ ଯାଇ ୬ ବର୍ଷିୟ ଠିକାରେ ନିଯୁକ୍ତି ପାଇବେ । ସେମାନଙ୍କର ଦରମା ୨୩ ହଜାର, ୧୩ ହଜାର ଓ ୧୨ ହଜାର ରଖାଯାଇଥିଲା । ଏହାପରେ ସେମାନଙ୍କୁ ନିୟମିତ କରାଗଲେ, ଠିକା ସମୟର ୬ ବର୍ଷକୁ ସେଥିରେ ମିଶାଯିବାର ବ୍ୟବସ୍ଥା ନଥିଲା ।

ହେଲେ ଏହି ପଦ୍ଧତିରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପଦୋନ୍ନତିରେ ସମସ୍ୟା ଭୋଗିଛନ୍ତି । ସେହିପରି ଅବସରକାଳୀନ ସୁବିଧା, ମହଙ୍ଗା ଭତ୍ତା, ଘରଭଡ଼ା ଆଦି ପାଇବାର ବ୍ୟବସ୍ଥା ନଥିଲା । ଏଣୁ ଏହାକୁ ବିରୋଧ କରି ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

Advertisment
Contractual Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ