Advertisment

ସରକାରୀ ଚାକିରି : CCLରେ ଜୁନିଅର ଡାଟା ଏଣ୍ଟ୍ରି ଅପରେଟର

CCL ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଜୁନିଅର ଡାଟା ଏଣ୍ଟ୍ରି ଅପରେଟର (ଟ୍ରେନିଂ) ପାଇଁ ମୋଟ ୧୩୯ଟି ପୋଷ୍ଟରେ ଏହି ନିଯୁକ୍ତି କରାଯିବ। ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

ଅଦ୍ୟତନ ହୋଇଛି
Central coalfields limited recruits 139 posts

Central coalfields limited recruits 139 posts

Advertisment

ସେଣ୍ଟ୍ରାଲ୍ କୋଇଲଫିଲ୍ଡସ୍ ଲିମିଟେଡ୍(CCL) ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଜୁନିଅର ଡାଟା ଏଣ୍ଟ୍ରି ଅପରେଟର (ଟ୍ରେନିଂ) ପାଇଁ ମୋଟ ୧୩୯ଟି ପୋଷ୍ଟରେ ଏହି ନିଯୁକ୍ତି କରାଯିବ। ଏହି ପଦବୀରେ ଯୋଗ୍ୟ ପ୍ରାର୍ଥୀଙ୍କ ନିଯୁକ୍ତି ପାଇଁ କମ୍ପାନୀ ଅନ୍‌ଲାଇନ୍ ଆବେଦନକୁ ଆମନ୍ତ୍ରଣ କରିଛି। ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି।

Advertisment

ଆଗ୍ରହୀ ପ୍ରାର୍ଥୀମାନେ ଯେଉଁମାନେ ଏହି ପୋଷ୍ଟ୍ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ କମ୍ପାନୀର ଅଫିସିଆଲ୍ ୱେବସାଇଟ୍ centralcoalfields.in କୁ ଯାଇ ଆବେଦନ କରିପାରିବେ।

ଧ୍ୟାନଦିଅନ୍ତୁ ଏହି ପଦବୀ ପାଇଁ କେବଳ ତିନି ବର୍ଷର ସେବାରେ ଥିବା ସ୍ଥାୟୀ କର୍ମଚାରୀମାନେ ଆବେଦନ କରିପାରିବେ। ପ୍ରଶିକ୍ଷାର୍ଥୀମାନେ ଆବେଦନ କରିବାକୁ ଯୋଗ୍ୟ ହେବେ ନାହିଁ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ: ୧୬ ନଭେମ୍ବର ୨୦୨୨
  • ଅନଲାଇନ୍ ଆବେଦନର ଶେଷ ତାରିଖ: ୦୬ ଡିସେମ୍ବର ୨୦୨୨

କେଉଁ ବର୍ଗ ପାଇଁ କେତେ ପୋଷ୍ଟ୍:

  • ମୋଟ ପୋଷ୍ଟ୍ – ୧୩୯
  • ସାଧାରଣ ବର୍ଗ – ୯୯
  • ଅନୁସୂଚିତ ଜାତି – ୩୩
  • ଅନୁସୂଚିତ ଜନଜାତି – ୭

ଯୋଗ୍ୟତା:

  • ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଦଶମ ପାଶ୍
  • ତିନି ବର୍ଷର ସ୍ଥାୟୀ ଚାକିରି
Advertisment

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ଏହି ପରୀକ୍ଷା ଦୁଇଟି ଭାଗରେ କରାଯିବ
  • ପ୍ରଥମ ଭାଗ ଲିଖିତ ପରୀକ୍ଷା - ୭୦ ମାର୍କ
  • ଦ୍ୱିତୀୟ ଭାଗ ଲିଖିତ ପରୀକ୍ଷା - ୩୦ ମାର୍କ
  • କମ୍ପ୍ୟୁଟର ଆପ୍ଲିକେସନର ଦକ୍ଷତା ପରୀକ୍ଷା
  • ଟାଇପିଙ୍ଗ ସ୍ପିଡ୍ (ପ୍ରତି ମିନିଟ୍‌ରେ ୩୦ ଶବ୍ଦ)
Govt Jobs
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ