Advertisment

RI-ଅମିନ ପରୀକ୍ଷା ବିଭ୍ରାଟ: ପିଲାଙ୍କ ଭବିଷ୍ୟତ ସହ ଖେଳୁଛି OSSSC !

ବାରମ୍ବାର ପରୀକ୍ଷାରେ ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର। କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ।

ଅଦ୍ୟତନ ହୋଇଛି
 Exams are being conducted in hotels or rented accommodations

Exams are being conducted in hotels or rented accommodations

Advertisment

ରାଜ୍ୟରେ ଚାଲିଛି ଆରଆଇ ଓ ଅମିନ ପରୀକ୍ଷା। ହେଲେ ପ୍ରତିଦିନ କିଛି ନା କିଛି କଥା ପଦାକୁ ଆସୁଛି। ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ କରିଛନ୍ତି ଚାକିରି ଆଶାୟୀ। ଲକ୍ଷ ଲକ୍ଷ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ ସହ OSSSC ଖେଳ ଖେଳୁଥିବା ସେମାନେ ଅଭିଯୋଗ କରିଛନ୍ତି। ସରକାରୀ ଚାକିରି ଖଣ୍ଡିକ ପାଇଁ ବାରଦୁଆର ହେଉଥିବା ପିଲାଙ୍କ କ୍ୟାରିୟର ପ୍ରତି କାହିଁକି ଏତେ ଦାୟିତ୍ୱହୀନତା ବୋଲି ପ୍ରଶ୍ନ ବି କରିଛନ୍ତି।

Advertisment

ବାରମ୍ବାର ପରୀକ୍ଷାରେ ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର। ଭୁବନେଶ୍ୱରରେ ସାଇବର କାଫେରେ ପରୀକ୍ଷା ନେଇ ନିକଟରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ରାଜ୍ୟର ଅନେକ ସ୍ଥାନରୁ ଏପରି ବିଭ୍ରାଟ ନେଇ ଖବର ଆସିଛି। ଏହାକୁ ନେଇ ତାତିଛନ୍ତି ଚାକିରି ଆଶାୟୀ। କଟକରେ ମଧ୍ୟ ଆରଆଇ ଓ ଅମିନ ପରୀକ୍ଷାରେ ଅନୟମିତତା ଅଭିଯୋଗ ହୋଇଛି । ପରୀକ୍ଷା ବାତିଲ ଦାବିରେ ଆନ୍ଦୋଳନ କରିଛନ୍ତି ଚାକିରି ଆଶାୟୀ। ନେତାଜୀ ବସ୍ ଟର୍ମିନାଲରୁ ଜିଲ୍ଲାପାଳଙ୍କ ଅଫିସ ଯାଏ ରାଲି କରି ଗର୍ଜନ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି।

କାହିଁକି ବାରମ୍ବାର ସାମ୍ନାକୁ ଆସୁଛି ସାଂଘାତିକ ଅବ୍ୟବସ୍ଥାର ଚିତ୍ର?

OSSSC ଦ୍ୱାରା ପରିଚାଳିତ RI, ARI, ICDS SUPERVISOR ଓ ଅମିନ ଭଳି ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ପଦବିର ଅନଲାଇନ ପରୀକ୍ଷା ଦାୟିତ୍ୱ ନେଇଛି ତାମିଲନାଡୁର SIFY ଟେକ୍ନୋଲୋଜି ନାମକ ଏକ ଘରୋଇ ସଂସ୍ଥା । ୨୦୨୨ରେ ପେପର୍ ଲିକ୍ ମାମଲାରେ ବ୍ଲାକ୍ ଲିଷ୍ଟେଡ୍ କରିଥିଲେ କେନ୍ଦ୍ର ସରକାର ।ଏପରିକି ସିବିଆଇରେ କେଶ୍ ଚାଲିବା ସହ ସଂସ୍ଥାର ୧୭ ଜଣଙ୍କୁ ଗିରଫ ବି କରାଯାଇଥିଲା । ଏଭଳି ଅଭିଯୋଗ ଆଣିଛି ଷ୍ଟୁଡେଣ୍ଟସ ଏଗେନେଷ୍ଟ କରପସନ । ଏହା ଏକ ସୁବ୍ୟବସ୍ଥିତ ସ୍କାମ୍ ବୋଲି ଅଭିଯୋଗ ଆଣିବା ସହିତ ତୁରନ୍ତ ଏହି ସଂସ୍ଥା ବିରୋଧରେ ତଦନ୍ତ କରିବାକୁ ଦାବି କରିଛି ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ୍ ।

Advertisment

ପୂର୍ବ ବିଜେଡି ସରକାର ଅମଳରେ ୨୦୨୩ରୁ ହିଁ SIFYକୁ ପରୀକ୍ଷା ପରିଚାଳନା ଦାୟିତ୍ୱ ଦିଆଯାଇଛି । ସୂଚନା ଅନୁସାରେ, ଏହି ଅନଲାଇନ ପରୀକ୍ଷା ପରିଚାଳନା ଦାୟିତ୍ୱ ଓକାକକୁ ଦେଇଛି OSSSC । ତେବେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନର ଅଭିଯୋଗ ଯଦି ସତ, ତାହେଲେ କାହିଁକି ଏହି କଳା ତାଲିକାଭୁକ୍ତ ଏବଂ ପରୀକ୍ଷା ଆୟୋଜନର ମାନଦଣ୍ଡ ପୂରଣ କରୁନଥିବା ସଂସ୍ଥାକୁ ସରକାରୀ ପରୀକ୍ଷା ଆୟୋଜନ ଦାୟିତ୍ୱ ଦିଆଯାଇଛି ? ବିଭିନ୍ନ ସମୟରେ ପରୀକ୍ଷା ପରିଚାଳନାରେ ବିଭ୍ରାଟ ସତ୍ତ୍ୱେ କାହିଁକି ସମସ୍ତେ ନିରବ ?

OSSSC RI Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ